Odisha Set for Major Digital Boost: ରାଜ୍ୟରେ ହେବ ବଡ଼ ଡିଜିଟାଲ ବିପ୍ଳବ, ଲାଗିବ ୧୦୦୦ ନୂଆ 4G ଟାୱାର
ରାଜ୍ୟରେ ସ୍ଥାପନ ହେବ ୧ ହଜାର ନୂତନ 4G ବିଏସଏନଏଲ୍ ଟାୱାର । ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ୯୬୦ଟି ଓ ଭୁବନେଶ୍ୱରରେ ୪୦ଟି ମୋବାଇଲ ଟାୱାର ସ୍ଥାପନ ହେବ । ରାଜ୍ୟରେ ଥିବା ୫ହଜାରରୁ ଅଧିକ ସେକେଣ୍ଡାରୀ ସ୍କୁଲ, ୧୧ ଶହଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୬ ହଜାର ୫୦୦ରୁ ଅଧିକ ସେକେଣ୍ଡାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହାଇ-ସିଡ୍ ଇଣ୍ଟରନେଟ୍ ସେବା ସମ୍ପ୍ରସାରିତ କରାଯିବ ।
କେନ୍ଦ୍ର ସରକାରଙ୍କ DBN ଅନୁଦାନପ୍ରାପ୍ତ ପ୍ରକଳ୍ପ ଓ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ମାର୍ଚ୍ଚ ୨୦୨୭ ସୁଦ୍ଧା ଶେଷ ହେବ ମୋବାଇଲ ଟାୱାର ସ୍ଥାପନ କାର୍ଯ୍ୟ। ଓଡ଼ିଶା ବିଏସଏନ୍ଏଲର ମୁଖ୍ୟ ପ୍ରବନ୍ଧକ ଡି କେ ବେହେରା ଏହି ସୂଚନା ଦେଇଛନ୍ତି ।
ସ୍ଥାପନ ହେବ ୧ ହଜାର ନୂଆ 4G ବିଏସଏନଏଲ୍ ଟାୱାର
ଭୁବନେଶ୍ୱରରେ ସ୍ଥାପନ ହେବ ୪୦ଟି ମୋବାଇଲ ଟାୱାର
ମାର୍ଚ୍ଚ ୨୦୨୭ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।