Floodwaters Recede, But Misery Continues: ଜଳପ୍ରଳୟ ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା, ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ

Oct 30, 2026 - 09:18
Floodwaters Recede, But Misery Continues: ଜଳପ୍ରଳୟ ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା, ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ

ଜଳପ୍ରଳୟ ପରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା।

ବନ୍ୟା ପାଣି ହଟିବା ପରେ ଏବେ ଘରେ ଘରେ ଦେଖିବାକୁ ମିଳୁଛି କାଦୁଅ ଓ ମାଟିର ଆସ୍ତରଣ।

ଘରଦ୍ୱାର ସଫା କରିବାରେ ଲାଗିପଡ଼ିଛନ୍ତି ଲୋକେ।

ଧୀରେ ଧୀରେ ବନ୍ୟାଜଳ କମିବା ସହ ରାସ୍ତାଘାଟରେ ଯୋଗାଯୋଗ ସ୍ୱାଭାବିକ ହେଉଛି।

ହେଲେ ବନ୍ୟାର ଦାଗ ଏବେ ବି ସ୍ପଷ୍ଟ ବାରି ହୋଇପଡ଼ୁଛି।

Advertisment ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ନଷ୍ଟ ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି।

ଅନ୍ୟପଟେ ସକାଳୁ ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ଲାଗିରହିଛି।

ବନ୍ୟା ପାଣି ହଟିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି।

ଘର ସଜାଡ଼ିବା ସହ ସ୍ୱାଭାବିକ ଜୀବନକୁ ଫେରିବା ପାଇଁ ଏବେ ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।