Friendly Cricket Match ସ୍ବାଧୀନତା ଦିବସରେ ବନ୍ଧୁତା ପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌: ପୁଲିସ ଏକାଦଶ ଚାମ୍ପିଅନ

Aug 16, 2026 - 16:52
Friendly Cricket Match ସ୍ବାଧୀନତା ଦିବସରେ ବନ୍ଧୁତା ପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌: ପୁଲିସ ଏକାଦଶ ଚାମ୍ପିଅନ

"ଘୁ.ଉଦୟଗିରି:  ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଶାସନ ପକ୍ଷରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଶାସନ ଏକାଦଶ, ଓକିଲ ଏକାଦଶ, ପୁଲିସ ଏକାଦଶ ଏବଂ ଶିକ୍ଷକ ଏକାଦଶ ୪ଗୋଟି ଦଳ ଭାଗ ନେଇଥିଲେ।Advertisment ପ୍ରଥମ ମ୍ୟାଚ୍‌ ପୁଲିସ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ପୁଲିସ ଏକାଦଶ ବିଜୟୀ ହୋଇଥିଲେ।

ଦ୍ୱିତୀୟ ମ୍ୟାଚଟି ଶିକ୍ଷକ ଏକାଦଶ ଓ ଓକିଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଶିକ୍ଷକ ଏକାଦଶ ବିଜୟୀ ହୋଇଥିଲେ।

ଅନ୍ତିମ ମ୍ୟାଚ୍‌ଟି  ସ୍ଥାନୀୟ କଳିଙ୍ଗ ମିନି ଷ୍ଟାଡିଅମ୍‌ରେ ଅନୁଷ୍ଠିତ ହୋଇଥିଲା ।

ଫାଇନାଲ ମ୍ୟାଚ ପୁଲିସ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

କ୍ରିକେଟ୍‌ ମ୍ୟାଚ୍‌ ବେଳେ ଯୁକ୍ତିତର୍କ; ପଥରରେ ଛେଚି ୨୪ ବର୍ଷିୟ ଯୁବକଙ୍କୁ ହତ୍ୟା ଆଇଆଇସି ବିଜୟ କୁମାର ସ୍ବାଇଁ ପୁଲିସ୍ ଏକାଦଶର ନେତୃତ୍ୱ ନେଇଥିବା ବେଳେ ରଞ୍ଜନ ଚୌଧୁରୀ ଶିକ୍ଷକ ଏକାଦଶର ନେତୃତ୍ୱ ନେଇଥିଲେ ।

ମ୍ୟାଚରେ ପୁଲିସ୍ ଏକାଦଶ ପ୍ରଥମେ ଆକର୍ଷଣୀୟ ବ୍ୟାଟିଂ କରି ୧୨ ଓଭର ରେ ୧୦୩ ରନ କରିଥିଲା।

ଶିକ୍ଷକ ଏକାଦଶ ୧୦୪ ରନର୍ ବିଜୟ ଲକ୍ଷ୍ୟ ନେଇ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ପୁଲିସ ଏକାଦଶର ଯୋଜୋନାପୂର୍ଣ୍ଣ ଭାବେ ବୋଲିଂ ଓ ଫିଲ୍ଡିଂ ଯୋଗୁଁ  ବିଜୟ ହାସଲ କରିପାରିନଥିଲା ।

ଶିକ୍ଷକ ଏକାଦଶ ୯୨ ରନରେ ଅଲଆଉଟ୍ ହୋଇଥିବା ବେଳେ ୧୨ ରନ ରେ ପୁଲିସ୍ ଏକାଦଶ ଚାମ୍ପିଅନ ହୋଇଥିଲା।

ଶେଷରେ ଚାମ୍ପିଅନ୍ ଦଳ ସହ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।

ଦୁଇଟି ପିଚ୍‌ରେ ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌; ଗୋଟିଏ ମ୍ୟାଚ୍‌ରୁ ବଲ୍‌ ଯାଇ ଅନ୍ୟ ମ୍ୟାଚ୍‌ରେ ପଡ଼ିବାରୁ ମରିଗଲେ ଖେଳାଳି ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ତହସିଲଦାର ସମୂଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଆଇଆଇସି ବିଜୟ କୁମାର ସ୍ବାଇଁ, ଅତିରିକ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଯୋଗ ଦେଇଥିଲେ।

ଅତିଥିଙ୍କ ଠାରୁ ବିଜେତା ଓ ରନର୍ସଅପ୍‌ ଦଳ ସହ ପୁଲିସ ଏକାଦଶରେ ପ୍ରଦ୍ୟୁମ୍ନ ସୁନା ମ୍ୟାନ ଅଫ ଦ ମ୍ୟାଚ୍, ଶିକ୍ଷକ ଅରୁଣ ମେନ୍ ଅଫ ଦ ସିରିଜ ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ସମାରୋହକୁ ଅରୁଣ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିବାବେଳେ ସ୍ୱାକ ସଦସ୍ୟ ସମୀର କୁମାର ପାଢ଼ୀ, ଆମନ ଚନ୍ଦ୍ର ନାୟକ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ସାନ୍ତନୁ ପ୍ରଧାନ, ମୁକେଶ ରଞ୍ଜନ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।