10 OCTOBER 2026

Welcome!

Unlock your personalized experience.
Sign Up

World Mental Health Day: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ବର୍ଷକରେ ୧୮୦୪ ଚିହ୍ନଟ

Oct 10, 2026 - 03:36
World Mental Health Day: ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ: ବର୍ଷକରେ ୧୮୦୪ ଚିହ୍ନଟ

ଅନୁଗୋଳ (ପ୍ରଭାତ ବେହେରା): ଚାପଗ୍ରସ୍ତ ଜୀବନ, ଅନିୟମିତ ଦିନଚର୍ଯ୍ୟା ଓ ମୋବାଇଲ୍‌ର ବ୍ୟବହାର ମଣିଷର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ୨୦୨୫-୨୬ରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮୦୪ ଜଣଙ୍କଠାରେ ମାନସିକ ରୋଗ ଚିହ୍ନଟ ହୋଇଛି। ହେଲେ ରୋଗୀଙ୍କ ସଂଖ୍ୟା ତୁଳନାରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ନାହିଁ। ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ଏ ସମ୍ପର୍କରେ ସଚେତନତା ବଢ଼ାଇବା, ମାନସିକ ରୋଗୀଙ୍କ ପ୍ରତି ସାମାଜିକ ଭେଦଭାବ ଦୂର କରିବା ଏବଂ ସେମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। 

Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ ଅନୁଗୋଳ ଜିଲ୍ଲାରେ ୯୮୫ ଜଣଙ୍କ ନମୁନା ପରୀକ୍ଷାରୁ ୩୪୮ ଜଣ ଏବଂ ୨୦୨୪-୨୫ରେ ୧୦୬୯ ଜଣଙ୍କ ମଧ୍ୟରୁ ୪୯୬ ଜଣ ମାନସିକ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୫-୨୬ରେ ଏହି ସଂଖ୍ୟା ଆହୁରି ବଢ଼ି ୧୮୦୪ ଛୁଇଁଲା। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୬୭୭ ଜଣ ଔଷଧ ସେବନ କରୁଛନ୍ତି। ଅଥଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍‌ ୱାର୍ଡରେ ଏହି ରୋଗୀଙ୍କ ପାଇଁ ୧୦ଟି ଶଯ୍ୟା ରହିଛି। ପ୍ରତିବର୍ଷ ନୂଆ ରୋଗୀ ଚିହ୍ନଟ ହେବା ଘଟଣାକୁ ବିଶେଷଜ୍ଞ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଡାକ୍ତର ରଶ୍ମିତା ଭଞ୍ଜଦେଓଙ୍କ ମତରେ ମୋବାଇଲ୍‌ ଫୋନ୍‌ର ଅତ୍ୟଧିକ ବ୍ୟବହାର, ରାତି ଅନିଦ୍ରା, ଜୀବନଶୈଳୀରେ ପରିବର୍ତ୍ତନ, ଅତ୍ୟଧିକ ମାନସିକ ଚାପ, ଲୋକଙ୍କ ସହ ମିଳାମିଶା କମିବା ଏହାର ପ୍ରମୁଖ କାରଣ। ତେଣୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।