Fog: ସୁନ୍ଦରଗଡ଼ରେ ଋତୁର ପ୍ରଥମ କୁହୁଡ଼ି, ଶୀତୁଆ ସକାଳରେ ଉତ୍ସବମୁଖର ପରିବେଶ
"ସୁନ୍ଦରଗଡ଼: ଗତକାଲି ଝିପିଝିପି ବର୍ଷା ପରେ ଆଜି ସକାଳୁ ସୁନ୍ଦରଗଡ଼ କୁହୁଡ଼ିର ଚାଦରରେ ଘୋଡ଼ି ହୋଇଥିଲା।
ସହରରୁ ଗାଁ କୁହୁଡ଼ି ଭିତରେ ହଜି ଯାଇଥିଲା।
ରାସ୍ତାରେ ମୁହଁକୁ ମୁହଁ ଦିଶୁ ନଥିବାବେଳେ ଗାଡ଼ିମୋଟର ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା।
ବିଶେଷ କରି ପ୍ରାତଃଭ୍ରମଣରେ ବାହାରିଥିବା ପିଲାଠୁ ବୁଢ଼ା ବର୍ଷର ପ୍ରଥମ କୁହୁଡ଼ିରେ ଭିଜିବାର ମଜା ନେଇଥିଲେ।Advertisment ଲୋକେ ଉଲ୍ଲସିତ ଜଣା ପଡ଼ୁଥିଲେ ସୁନ୍ଦରଗଡ଼ ଭବାନୀଭବନ ପଡ଼ିଆରେ କ୍ରୀଡ଼ା ଅଭ୍ଯାସ କରୁଥିବା, ସକାଳୁଆ ବୁଲାରେ ପହଞ୍ଚିଥିବା ଲୋକଙ୍କ ମୁହଁରେ ଏକ ଭିନ୍ନ ଖୁସି ଦେଖା ଯାଇଥିଲା।
କୁହୁଡ଼ି ଦେଇ ଅଶ୍ବିନୀ ଉତ୍ସବ ଆଗମନର ବାର୍ତ୍ତା ପହଞ୍ଚି ଯାଇଥିବାରୁ ଲୋକେ ଉଲ୍ଲସିତ ଜଣା ପଡ଼ୁଥିଲେ।
Flood: ଭାପୁର ବ୍ଲକ ମଣିପୁର ଗ୍ରାମ ଜଳବନ୍ଦୀ, ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ୫୦୦ରୁ ଅଧିକ ପଶୁ ପ୍ରଭାବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।