Flood Crisis Deepens: ଉପକୂଳର ତଳିଆ ଅଞ୍ଚଳକୁ କନ୍ଦାଇଲାଣି ମହାନଦୀ, ଜଳବନ୍ଦୀ ଜୀବନ ଭିତରେ କଲବଲ ବିପନ୍ନ

Sep 29, 2026 - 20:25
Flood Crisis Deepens: ଉପକୂଳର ତଳିଆ ଅଞ୍ଚଳକୁ କନ୍ଦାଇଲାଣି ମହାନଦୀ, ଜଳବନ୍ଦୀ ଜୀବନ ଭିତରେ କଲବଲ ବିପନ୍ନ

ମହାନଦୀର ରୁଦ୍ର ରୂପ। ତଳ ମୁଣ୍ଡରେ ଉଚ୍ଛନ୍ନ ଅବସ୍ଥା। ଏପଟେ ନଦୀରେ ପାଣି ଯେତିକି, ସେପଟେ ଲୋକଙ୍କ ଦୁଃଖ ଆଉ ଦୁର୍ଦ୍ଦଶା ତାଠୁ ଆହୁରି ଅଧିକ। ଏ ଦୃଶ୍ୟ ଜଗତସିଂହପୁର ଜିଲ୍ଲାର। ଏଇ ବର୍ଷା ରୁତୁରେ ମହାନଦୀରେ ପୁଣି ଥରେ ବନ୍ୟା ଆସିବା ପରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି କୁଜଙ୍ଗ ବ୍ଲକର ୫ଟି ଗାଁ। ଗାଁରେ ପାଣି ପଶି ଘର ବୁଡ଼ିଛି, ରାସ୍ତାଘାଟ ବୁଡ଼ି ଜଳମୟ ହୋଇଛି। ଫଳରେ ବନ୍ୟା ବିପନ୍ନ ଘର ଦ୍ବାର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି।...ଏପଟେ ମହାନଦୀ ଓ ପାଇକା ନଦୀର ପାଣି ବୁଡ଼ାଇ ଦେଇଛି ଶହ ଶହ ଏକର ଧାନ କ୍ଷେତ। ଆଉ ପନିପରିବା ଚାଷକୁ ବି ସଂପୂର୍ଣ୍ଣ ଚାଟିଦେବାକୁ ବସିଛି।...

ସେପଟେ ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାରେ ପଶିଛି ମହାନଦୀର ପାଣି। ଗାଁ ଦାଣ୍ଡରେ ଛୁଟୁଛି ୫ ଫୁଟ ଉଚ୍ଚର ବନ୍ୟା ପାଣି। ଫଳରେ ୨ ଶହରୁ ଉର୍ଦ୍ଧ ପରିବାର ଘର ଛାଡ଼ି ବନ୍ଧରେ ଆଶ୍ରୟ ନେଇଛନ୍ତି।...ଜିଲାପାଳ ଓ ଏସପି ଆଜି ବନ୍ୟାଞ୍ଚଳ ବୁଲି ରିଲିଫ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

ଏପଟେ ମହାନଦୀରେ ପାଣି ବଢିଯିବା ପରେ ଗତକାଲିଠୁ ଭାସୁଛି କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ର ତଳିଆ ଅଞ୍ଚଳ। ବାଙ୍କୀ ବିଲିପଡ଼ା ତାଳବସ୍ତ ରାସ୍ତା ଉପରେ ଆଜି ବି ଚାଲୁଛି ୩ ଫୁଟ ଉଚ୍ଚରେ ପାଣି। ଏପଟେ ଦୁଇ ଦିନ ଧରି ହଜାର ହଜାର ହେକ୍ଟର ଚାଷ ଜମିକୁ ବି ବୁଡ଼ାଇ ରଖିଛି ବନ୍ୟା ଜଳ। ବାଙ୍କୀରେ ଏ ବର୍ଷ ଏହା ତୃତୀୟ ବନ୍ୟା।

ଏପଟେ ହୁଳୁହୁଳା ପୋଲ ଉପରେ ଆଜି ବି ବନ୍ୟା ଜଳ ସୁଅ ଛୁଟୁଥିବାରୁ ଏବେ ବି ୫ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ। ସେପଟେ କଟକ ତିଗିରିଆ ସୋମପଡ଼ାରେ ଗାଁରେ ଥିବା ମାଆ ବଡ଼ବନ୍ଧିଆଣୀଙ୍କ ମନ୍ଦିରକୁ ବୁଡାଇ ଦେଇଛି ବନ୍ୟା ପାଣି। ତିଗିରିଆ ବ୍ଲକର ୫ଟି ପଂଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ିଯିବା ପରେ ଏବେ ଚିଲିକାର ସ୍ଥିତି ସୃଷ୍ଟି ହୋଇଛି।...

ମହାନଦୀର ପାଣି ବିଭିନ୍ନ ଶାଖା ନଦୀରେ ପଡ଼ିବା ପରେ ପୁରୀ ଜିଲ୍ଲାର ଗୋପ ଓ ନିମାପଡ଼ା ବ୍ଲକ ଦେଇ ଯାଇଥିବା ଭାର୍ଗବୀ ଓ କୁଶଭଦ୍ରାରେ ଆସିଛି ଦ୍ବିତୀୟ ବନ୍ୟା। ଭାର୍ଗବୀ ଅବବାହିକାରେ ପନିପରିବା ଚାଷ ସମ୍ପୂର୍ଣ୍ଣ ବୁଡ଼ିଛି। ପୁରୀ ବଳଙ୍ଗାରେ ଭାର୍ଗବୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି। ଗୋପଠାରେ କୁଶଭଦ୍ରା ନଦୀର ବିପଦ ସଂକେତ ଛୁଇଁବାକୁ ପ୍ରାୟ ୨ ମିଟର ବାକି ରହିଛି। ଏପଟେ ଧନୁଆ ଜଳସ୍ତର ବଢୁଥିବାରୁ ବନ୍ୟା ଭୟରେ ଛାନିଆଁ ହୋଇଛନ୍ତି ନଦୀକୁଳିଆ ଲୋକେ। ବିଶେଷକରି ଚାଷୀକୂଳଙ୍କ ଛାତିରେ ଛନକା ପଶିଛି।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।