Football Match: ଉରୁଗୁଏ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଆଜି, ୧୯୯୯ରୁ ୧୯୯କୁ କମିଲା ଟିକଟ୍ ମୂଲ୍ୟ
"କୋଲକାତା: ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟ୍ବଲ୍ ମ୍ୟାଚ୍ ଶୃଙ୍ଖଳାର ତୃତୀୟ ତଥା ମ୍ୟାଚ୍ ମଙ୍ଗଳବାର ଭାରତ ଓ ଉରୁଗୁଏ ମଧ୍ୟରେ ସଲ୍ଟଲେଟ୍ ସ୍ଥିତ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ।
ପାନାମା ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦଳ ଲଢୁଆ ପ୍ରଦର୍ଶନ କରି ୧-୧ରେ ଡ୍ର ରଖିଥିଲା।
ଶକ୍ତିଶାଳୀ ବ୍ରାଜିଲ୍ ବିପକ୍ଷ ମ୍ୟାଚ୍ରେ ୦-୪ରେ ପରାସ୍ତ ହୋଇଥିଲେ ବି ଭାରତୀୟ ଦଳର ପ୍ରଦର୍ଶନ ମନ୍ଦ ନଥିଲା।
ଏଣୁ ଦୁଇଥରର ବିଶ୍ବ ଚାମ୍ପିଅନ ଉରୁଗୁଏ ବିପକ୍ଷରେ ବି ଭାରତ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି।Advertisment ଟିକଟ ଦାମରେ ବଡ଼ ଧରଣର ହ୍ରାସ ଅନ୍ୟପକ୍ଷରେ ବ୍ରାଜିଲ୍ ମ୍ୟାଚ୍ରେ ଷ୍ଟାଡିୟମର ଅନେକ ସିଟ୍ ଖାଲି ପଡ଼ିଥିବାରୁ ଆୟୋଜକଙ୍କ ଚିନ୍ତା ବଢି଼ଯାଇଛି।
ଉକ୍ତ ମ୍ୟାଚ୍ରେ ୬୮ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ପ୍ରାୟ ୫୧ ହଜାର ଦର୍ଶକ ଉପସ୍ଥିତ ଥିଲେ।
ଫଳରେ ୧୫ ହଜାରରୁ ଅଧିକ ସିଟ୍ ଖାଲି ରହିଥିଲା।
ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିର ମ୍ୟାଚ୍ ପାଇଁ ଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଟିକଟ ଦାମରେ ବଡ଼ ଧରଣର ହ୍ରାସ କରାଯାଇଛି।
ପୂର୍ବରୁ ୧୯୯୯ ଟଙ୍କାରେ ବିକ୍ରି ହେଉଥିବା ଟିକଟ ମୂଲ୍ୟ ୧୯୯କୁ ହ୍ରାସ କରାଯାଇଛି।
ଅର୍ଥାତ୍ ଦାମ୍ରେ ପ୍ରାୟ ୯୦% ହ୍ରାସ ହୋଇଛି।
Cricket: ବାଉଣ୍ଡରି ବାହାରେ ପଡ଼ିଲା ବାଉନ୍ସର, ମିଳିଲା ୫ ରନ୍ ଏହାସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରାୟ ୨୨ ହଜାର ଫୁଟବଲ୍ ପ୍ରଶଂସକଙ୍କୁ ମାଗଣା ଟିକେଟ୍ ଦେବାକୁ ଘୋଷଣା କରିଛନ୍ତି।
ଗତବର୍ଷ ଲିଓନେଲ୍ ମେସିଙ୍କ ସଲ୍ଟଲେକ୍ ଷ୍ଟାଡିୟମ୍ ଗସ୍ତ ସମୟରେ ମ୍ୟାଚ୍ ଦେଖିପାରିନଥିବା କିମ୍ବା ସମସ୍ୟାରେ ପଡ଼ିଥିବା ପ୍ରଶଂସକମାନଙ୍କୁ ଏହି ସୁଯୋଗ ଦିଆଯିବ।ସମୟ: ସଂଧ୍ୟା ୭.୩୦ପ୍ରସାରଣ ସୋନି ସ୍ପୋର୍ଟସ, ସୋନି ଲିଭ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।