Flood Victims Face Fresh Crisis: ପୁଣି ବନ୍ୟା ଆଣିଲା ବୈତରଣୀ; ଚାଷ ଗଲା, ବାସ ଗଲା, ପେଟରେ ପଡ଼ିଲା ଓଦା କନା

Aug 16, 2026 - 19:28
Flood Victims Face Fresh Crisis: ପୁଣି ବନ୍ୟା ଆଣିଲା ବୈତରଣୀ; ଚାଷ ଗଲା, ବାସ ଗଲା, ପେଟରେ ପଡ଼ିଲା ଓଦା କନା

ଚାଷ ଗଲା, ବାସ ଗଲା, ପେଟରେ ପଡ଼ିଲା ଓଦା କନା। ପ୍ରଥମ ବନ୍ୟା ପରେ ଦ୍ୱିତୀୟ ବନ୍ୟା ବଢାଇ ଦେଲା ବିପନ୍ନଙ୍କ ଦୁର୍ଦ୍ଦଶା। ବୈତରଣୀର ପ୍ରଥମ ବନ୍ୟାରେ ବିପନ୍ନ ଅଣ୍ଟା ସଳଖି ନ ଥିଲା ବେଳେ ପୁଣି ବନ୍ୟା ଦାଉ ସାଧୁଛି। ଭଦ୍ରକ ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର ବିଭିନ୍ନ ଗାଁରେ ବୈତରଣୀରେ ଦ୍ବିତୀୟ ବନ୍ୟାଜଳ ପ୍ରବାହିତ ହେଉଛି। 

ଲୋକଙ୍କ ଘର ଦ୍ୱାର, ଚାଷ ବାସ ଯାହା ଥିଲା ଏବେ ବନ୍ୟା ପାଣିରେ ବୁଡି ସବୁ ନଷ୍ଟ ହୋଇ ଯାଇଛି। ଚୁଲିରେ ପାଣି ପଶି ଯାଇଛି। ଖାଇବା, ବଞ୍ଚିବା ପାଇଁ ଏବେ ସଙ୍ଘର୍ଷ କରୁଛନ୍ତି ବନ୍ୟା ବିପନ୍ନ। 

  • ଭଦ୍ରକରେ ପୁଣି ବନ୍ୟା ଆଣିଲା ବୈତରଣୀ
  • ବିପନ୍ନଙ୍କ ଦୁର୍ଦ୍ଦଶା ବଢାଇଲା ଦ୍ୱିତୀୟ ବନ୍ୟା
  • ଚାନ୍ଦବାଲି ବ୍ଲକର ୪ରୁ ଉର୍ଦ୍ଧ୍ୱ ପଞ୍ଚାୟତ ପ୍ରଭାବିତ
  • ବୁଡିଗଲା ଘରଦ୍ୱାର ସହ ଶହ ଶହ ଏକର ଫସଲ
  • ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି ବନ୍ୟା ବିପନ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।