Fire Spreads Across Three Coaches: ଚଳନ୍ତା ଟ୍ରେନ୍ରେ ହଠାତ୍ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଚଳନ୍ତା ଟ୍ରେନ୍ରେ ହଠାତ୍ ଲାଗିଗଲା ନିଆଁ।
ଗୋଟିଏ ବଗିରୁ ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡ ଧୀରେ ଧୀରେ ଅନ୍ୟ ବଗିକୁ ବ୍ୟାପିବାରୁ ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ।
ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ପଟିଆଲା ଜିଲ୍ଲାର ରାଜପୁରା ନିକଟରେ ଏହି ଅଘଟଣ ଘଟିଛି।
କର୍ମଭୂମି ଏକ୍ସପ୍ରେସ୍ (୧୨୫୦୮)ର ତିନୋଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି।
Advertisment ସୂଚନା ଅନୁସାରେ, ଟ୍ରେନ୍ଟି ଯାତ୍ରା କରୁଥିବା ସମୟରେ ହଠାତ୍ ଗୋଟିଏ ବଗି ଭିତରୁ ଧୂଆଁ ଓ ନିଆଁ ବାହାରିବା ଆରମ୍ଭ ହୋଇଥିଲା।
କିଛି ସମୟ ମଧ୍ୟରେ ନିଆଁ ଅନ୍ୟ ବଗିକୁ ବ୍ୟାପିଯାଇଥିଲା।
ଏହା ଦେଖି ଟ୍ରେନ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।
ହଠାତ୍ ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇବା ପରେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ତୁରନ୍ତ ପଦକ୍ଷେପ ନେଇଥିଲେ।
ଅଧିକାରୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି।
ଏହି ଘଟଣାରେ ସୌଭାଗ୍ୟକ୍ରମେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଖବର ମିଳିଛି।
ତେବେ ତିନୋଟି ବଗିରେ ନିଆଁ ଲାଗିବା ଘଟଣା ରେଳଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
Advertisment ଏନେଇ ସରକାରୀ ରେଳବାଇ ପୋଲିସ (ଜିଆରପି)ର ଏସ୍ଏଚ୍ଓ ଗୁରପ୍ରୀତ ସିଂହ କହିଛନ୍ତି ଯେ, ବଗିରେ ଥିବା ଏକ ପଙ୍ଖାରେ ସର୍ଟ ସର୍କିଟ୍ ହେବାରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷାରେ ରହିଛି।
ଅନ୍ୟପଟେ, ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀଙ୍କ ଯାତ୍ରା ଅଧାରେ ଅଟକିଯାଇଛି।
ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ଟ୍ରେନ୍ରେ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।
କେତେ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ଏବଂ ଜଳିଯାଇଥିବା ବଗିଗୁଡ଼ିକର କ୍ଷୟକ୍ଷତି କେତେ, ସେନେଇ ରେଳବାଇ ପକ୍ଷରୁ ବିସ୍ତୃତ ସୂଚନା ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।