Firefighter Climbs Fire Station Roof: ଦମକଳ ଅଫିସ ଛାତ ଉପରେ ଅଗ୍ନିଶମ କର୍ମଚାରୀ, ଜୀବନ ହାରିବାକୁ ଉଦ୍ୟମ ଅଭିଯୋଗ
କେନ୍ଦୁଝର ଜିଲ୍ଲା ଘଷିପୁରା ଦମକଳ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଅଗ୍ନିଶମ କର୍ମଚାରୀ ଅଫିସ ଛାତ ଉପରକୁ ଚଢ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଅଗ୍ନିଶମ କର୍ମଚାରୀ ହେମାନନ୍ଦ ଦେହୁରୀ ଦମକଳ କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ି ଯାଇଥିଲେ। ଏହା ଦେଖି ସହକର୍ମୀମାନେ ତାଙ୍କୁ ତଳକୁ ଆଣିବା ପାଇଁ ବୁଝାସୁଝା କରିଥିଲେ।
ଦୀର୍ଘ ସମୟ ଧରି ବୁଝାସୁଝା କରାଯିବା ପରେ ହେମାନନ୍ଦ ଛାତରୁ ତଳକୁ ଆସିଥିଲେ। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜଣାପଡ଼ିବା ପାଇଁ ତଦନ୍ତ ଜାରି ରହିଛି।
ଅଗ୍ନିଶମ କର୍ମଚାରୀଙ୍କ ଜୀବନ ହାରିବାକୁ ଉଦ୍ୟମ
ଦମକଳ ଅଫିସ ଛାତ ଉପରେ ଚଢିଗଲେ ଅଗ୍ନିଶମ କର୍ମଚାରୀ
କେନ୍ଦୁଝର ଜିଲ୍ଲା ଘଷିପୁରା ଦମକଳ କାର୍ଯ୍ୟାଳୟରେ ହାଇଡ୍ରାମା
ଦୀର୍ଘ ସମୟ ବୁଝା ସୁଝା ପରେ ତଳକୁ ଆସିଲେ ହେମାନନ୍ଦ
ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।