Four Seconds Was Enough: ପୂଜା ଭିଡ଼ରେ ଲୁଟେରାଙ୍କ ଆତଙ୍କ, ଭୁବନେଶ୍ୱରରୁ ୨୦୦ ମୋବାଇଲ୍ ଚୋରି ଅଭିଯୋଗ

Oct 22, 2026 - 21:08
Four Seconds Was Enough: ପୂଜା ଭିଡ଼ରେ ଲୁଟେରାଙ୍କ ଆତଙ୍କ, ଭୁବନେଶ୍ୱରରୁ ୨୦୦ ମୋବାଇଲ୍ ଚୋରି ଅଭିଯୋଗ

୪ ସେକେଣ୍ଡ ତଳେ ଭେନିଟିରେ ଥିଲା...

ହଠାତ୍ ଗାଏବ୍ ହୋଇଗଲା ମୋବାଇଲ୍।

ଭୁବନେଶ୍ବର ରୁଚିକା ମାର୍କେଟ୍ ଅଂଚଳର ଜଣେ ଯୁବତୀ ଗତକାଲି ସଂଧ୍ୟାରେ ରାବଣ ପୋଡ଼ି ଦେଖିବାକୁ ଆସିଥିଲେ ବରମୁଣ୍ଡା।

ହେଲେ ଭିଡ଼ ଭିତରେ ଲୁଟେରା ନେଇଗଲେ ମୋବାଇଲ୍।...

ଗୋଟିଏ ପଟେ ଶ୍ରଦ୍ଧାଳୁ ଭକ୍ତିରେ ତଲ୍ଲୀନ, ଅନ୍ୟପଟେ ସେମାନଙ୍କ ଗହଣା, ମୋବାଇଲ୍ ଉପରେ ବଞ୍ଜାରାଙ୍କ ତୀକ୍ଷଣ ନଜର।

କାହାଠାରୁ ମୋବାଇଲ୍ ଲୁଟିନେଲେ ତ ଆଉ କାହା ବେକରୁ ଚେନ୍ ଛିଣ୍ଡାଇ ପାର୍।

Advertisment କେବଳ ସପ୍ତମୀରୁ ଦଶମୀ ମଧ୍ୟରେ ଭୁବନେଶ୍ବରରୁ ପାଖାପାଖି ୨ ଶହ ମୋବାଇଲ୍ ଫୋନ୍, ୨୦ରୁ ଅଧିକ ସୁନାଚେନ୍ ଲୁଟ୍ ନେଇ ବିଭିନ୍ନ ଥାନାରେ ହୋଇଛି ଅଭିଯୋଗ।

ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଏଭଳି ଲୁଟ୍ପାଟ୍ ଚଳାଇଥିବା କିଛି ବଂଜାରାଙ୍କୁ କାବୁ କରିଛି ପୋଲିସ୍।

ଜେରା ବେଳେ ସେମାନେ ବେଲୁନ୍, ଖେଳନା, ଫୁଲ ଆଦି ବିକିବା ଆଳରେ ଲୁଟ୍ କରୁଥିବା ପୋଲିସ ଆଗରେ ମାନିଛନ୍ତି।

ପୁରୁଣା ଷ୍ଟେସନ ବଜାରରେ ଜଣେ ମହିଳା ଭକ୍ତଙ୍କ ଭ୍ୟାନିଟି ବ୍ୟାଗ୍ କାଟୁଥିବା ବେଳେ ଭଲ୍ୟୁଣ୍ଟର୍ ଏକ ବଂଜାରା ଗ୍ରୁପକୁ କାବୁ କରି ପୋଲିସ ଜିମା ଦେଇଥିଲେ।

ସୂଚନା ଅନୁସାରେ, ପୂଜା ବଜାରକୁ ଦେଖି ରାଜଧାନୀକୁ ଆସିଛନ୍ତି ପାଖାପାଖି ୨୦୦ ବଞ୍ଜାରା।

...

କେବଳ ପୂଜା ପେଣ୍ଡାଲ ନିକଟରେ ଲୁଟପାଟ୍ ହୋଇନାହିଁ, ଲୋକେ ପୂଜା ପାଇଁ ପେଣ୍ଡାଲ୍ ବୁଲାବୁଲି କରୁଥିବା ବେଳେ ଘରେ ମଧ୍ୟ ବୁଲାଉଛନ୍ତି କଳାକନା।

ସ୍ଥାନ ସହିଦ ନଗର ଥାନା ଅନ୍ତର୍ଗତ ଟେଲିକମ୍ କଲୋନୀ।

ପରିବାର ଲୋକେ ଦଶହରାରେ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଲୁଟେରା ତାଲା କାଟି ଲୁଟିନେଇଛନ୍ତି ୮ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ଲାପଟପ୍।

...

Advertisment ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ନୟାପଲ୍ଲୀ, ସହିଦ ନଗର, ଖଣ୍ଡଗିରି ଥାନା ଅଂଚଳରେ ଏକାଧିକ ବଞ୍ଜାରା ଗ୍ରୁପକୁ ଧରିଛି ପୋଲିସ।

ଏପରିକି ସ୍ଥାନୀୟ କିଛି ଲୁଟେରା ପୂର୍ବରୁ ରେକି କରି ଲୁଟପାଟ୍ କରିଥିବା ସୁରାକ୍ ମିଳିଛି।

ଆଜି ବିଭିନ୍ନ ସ୍ଥାନରେ ମା'ଙ୍କୁ ମେଲାଣି ଦିଆଯାଉଛି।

ଭସାଣ ଶୋଭାଯାତ୍ରା ଭିଡ଼ରେ ବଂଜାରା ଗ୍ରୁପ୍ ପୁଣି ମାତିବାର ଆଶଙ୍କା ରହିଛି।

...

ପୂର୍ବରୁ ରଥଯାତ୍ରା ସମୟରେ ପୁରୀରେ ବଞ୍ଜାରା ଗ୍ରୁପ୍ ମାତିଥିବା ନଜରକୁ ଆସିଥିଲା।

ଏବେ ରାଜଧାନୀ ଭୁବନେଶ୍ବର।

ଆଗକୁ ଗଜଲକ୍ଷ୍ମୀ ପୂଜା ଥିବାରୁ ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ସହରରେ ଏହି ଲୁଟେରା ଗ୍ୟାଙ୍ଗକୁ ଚେକ୍ ଦେବାକୁ ଠୋସ୍ ଷ୍ଟ୍ରାଟେଜିର ଆବଶ୍ୟକତା ରହିଛି।

...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।