Fishing Trawler Seized ବେଆଇନ ଭାବେ ମାଛ ଧରୁଥିବା ଆନ୍ଧ୍ର ଟ୍ରଲର ଜବତ
"ଛତ୍ରପୁର: ଓଡ଼ିଶା ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଆନ୍ଧ୍ରପ୍ରଦେଶର ଏକ ମାଛଧରା ଟ୍ରଲରକୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଜବତ କରିଛି।
ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଅଟକ ରଖାଯାଇଛି।Advertisment Fishing ports: ଡିସେମ୍ବର ସୁଦ୍ଧା ୨ଟି ମାଛଧରା ବନ୍ଦର: ୪ଟି ରୋ-ପାକ୍ସ ଜେଟି ବି କାର୍ଯ୍ୟକ୍ଷମ ହେବ ସୂଚନା ଅନୁସାରେ, ଆର୍ଯ୍ୟପଲ୍ଲୀ ଉପକୂଳ ନିକଟ ଓଡ଼ିଶା ଜଳସୀମାରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ବେଆଇନ ଭାବେ ମାଛ ଧରୁଥିବା ନେଇ ଖବର ମିଳିଥିଲା।
ଏହାପରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ଟ୍ରଲରଟିକୁ ଜବତ କରିଥିଲା।
ଟ୍ରଲରରୁ ବିପୁଳ ପରିମାଣର ମାଛ ମଧ୍ୟ ଜବତ କରାଯାଇଥିଲା।
ପାରାଦୀପ ମାଛଧରା ବନ୍ଦର ପରିସରରୁ ପିକଅପ ଭ୍ଯାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ: ୩ ଗିରଫ ଜବତ ମାଛକୁ ନିୟମ ଅନୁଯାୟୀ ନିଲାମ କରାଯାଇଥିବା ବେଳେ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଛତ୍ରପୁର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି ସୂଚନା ଦେଇଛନ୍ତି।
ଜବତ ଟ୍ରଲରଟି ଥାନା ଜିମାରେ ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।