Law and Order in Festive season ପାର୍ବଣ ଋତୁ ପୂର୍ବରୁ ରାଜ୍ୟରେ ଆଗୁଆ ସୁରକ୍ଷା ବ୍ୟବସ୍ଥା
"କଟକ: ଗଣେଶପୂଜା ଠାରୁ ରାଜ୍ୟରେ ପାର୍ବଣର ଋତୁ ଆରମ୍ଭ ହୋଇଯିବ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ଆଗୁଆ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏଥିନିମେନ୍ତ ଆଜି (ମଙ୍ଗଳବାର) ପୂର୍ବାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।
Advertisment Juvenile Justice Act ଶିଶୁ ସୁରକ୍ଷା ଆଇନ ନେଇ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ବୈଠକରେ ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଞ୍ଚଳର ଆଇନ-ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି।
ଆଗାମୀ ଦିନରେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
Meeting: ବେଆଇନ ନିଶା କାରବାର ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି: ମନ୍ତ୍ରୀ ପାର୍ବଣ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଟ୍ରାଫିକ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।
ଏଥିସହ ଶାନ୍ତି କମିଟି ବୈଠକ ଆୟୋଜନ କରିବା ସହ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ଏସ୍ପିମାନଙ୍କୁ ପରାମର୍ଶ ଦେଇଥିଲେ।
ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ ନଜର ରଖିବା ସହ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ପ୍ରତିହତ କରିବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏସ୍ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି ଥାନାର କାର୍ଯ୍ୟପ୍ରଣାଳୀ, ଅପରାଧ ତଦନ୍ତ, ମାମଲାର ଅଗ୍ରଗତି ଓ ପୋଲିସ ସେବା ପ୍ରଦାନ ବ୍ୟବସ୍ଥାର ତଦାରଖ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ କରିବା ଦିଗରେ ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖି ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁଡିଜିପି ନିର୍ଦ୍ଦେଶ ଦେଇଥିଲେ।
ବେଆଇନ ଗୋ-ଚାଲାଣ, ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରିବା ସହ ନିୟମିତ ଚଢ଼ାଉ, ଯାନବାହନ ଯାଞ୍ଚ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି, ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିରନ୍ତର ନଜର ରଖିବା ସହ ଏଭଳି ଅପପ୍ରଚାର ପ୍ରୟାସକୁ ମୁକାବିଲା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ସମ୍ଭାବ୍ୟ ଅପରାଧ, ଅପ୍ରୀତିକର ଘଟଣା ଓ ଆଇନ-ଶୃଙ୍ଖଳା ସମ୍ପର୍କିତ ଆଶଙ୍କା ବିଷୟରେ ଆଗୁଆ ସୂଚନା ସଂଗ୍ରହ କରିବା ସହ ସେହି ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଭୁଷୁଡ଼ିଲାଣି ଆଇନ ଶୃଙ୍ଖଳା ବ୍ୟବସ୍ଥା, ଦୁର୍ବୁଦ୍ଧିରେ ଭର୍ତ୍ତି ମାନସିକତା ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍ଆର୍ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍.
ପ୍ରବୀଣ କୁମାର, ଆଇଜିପି (ଏସଟିଏଫ) ହିମାଂଶୁ ଲାଲ, ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର, ଡିଆଇଜିପି(ଏଚଆରପିସି) ରାଜେଶ ପଣ୍ଡିତ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ ସାର୍ଥକ ଷଡଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ ସତ୍ୟଜିତ ନାଏକ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନଜିଲ୍ଲାର ଏସ୍ପିମାନେ ବୈଠକରେ ଯୋଗଦେଇଥିଲେ।j"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।