Flight service: ବିମାନରେ ଧୂଆଁ, ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଫେରିଗଲା ହିଥ୍ରୋ
"ନୂଆଦିଲ୍ଲୀ: ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଉଡ଼ାଣର କିଛି ସମୟ ପରେ ଧୂଆଁ ଦେଖାଯିବାରୁ ଏହାକୁ ଲଣ୍ଡନ ଫେରାଇ ନିଆଯାଇଛି।
ବୋଇଂ ୭୮୭-୯ ଡ୍ରିମଲାଇନର୍ ବିମାନରେ ୨୫୦ରୁ ଅଧିକ ଯାତ୍ରୀ ଥିଲେ।
ପାଇଲଟ୍ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ବିମାନକୁ ହିଥ୍ରୋ ବିମାନବନ୍ଦରରେ ପ୍ରାଥମିକତା ଦେଇ ଅବତରଣ କରିବାକୁ ଅନୁମତି ମିଳିଥିଲା।
ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ।Advertisment ଇଣ୍ଡିଗୋର ୬ଇ-୦୪ ବିମାନ ମଙ୍ଗଳବାର ସ୍ଥାନୀୟ ସମୟ ରାତି ୮ଟା ୪ ମିନିଟ୍ରେ ଲଣ୍ଡନରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।
ଉଡ଼ାଣ ପରେ ଇଂଲିସ ଚ୍ୟାନେଲ୍ ଉପରେ ବିମାନଟି ପ୍ରାୟ ୨୪ ହଜାର ଫୁଟ୍ ଉଚ୍ଚତାରେ ପହଞ୍ଚିଥିବା ବେଳେ ସମସ୍ୟା ଦେଖାଦେଇଥିଲା।
ପାଇଲଟ୍ମାନେ ଜରୁରୀ ସଙ୍କେତ ୭୭୦୦ ଦେଇ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍କୁ ସୂଚନା ଦେଇଥିଲେ।
Festival season: ପାର୍ବଣରେ ବିମାନ ଭଡ଼ା ସର୍ବୋଚ୍ଚ ସୀମା ଲାଗିବନି ଧୂଆଁ ଦେଖାଯିବା ପରେ ପାଇଲଟ୍ମାନେ ବିମାନକୁ ଦିଲ୍ଲୀ ନେବା ପରିବର୍ତ୍ତେ ହିଥ୍ରୋ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ସ୍ଥାନୀୟ ସମୟ ରାତି ପ୍ରାୟ ୯ଟା ୨୩ ମିନିଟ୍ରେ ବିମାନଟି ସୁରକ୍ଷିତ ଭାବେ ହିଥ୍ରୋରେ ଅବତରଣ କରିଥିଲା।
ବିମାନଟି ବର୍ତ୍ତମାନ ହିଥ୍ରୋରେ ରହିଛି ଏବଂ ଏହାର ବୈଷୟିକ ଯାଞ୍ଚ ଚାଲିଛି।
ଆବଶ୍ୟକ ଅନୁମତି ମିଳିବା ପରେ ହିଁ ଏହା ପୁଣି ଉଡ଼ାଣ ଆରମ୍ଭ କରିବ ବୋଲି ଇଣ୍ଡିଗୋ କହିଛି।
ପ୍ରଭାବିତ ଯାତ୍ରୀଙ୍କ ପାଇଁ ହୋଟେଲ୍ରେ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ପରବର୍ତ୍ତୀ ଉପଲବ୍ଧ ବିମାନରେ ଦିଲ୍ଲୀ ପଠାଇବାକୁ ପଦକ୍ଷେପ ନିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।