Floodwater Recedes In Ganjam: ବରପଲୀ ଗାଁରେ ବନ୍ୟା ଜଳ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନି
ଗଞ୍ଜାମ ବ୍ଲକ ବରପଲୀ ଗାଁରେ ବନ୍ୟା ଜଳ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନି।
କିଏ ଘର ଭିତରୁ ବହଳ ବହଳ କାଦୁଅ ସଫା କରୁଛି, ତ ଆଉ କିଏ ବର୍ଷ ବର୍ଷ ଧରି ସାଇତି ରଖିଥିବା ଜିନିଷପତ୍ର ନଷ୍ଟ ହୋଇଯିବା ପରେ ତାହାକୁ ଖୋଜୁଛି।
ଏପଟେ ଗଞ୍ଜାମ ବ୍ଲକର ପୋଇରାଶି, ବରପଲ୍ଲୀ ଏବଂ ଭୂୟାଁଭୂଇଁ ଗାଁ ଦାଣ୍ଡରେ କାଦୁଅ ପାଣି ରହିଛି।
Advertisment ୪ ଦିନ ହେଲା ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନେ ଦିନରାତି କରି ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ପହଞ୍ଚାଉଛନ୍ତି।
ବିପଦର ଏହି ବେଳାରେ ରମ୍ଭା ଥାନା ପୋଲିସ୍ ପକ୍ଷରୁ ବରପାଲି ଗାଁ ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ଗଂଜାମ ବ୍ଲକ ବରପଲ୍ଲୀରେ କମିଛି ବନ୍ୟା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ଉଦ୍ଧାରକାର୍ଯ୍ୟରେ ପୋଲିସ ସହ ଓଡ୍ରାଫ୍ ଟିମ୍ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।