Firecrackers burst: ଦୀପାବଳିରେ ପୁଣି ଅମାନିଆ ହେଲେ ଲୋକେ; ନିର୍ଦ୍ଧାରିତ ସମୟ ପୂର୍ବରୁ ଗର୍ଜିଲା ଆକାଶ

Nov 08, 2026 - 19:44
Firecrackers burst: ଦୀପାବଳିରେ ପୁଣି ଅମାନିଆ ହେଲେ ଲୋକେ; ନିର୍ଦ୍ଧାରିତ ସମୟ ପୂର୍ବରୁ ଗର୍ଜିଲା ଆକାଶ

ଭୁବନେଶ୍ବର: ବିଗତ ବର୍ଷଗୁଡ଼ିକ ଭଳି ଜନସାଧାରଣ ପୁଣି ଥରେ ଅମାନିଆ ହୋଇଛନ୍ତି।

ସୁପ୍ରିମ୍‌କୋର୍ଟର ମାର୍ଗଦର୍ଶିକାକୁ ବେଖାତିର କରିଛନ୍ତି।

ପ୍ରଦୂଷଣକୁ ମଧ୍ୟ ଖାତିର କରି ନାହାନ୍ତି।

ଅବସର ହେଉଛି ପବିତ୍ର ଦୀପାବଳି।

ଆଲୋକର ପର୍ବ 'ଦୀପାବଳି' ପାଇଁ ଆଜି ପୂରା ଭାରତବର୍ଷ ଉତ୍ସବମୁଖର ହୋଇ ଉଠିଛି।

ଗାଁରୁ ସହର ଯାଏଁ ଚାରିଆଡ଼େ ଆଲୋକ ଦେଖାଯାଉଛି।

ଘରଗୁଡ଼ିକ ସାଜସଜ୍ଜାରେ ଚମକୁ ଥିବା ବେଳେ ଅମାନିଆ ଲୋକଙ୍କର ପାଇଁ ଆକାଶ ମଧ୍ୟ ରଂଗୀନ ଦେଖାଯାଉଛି।

ଆକାଶରୁ ଶୁଭୁଛି ଢୋ...ଢ଼ା।

Advertisment ଉତ୍ସବ ପାଳନ ପାଇଁ ଜନସାଧାରଣ କଟକଣାକୁ ମାନୁ ନାହାନ୍ତି।

ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟ ନିକଟରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ।

ଏହି ଅନୁସାରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିଲା।

ତେ‌ବେ କୋର୍ଟଙ୍କ ଏହି ଗାଇଡଲାଇନ୍‌କୁ ଜନସାଧାରଣ ପାଳନ କରି ନାହାନ୍ତି।

ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଅମାନିଆ ହୋଇ ପଡ଼ିଛନ୍ତି।

ସଂଜ ନଇଁଲା ପରଠାରୁ ଆକାଶ ବାଣ ଫୁଟୁଛି।

ଶଦ୍ଦତରଙ୍ଗରେ କାନ ଫାଟି ପଡୁଛି।

ଗାଁ ତୁଳନାରେ ସହରରେ ଅଧିକ ଶଦ୍ଦ ତରଙ୍ଗ ସୃଷ୍ଟି ହୋଇଛି।

Weather: ପାଗ-ପ୍ରଦୂଷଣରେ ଦିଲ୍ଲୀ-ଏନସିଆର ପ୍ରଭାବିତ, ଜନଜୀବନ ଅସ୍ତବ୍ୟସ୍ତ ପ୍ରଦୂଷଣ ପାଇଁ ଚିନ୍ତାର ବିଷୟ ଦୀପାବଳିରେ ଏଭଳି ସ୍ଥିତି ଦେଖାଯାଇଛି, ଯାହା ପ୍ରଦୂଷଣ ପାଇଁ ଚିନ୍ତାର ବିଷୟ।

ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ବର, କଟକ , ରାଉରକେଲା, ଅନୁଗୁଳ ଭଳି ସହରାଞ୍ଚଳର ଆକାଶ ଧୂସର ରଂଗ ଧାରଣ କରିଛି।

ତେଣୁ ଆଶଙ୍କା ବୃଦ୍ଧି କରାଯାଉଛି ଯେ, ରାତି ୧୧ଟା ବେଳକୁ ଏହି ସବୁ ସହରଗୁଡ଼ିକରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଦଜନକ ସ୍ଥିତିରେ ପହଞ୍ଚି ଯାଇ ପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।