Flood Situation, Knee-Deep Water: ଲଗାଣ ବର୍ଷା; ଅନେକ ଗାଁ ପାଣି ଘେରରେ, ପାହାଡ ଉପର ମୁଣ୍ଡରୁ ବର୍ଷା ବଜାରରେ ପଶିଲା ପାଣି
ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ୨୨ ପଞ୍ଚାୟତର ଅନେକ ଗାଁ ପାଣି ଘେରାରେ l ଗତ ୨ ଦିନ ହେବ ବର୍ଷା ଲାଗିରହିଛି l ତେଣୁ ପାହାଡ଼ ଉପର ମୁଣ୍ଡରୁ ପ୍ରବଳ ବର୍ଷା ହେତୁ ପାଣି ଖସି ବଜାର ଭିତରକୁ ପଶିଛି l
ବଜାର ଭିତରେ ଥିବା ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି l ତେବେ ଖଇରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କହିବା କଥା ବ୍ଲକର ସବୁ ପଞ୍ଚାୟତକୁ ଶୁଖିଲା ଖାଦ୍ୟ ଦିଆଯାଇଛି l ଏଥିସହିତ ଆବଶ୍ୟକ ପଡିଲେ ଲୋକଙ୍କୁ ଉଚ୍ଚ ସ୍ଥାନକୁ ନିଆଯିବାର ବ୍ୟବସ୍ଥା କରାଯିବ l
- ବାଲେଶ୍ବର ଜିଲ୍ଲାରେ ଲଗାଣ ବର୍ଷା
- ଖଇରା ବ୍ଲକର ଅନେକ ଗାଁ ପାଣି ଘେରରେ
- ପାହାଡ ଉପର ମୁଣ୍ଡରୁ ବର୍ଷା ବଜାରରେ ପଶିଲା ପାଣି
- ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।