Four Odisha Districts Hit by Floods: ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି; ୪୫ ପଞ୍ଚାୟତ ପ୍ରଭାବିତ

Aug 14, 2026 - 17:09
Four Odisha Districts Hit by Floods: ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି; ୪୫ ପଞ୍ଚାୟତ ପ୍ରଭାବିତ

ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି। ୪୫ଟି ପଞ୍ଚାୟତ ପ୍ରଭାବିତ। ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ନେଇ ଏହି ଅପଡେଟ୍ ସୂଚନା ଦେଇଛନ୍ତି ଏସ୍ ଆର୍ ସି ରାଜେଶ ପ୍ରଭାକର ପାଟିଲ୍। ଏସଆରସି କହିଛନ୍ତି, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଜଳ ବଢ଼ିଛି। ବୈତରଣୀରେ ବନ୍ୟା ଆସିବାରୁ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛନ୍ତି। 

ପୂର୍ବରୁ ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରୁଛି। ବୁଢାବଳଙ୍ଗର ବନ୍ୟା ପାଣି ବାରିପଦା ସହରରେ ପ୍ରବେଶ କରିଥିଲା। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବାରୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୪ ଜିଲ୍ଲାର ୪୫ ପଞ୍ଚାୟତରେ ରିଲିଫ ସେଣ୍ଟର ଖୋଲାଯାଇଛି। ସେପଟେ ବନ୍ୟା ସ୍ଥିତିରେ ଉଦ୍ଧାର ଓ ରେସ୍କ୍ୟୁ ପାଇଁ ଓଡ୍ରାଫର ୧୦ ଓ NDRFର ୭ ଟିମ୍  ମୁତୟନ ହୋଇଛନ୍ତି। ସବୁ ଜିଲ୍ଲାରେ ସିନିୟର ଅଫିସର୍ ନିୟୋଜିତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି। ସେପଟେ ସୁବର୍ଣ୍ଣରେଖା, ବ୍ରାହ୍ମଣୀରେ ବଡ଼ ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। 

୪ ଜିଲ୍ଲାରେ ବନ୍ୟା; ୪୫ ପଞ୍ଚାୟତ ପ୍ରଭାବିତ
ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି; ୪୫ ପଞ୍ଚାୟତ ପ୍ରଭାବିତ
SRC ରାଜେଶ ପ୍ରଭାକର ପାଟିଲ୍ ଙ୍କ ସୂଚନା
'ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ବନ୍ୟା ସ୍ଥିତି'
'ଓଡ୍ରାଫର ୧୦ ଓ NDRFର ୭ ଟିମ୍ ମୁତୟନ ହୋଇଛନ୍ତି'
'ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଜଳ ବଢ଼ିଛି'
'ବୈତରଣୀରେ ବନ୍ୟା ଆସିବାରୁ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।