India’s Olympic Dream Gains Momentum: ଭାରତର ଅଲିମ୍ପିକ୍ ସ୍ୱପ୍ନ ସତ ହେବ ତ ? ଦୌଡ଼ରେ ୭ ଦେଶ
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ଦାବି ଆହୁରି ମଜବୁତ ହୋଇଛି। ଭାରତ ସହ କତାର ସମେତ ୭ଟି ଦେଶ ଏବେ ଆୟୋଜକ ହେବା ଦୌଡ଼ରେ ରହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(IOC) ପକ୍ଷରୁ ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ, କତାର, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଜର୍ମାନୀ, ହଙ୍ଗେରୀ ଓ ତୁର୍କୀର ଆଗ୍ରହକୁ ନିଶ୍ଚିତ କରାଯାଇଛି।
ଭାରତର ପ୍ରସ୍ତାବର କେନ୍ଦ୍ରରେ ରହିଛି ଅହମଦାବାଦ। ୨୦୩୦ କମନୱେଲଥ୍ ଗେମ୍ସ ଆୟୋଜନ କରିବାକୁ ଥିବା ଅହମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ମଧ୍ୟ ରହିଛି।
କତାର ଦୋହାକୁ କେନ୍ଦ୍ର କରି ଦାବି ଉପସ୍ଥାପନ କରିପାରେ। ସେପଟେ ଦକ୍ଷିଣ କୋରିଆର ପ୍ରସ୍ତାବରେ ସିଓଲ୍, ଜର୍ମାନୀରେ ମ୍ୟୁନିଖ୍, ହଙ୍ଗେରୀରେ ବୁଡାପେଷ୍ଟ ଏବଂ ତୁର୍କୀରେ ଇସ୍ତାନବୁଲ୍କୁ କେନ୍ଦ୍ର କରାଯାଇଛି। ଦକ୍ଷିଣ ଆଫ୍ରିକା ଜିତିଲେ ପ୍ରଥମ ଥର ପାଇଁ ଆଫ୍ରିକାରେ ସମର ଅଲିମ୍ପିକ୍ସ ଆୟୋଜିତ ହେବ।
IOC ଅନୁସାରେ, ଆସନ୍ତା ମାର୍ଚ୍ଚରେ ପ୍ରାରମ୍ଭିକ ପ୍ରାର୍ଥୀ ତାଲିକା ନିର୍ଦ୍ଧାରଣ ହେବ ଏବଂ ୨୦୨୯ରେ ଅଲିମ୍ପିକ୍ସ ଆୟୋଜକ ଦେଶ ଚୟନ ପାଇଁ ଭୋଟ୍ ହେବ। ଅର୍ଥାତ୍, ଭାରତର ଅଲିମ୍ପିକ୍ ସ୍ୱପ୍ନ ପୂରଣ ହେବ କି ନାହିଁ, ତାହା ପାଇଁ ଏବେ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।