ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ

Oct 07, 2026 - 01:22
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ

"ଭୁବନେଶ୍ବର: ଆଇସିଆଇସିଆଇ ଲାଇଫ୍ ଇନସୁରାନ୍ସ ଲିମିଟେଡ୍, ଯାହା ପୂର୍ବରୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନସୁରାନ୍ସ କମ୍ପାନି ଲିମିଟେଡ୍ ଭାବରେ ଜଣାଶୁଣା ଥିଲା, ଆଜି ଏହାର ନୂତନ ବ୍ରାଣ୍ଡ ପରିଚୟ ଏବଂ ଟ୍ୟାଗ୍ ଲାଇନ୍ — "ହର କଲ୍ ଆସାନ୍" ଘୋଷଣା କରିଛି।

ନୂତନ ବ୍ରାଣ୍ଡ ପରିଚୟ ଏବଂ ଟ୍ୟାଗ୍ ଲାଇନ୍ ଉପରେ ମତ ରଖି ଆଇସିଆଇସିଆଇ ଲାଇଫ୍ ଇନସୁରାନ୍ସ ଲିମିଟେଡର ମାର୍କେଟିଂ, ଡିଜିଟାଲ୍ ଏବଂ ବ୍ୟାଙ୍କାସ୍ୟୁରାନ୍ସ ମୁଖ୍ୟ ଶ୍ରୀନିବାସ ବାଲାସୁବ୍ରମଣ୍ୟନ କହିଛନ୍ତି, “ଆଇସିଆଇସିଆଇ ନାମଟି କୋଟି କୋଟି ଭାରତୀୟଙ୍କ ଜୀବନରେ ଏକ ସ୍ଥାୟୀ ସ୍ଥାନ ଅଧିକାର କରିଛି, ଯାହା ବିଶ୍ୱାସ, ଶକ୍ତି ଏବଂ ଆର୍ଥିକ ସୁବିଧାର ପ୍ରତୀକ ଭାବରେ କାର୍ଯ୍ୟ କରୁଛି।

Advertisment ଗତ ୨୫ ବର୍ଷ ମଧ୍ୟରେ, ଆମେ ୨୦ କୋଟିରୁ ଅଧିକ ଭାରତୀୟଙ୍କ ସ୍ୱପ୍ନ ଏବଂ ଭବିଷ୍ୟତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବାର ସୌଭାଗ୍ୟ ଲାଭ କରିଛୁ।

ଏହି ଯାତ୍ରା ସମୟରେ, ଆମେ ଭାରତର ଅବିଶ୍ୱସନୀୟ ଅଭିବୃଦ୍ଧି ଏବଂ ଏହାର ଲୋକଙ୍କ ଆଶା ଆକାଂକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ପାଇଛୁ।

୨୫ ବର୍ଷର ଦୃଢ଼ ଭିତ୍ତିଭୂମିକୁ ଆଧାର କରି ଉତ୍କର୍ଷର ନୂତନ ମାନଦଣ୍ଡ ସ୍ଥାପନ କରିବା ଏବଂ ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମାର ଜାତୀୟ ଲକ୍ଷ୍ୟ ଦିଗରେ ସକ୍ରିୟ ଭାବରେ ଅବଦାନ ଜାରି ରଖିବୁ।

ICICI Bank: ନାଗପୁର "ଆଇସିଆଇସିଆଇ" ବ୍ୟାଙ୍କରେ ୨୩ କୋଟିର ସୁନା ଋଣ ମହାଘୋଟାଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।