Firecracker explosion: ଘର ଭିତରେ ବିସ୍ଫୋରଣ ହେଲା ବାଣ; ଜଣେ ମୃତ, ୪ ଜଣ ଗୁରୁତର

Oct 08, 2026 - 16:50
Firecracker explosion: ଘର ଭିତରେ ବିସ୍ଫୋରଣ ହେଲା ବାଣ; ଜଣେ ମୃତ, ୪ ଜଣ ଗୁରୁତର

"ତିର୍ତ୍ତୋଲ (ଅମର ଜ୍ୟୋତି ସାହୁ): ମାସକ ପରେ ଆଲୋକର ପର୍ବ "ଦୀପାବଳି"।

ଏହି ପର୍ବ ଧୁମଧାମ୍‌ରେ ପାଳନ କରିବା ପାଇଁ ଲୋକେ ଏବେ ଠାରୁ ଯୋଜନା ଆରମ୍ଭ କରିଦେଇଛନ୍ତି।

ବାଣ ପ୍ରସ୍ତୁତକାରୀ କାରିଗର ଏବଂ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି।

ବାଣ ବିକି ଭଲ ରୋଜଗାର କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି କାରିଗର।

ତେବେ ଆଜି ଅପରାହ୍‌ଣ ସମୟରେ ବାଣ ଭିଡୁଥିବା ବେଳେ ଏକ ବଡ଼ଧରଣର ଅଘଟଣ ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି।

Advertisment ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧୀନ ମହିଲ ଗ୍ରାମରେ ଆଜି ଅପରାହ୍‌ଣରେ ମନୋରଂଜନ ସ୍ବାଇଁଙ୍କର ଘରେ ବାଣ ଭିଡ଼ା ଚାଲିଥିଲା।

ଏହି ସମୟରେ କୌଣସି କାରଣରୁ ବାଣ ଫୁଟିବା ଆରମ୍ଭ ହୋଇଥିଲା।

ଘଟଣାସ୍ଥଳରୁ ପରିବାରର ଲୋକମାନେ ଖସିବାକୁ ଚାହୁଁଥିଲେ ମଧ୍ୟ, ସେଠାରୁ ସୁରକ୍ଷିତ ଭାବେ ବାହାରି ପାରି ନଥିଲେ।

ବାଣର ନିଆଁ ସେମାନଙ୍କୁ କ୍ଷତବିକ୍ଷତ କରି ଚାଲିଥିଲା।

ବାଣ ଫୁଟିବାର ଶଦ୍ଦ ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।

ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଥିଲା।

ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଡାକ୍ତର ମ‌ନୋରଂଜନ ସ୍ବାଇଁଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ।

ମାତ୍ର ସେମାନେ ଗୁରୁତର ଥିବାରୁ ଜଗତସିଂପୁର ଜିଲ୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

Diwali: ଦୀପାବଳିକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ ଯୋଡ଼ିଲା ୟୁନେସ୍କୋ ପୁଲିସ କହିଛି, ଘଟଣାର ତଦନ୍ତ ଜାରି ରହିଛି।

ବାଣ ବିସ୍ଫୋରଣରେ ମନୋରଂଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଛି।

ସୌମ୍ୟା ସାହିଲ ସ୍ବାଇଁ, ଶୁଭଲକ୍ଷ୍ମୀ ସ୍ବାଇଁ, ଭାଗ୍ୟଲକ୍ଷ୍ମୀ ସ୍ବାଇଁ ଏବଂ ରାହୁଲ ରାଜ ମହାନ୍ତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାଖରେ ବାଣ ପ୍ରସ୍ତୁତି ପାଇଁ ଲାଇସେନ୍ସ ଥିଲା କି ନାହିଁ ଜଣାପଡ଼ି ନାହିଁ।

ଘରର କାନ୍ଥଗୁଡ଼ିକ ଫାଟି ଯାଇଥିବା ବେଳେ ଭିତର ପାର୍ଶ୍ବରେ ଜିନିଷପତ୍ର ଛିନ୍ନଛତ୍ର ହୋଇ ପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।