Flood Woes Deepen: ବନ୍ୟା ଯନ୍ତ୍ରଣାରେ ପାଠପଢ଼ା ଠପ୍, ଚିନ୍ତା ବଢ଼ାଇଛି ଗର୍ଭବତୀଙ୍କ ସୁରକ୍ଷା

Aug 19, 2026 - 21:15
Flood Woes Deepen: ବନ୍ୟା ଯନ୍ତ୍ରଣାରେ ପାଠପଢ଼ା ଠପ୍, ଚିନ୍ତା ବଢ଼ାଇଛି ଗର୍ଭବତୀଙ୍କ ସୁରକ୍ଷା

ବନ୍ୟା ପାଣିରେ ଉବୁଟୁଡୁ ବିଦ୍ୟାର ମନ୍ଦିର। ଯେଉଁଠି ସକାଳ ହେଲେ ପିଲାଙ୍କ ପାଦ ପଡ଼ିବା କଥା, ସେଠି ଆଜି ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ପିଲାଙ୍କ ଗହଣରେ ହସୁଥିବା କ୍ୟାମ୍ପସରେ ବହୁଛି ପାଣିର ସୁଅ। ଯାଜପୁର ଦଶରଥପୁର ବ୍ଲକର ଖାନନଗର ପଞ୍ଚାୟତ ବାଉତରା ହାଇସ୍କୁଲର ଏ ଦୃଶ୍ୟ। ତିନି ତିନି ଥର ବନ୍ୟା ଆସିବାରୁ ପାଖାପାଖି ମାସେ ହେଲାଣି ସ୍କୁଲରେ ପାଠପଢା ଠପ୍। ...

ଏପଟେ ଘରେ ପାଣି ପଶିଛି, ଘର ଭାଙ୍ଗିଛି। ଆଉ ପିଲାଙ୍କ ବହି, ଖାତା, ୟୁନିଫର୍ମ ସବୁ ବନ୍ୟା ପାଣିରେ ନଷ୍ଟ। ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ପିଲାମାନେ ଏବେ ପରିବାର ସହ ସେହି ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି। ଏ କେବଳ ବାଉତରାର ଚିତ୍ର ନୁହେଁ। ଯାଜପୁର ଓ ଦଶରଥପୁର ବ୍ଲକରେ ଥିବା ଏକାଧିକ ସ୍କୁଲ ଏବେ ବି ବନ୍ୟା ଘେରରେ। ବାରମ୍ବାର ବନ୍ୟା ଆସୁଛି, ପାଠପଢ଼ା ଅଟକୁଛି। ଆଉ ପିଲାଙ୍କ ଶିକ୍ଷା ବର୍ଷ ପଛକୁ ଯାଉଛି।

ଅଭିଭାବକ ବି ପିଲାଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଛନ୍ତି। କେବେ ପାଠପଢ଼ା ସ୍ବାଭାବିକ ହେବ ତାକୁ ନେଇ ବଢ଼ିଛି ଚିନ୍ତା। ଅନ୍ୟପଟେ ବନ୍ୟା ଘେରରେ ଫସିଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର କୂଳସାହି ଆଶ୍ରମ ସ୍କୁଲର  ୨୦୫ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ପ୍ରଶାସନ ସୁରକ୍ଷିତ ସ୍ଥାନାନ୍ତର କରିଛି। ... 

ବନ୍ୟା କେବଳ ପାଠପଢ଼ା ଛଡ଼ାଇ ନେଇନି, ଜୀବନକୁ ବି ଜଳବନ୍ଦୀ କରିଦେଇଛି। ଯାଜପୁର ବରୀ ବ୍ଲକ ମହମ୍ମଦପୁର ଗାଁରୁ ଆସିଛି ହୃଦୟବିଦାରକ ସ୍ଥିତି। ଘର ଚାରିପଟେ ପାଣିର ରାଜୁତି ଭିତରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜଣେ ମହିଳା। ସୁରକ୍ଷିତ ରାସ୍ତା ନଥିବା ବେଳେ ଦେବଦୂତ ସାଜି ପହଞ୍ଚିଥିଲା SRCଙ୍କ ସ୍ୱତନ୍ତ୍ର ଟିମ୍। ସେହିପରି ଅସୁସ୍ଥ ଦୁଇ ବୃଦ୍ଧାଙ୍କୁ ଏନଡିଆରଏଫ ବୋଟ୍ ଯୋଗେ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। 

କେନ୍ଦ୍ରାପଡ଼ା ରାଜକନିକାରେ ବି ସମାନ ଚିତ୍ର। ବୈତରଣୀ ବନ୍ୟାରେ ଜଳବନ୍ଦୀ ପରେ ଚିନ୍ତାରେ ଗର୍ଭବତୀ ସସ୍ମିତା ମହାପାତ୍ର। ବାସୁଦେବପୁରରେ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ହେଉନି କି ସହି ହେଉନି। ଚୁଲିରେ ପାଣି ପଶିଛି। ଜାଳେଣି ନାହିଁ, ଗ୍ୟାସ୍ ଗାଡ଼ି ଆସିପାରୁ ନଥିବା ବେଳେ ସାହାରା କେବଳ ଉଠା ଚୁଲି। ଓଳିଏ ରାନ୍ଧିଲେ ୪ ଦିନ ପଖାଳ ଖାଇ ବଞ୍ଚୁଛନ୍ତି ବିପନ୍ନ।...

ଏବେ ଅପେକ୍ଷା ସେହି ଦିନକୁ। କେଉଁଦିନ ପୁଣି ସ୍କୁଲ ଘଣ୍ଟି ବାଜିବ। ଆଉ ବନ୍ୟା ପାଣିକୁ ପଛରେ ପକାଇ ଜୀବନ ପୁଣି ସ୍ୱାଭାବିକ ଧାରାକୁ ଫେରିବ। ... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।