11 OCTOBER 2026

Welcome!

Unlock your personalized experience.
Sign Up

Leopard skins seized: ଦୁଇ କଲରାପତରିଆ ବାଘଛାଲ ଜବତ: ୬ ଗିରଫ, ତିନି ବାଇକ୍‌ ଜବତ, କନ୍ଧମାଳରେ ଶିକାର କରି ଗଜପତିରେ ବିକ୍ରି!

Oct 10, 2026 - 05:44
Leopard skins seized: ଦୁଇ କଲରାପତରିଆ ବାଘଛାଲ ଜବତ: ୬ ଗିରଫ, ତିନି ବାଇକ୍‌ ଜବତ, କନ୍ଧମାଳରେ ଶିକାର କରି ଗଜପତିରେ ବିକ୍ରି!

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ପୃଥକ୍‌ ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ବେଆଇନ କାରବାରରେ ଲିପ୍ତ ‌୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ୩ଟି ବାଇକ୍ ଓ ୬ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍‌.ନାଗରାଜୁ ଦେବଗିରି ରେଞ୍ଜ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଗତକାଲି ଦେବଗିରି ବନାଞ୍ଚଳର ସ୍ୱତନ୍ତ୍ର ଟିମ୍‌ ଏସିଏଫ୍‌ ସାଇନଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ଉ କରି କାଶୀନଗର ଥାନା ଅଧୀନ ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି (୪୦) ଓ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟ (୪୨)କୁ କାବୁ କରିଥିଲେ। ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ଗୋଟିଏ ବାଇକ୍‌ ଓ ଦୁଇଟି ମୋବାଇଲ ଜବତ ହୋଇଥିଲା। ସେମାନଙ୍କ ବୟାନ ଆଧାରରେ ଆଜି ମୋହନା ବନାଞ୍ଚଳ ଅଧୀନ ପାଣିଗଣ୍ଡା ସେକ୍ସନର ତୁଳସୀନଗର ଗ୍ରାମ ନିକଟରେ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ତିଆରିଗାମ ଗ୍ରାମର ଜଗା ମଲ୍ଲିକ (୩୬), ଦାସିଙ୍ଗବାଡ଼ି ଗ୍ରାମର ବିଜୟ ନନ୍ଦ ନାୟକ (୨୩) ଓ ଦୀପକ କୁମାର ନାୟକ (୨୫) ଏବଂ ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ପାଣିଗଣ୍ଡା ଗ୍ରାମର ତ୍ରିଲୋଚନ ପାତ୍ର (୩୫) ଧରା ପଡ଼ିଥିଲେ। ସେମାନଙ୍କ ଠାରୁ ଆଉ ଗୋଟିଏ ଛାଲ, ଦୁଇଟି ବାଇକ୍ ଓ ଚାରିଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିଲା।

Protest: ସିଇସି ବିରୋଧୀ ଆନ୍ଦୋଳନ; ବିଭିନ୍ନ ଅଭିଯୋଗ ପାଇଁ ୨୭ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ

ବାଘଛାଲର ଉତ୍ସ ଠାବ କରିବା ସହ ଶିକାରର ସ୍ଥାନ ଓ ସମୟ ନିର୍ଣ୍ଣୟ ପାଇଁ ନମୁନା ପରୀକ୍ଷାଗାରକୁ ପଠାଯିବ ବୋଲି ଜଣାପଡ଼ିଛି। ଛାଲଗୁଡ଼ିକ ପ୍ରାୟ ୫୦ରୁ ୬୦ ଦିନ ପୂର୍ବେ ଶିକାର ହୋଇଥିବା ବାଘଙ୍କର ଏବଂ କନ୍ଧମାଳ ଜଙ୍ଗଲରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ଅନ୍ୟ ଆପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ଏହାକୁ ବି ତଦନ୍ତ ପରିସରଭୁକ୍ତ କରାଯିବ।ଅନ୍ୟପକ୍ଷରେ, ଗଜପତି-ଗଞ୍ଜାମ ସୀମାନ୍ତ ପାତ୍ରପୁର ଅଞ୍ଚଳରେ ମଧ୍ୟ ଚିତାବାଘଙ୍କ ଚଳପ୍ରଚଳ ଥିବାରୁ ସେହି ଅଞ୍ଚଳରୁ ଶିକାର ହୋଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେବେ ତଦନ୍ତ ପରେ ସ୍ପଷ୍ଟ ହେବ। ବନ୍ୟଜନ୍ତୁ ଦେହାବଶେଷ କାରବାରର ମୂଳ ଉତ୍ସ ଠାବ କରିବା ସହ ଏହା ପଛରେ ଥିବା ଯୋଗାଣକାରୀ ଓ ଚାଲାଣକାରୀଙ୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଥିବା ଡିଏଫ୍‌ଓ ଏସ୍‌.ନାଗରାଜୁ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।