Fire: ଜିଆଇ ତାର ବୋଝେଇ ଟ୍ରକରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲପର
"ଛେଣ୍ଡିପଦା: ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଜିଆଇ ତାର ବୋଝେଇ ଟ୍ରକରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।
ତେବେ ଘଟଣାରେ ଚାଳକ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡ଼ିଛି।Advertisment ଜରପଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ସୂଚନା ଅନୁଯାୟୀ, ଆଜି ସକାଳ ୯ ଟାରେ ଜିଆଇ ତାର ବୋଝେଇ ଟ୍ରକ ଅନୁଗୋଳରୁ ସମ୍ବଲପୁର ଆଡକୁ ଯାଉଥିଲା।
୫୫ ନଂ ଜାତୀୟ ରାଜପଥରେ କତଡ଼ା ବଙ୍ଗଳା ନିକଟରେ ଚକ ଫାଟିବା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା।
ଚାଳକ ଓ ହେଲପର ତୁରନ୍ତ ଗାଡ଼ିରୁ ବାହାରି ଆସିଥିବାରୁ ସେମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।
ଜରପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ: Death: ପୋଖରୀରେ ବୁଡ଼ି ଯୁବତୀ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।