Flash Floods and Landslides on Radar: ବାତ୍ୟା ପରେ ଫ୍ଲାସ୍ ଫ୍ଲଡ୍ ଭୟ! ୧୪ ବ୍ଲକ୍‌ ଉପରେ କୋରାପୁଟ ପ୍ରଶାସନର ନଜର

Oct 28, 2026 - 16:08
Flash Floods and Landslides on Radar: ବାତ୍ୟା ପରେ ଫ୍ଲାସ୍ ଫ୍ଲଡ୍ ଭୟ! ୧୪ ବ୍ଲକ୍‌ ଉପରେ କୋରାପୁଟ ପ୍ରଶାସନର ନଜର

କୋରାପୁଟ କଣ୍ଟ୍ରୋଲ ରୁମ୍ ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ.ଭି.

ସିଂହଦେଓ।

ସମୀକ୍ଷା ପରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିବେ ଉପମୁଖ୍ୟମନ୍ତ୍ରୀ।

ଆଶ୍ରୟସ୍ଥଳରେ ଲୋକଙ୍କ ପାଇଁ ରହିଥିବା ବ୍ୟବସ୍ଥା ସହ ପ୍ରଶାସନର ପ୍ରସ୍ତୁତି ଯାଞ୍ଚ କରିବେ।

ତେବେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍ ର ସ୍ଥିତି ଉପରେ ରହିଛି ପ୍ରଶାସନର କଡ଼ା ନଜର।

ସଚିବଙ୍କ ସମେତ ଜିଲ୍ଲା ପ୍ରଶାସନ ବିଭିନ୍ନ ଦିଗ ଉପରେ ନିରନ୍ତର ଅନୁଧ୍ୟାନ କରୁଛି।

ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।

ବିଶେଷକରି ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ କୁ ନେଇ ସତର୍କତା ଅବଲମ୍ବନ କରାଯାଇଛି।

ସହରାଞ୍ଚଳରେ ପ୍ରାୟ ୮୦ ପ୍ରତିଶତ ସ୍ଥାନରେ ଜଳ ନିଷ୍କାସନ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

...

Advertisment ବାତ୍ୟା ଅର୍ଣ୍ଣବ ମୁକାବିଲା ନେଇ ଗଜପତି ଜିଲ୍ଲାରେ ଅଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି ଓ ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାଲିଠାରୁ ମିଶନ ମୋଡରେ କାମ କରୁଛନ୍ତି।

ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ।

ପରବର୍ତ୍ତୀ ସମୟରେ ଗୋଷାଣୀ ବ୍ଲକ ଓ ଏହାର ଆଖପାଖ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ।

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଭୂସ୍ଖଳନ ପାଇଁ ସମ୍ବେଦନଶୀଳ ଥିବା ସ୍ଥାନଗୁଡ଼ିକୁ ଯାଇ ଲୋକଙ୍କୁ ସଚେତନ କରାଇଥିଲେ।

ଏହାସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଶ୍ରୟସ୍ଥଳ ବୁଲିଥିଲେ।

ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ମଧ୍ୟ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ଗମନାଗମନକୁ ସ୍ୱାଭାବିକ କରିବା ସହ ବିଦ୍ୟୁତ ସେବା ଯୋଗାଇବାକୁ ମନ୍ତ୍ରୀ ପ୍ରାଥମିକତା ଦେଇଛନ୍ତି।

ଏହାସହ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଗୁରୁତ୍ବ ଦେଇଛନ୍ତି...

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।