Four IAS Officers Given Additional SRC Powers: ବନ୍ୟା ପ୍ରଭାବିତ ୩ ଜିଲ୍ଲାକୁ ଯିବେ ୪ IAS, ଦିଆଗଲା ଗୁରୁଦାୟିତ୍ୱ

Nov 03, 2026 - 15:56
Four IAS Officers Given Additional SRC Powers: ବନ୍ୟା ପ୍ରଭାବିତ ୩ ଜିଲ୍ଲାକୁ ଯିବେ ୪ IAS, ଦିଆଗଲା ଗୁରୁଦାୟିତ୍ୱ

ବନ୍ୟା ପ୍ରଭାବିତ ୩ ଜିଲ୍ଲା ଯିବେ ୪ IAS।

ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଯିବେ ୪ IAS।

ଗଞ୍ଜାମ ପାଇଁ ୨, ଗଜପତି ଓ କନ୍ଧମାଳ ପାଇଁ ଜଣେ ଲେଖାଏଁ IASଙ୍କୁ ଦାୟିତ୍ବ ଦିଆଯାଇଛି।

୪ ଜଣ IASଙ୍କୁ ଅତିରିକ୍ତ SRC କ୍ଷମତା ଦିଆଯିବ।

ଗଜପତି ଜିଲ୍ଲା ପାଇଁ ପବନ କୁମାରଙ୍କୁ ଦାୟିତ୍ୱ ମିଳିଥିବା ବେଳେ, ଗଞ୍ଜାମ ପାଇଁ ନିୟୋଜିତ ହୋଇଛନ୍ତି ଅଜିତ କୁମାର ଓ ତେଜସ୍ୱିନୀ ବେହେରା।

Advertisment ସେହିପରି କନ୍ଧମାଳ ଜିଲ୍ଲାର ଦାୟିତ୍ୱରେ ରହିବେ ଶିବ ମାଲଭିୟ।

ସେମାନେ ୩ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି, କେତେ ପରିବାର ପ୍ରଭାବିତ ହୋଇଛନ୍ତି, କାହାକୁ କେଉଁ ପ୍ରକାର ସହାୟତା ଜରୁରୀ, ତାହାର ଆକଳନ କରିବେ।

ବିପନ୍ନଙ୍କ ପାଖରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍ ସମୟରେ ପହଞ୍ଚୁଛି କି ନାହିଁ, ସେନେଇ ସମନ୍ୱୟ କରିବେ।

ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଭଳି ଜରୁରୀ ସେବାର ପୁନଃରୁଦ୍ଧାରକୁ ଗୁରୁତ୍ୱ ଦେଇ କାମ କରିବେ।

ସେମାନେ ୨ ମାସ କିମ୍ବା କାମ ସରିବା ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାରେ ରହିବେ।

...

ବନ୍ୟା ପ୍ରଭାବିତ ୩ ଜିଲ୍ଲା ଯିବେ ୪ IAS ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଯିବେ ୪ IAS ଗଞ୍ଜାମ ପାଇଁ ୨, ଗଜପତି ଓ କନ୍ଧମାଳ ପାଇଁ ଜଣେ ଲେଖାଏଁ IASଙ୍କୁ ଦାୟିତ୍ବ ୪ ଜଣ IASଙ୍କୁ ଅତିରିକ୍ତ SRC କ୍ଷମତା ଦିଆଯିବ ୩ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ ପ୍ରଭାବିତଙ୍କ ନିକଟକୁ ସହାୟତା ପ୍ୟାକେଜ କିପରି ପହଞ୍ଚିବ ତଦାରଖ କରିବେ ଭିତ୍ତିଭୂମି ମରାମତି ତ୍ବରାନ୍ବିତ କରିବାରେ ସହଯୋଗ କରିବେ ୨ ମାସ କିମ୍ବା କାମ ସରିବା ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାରେ ରହିବେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।