From Despair to Happiness: ସପ୍ତାହେ ପରେ ମାଆ କୋଳକୁ ଫେରିଲେ ଦୁଇ ପୁଅ, ଚେନ୍ନାଇରୁ ଉଦ୍ଧାର

Oct 24, 2026 - 16:21
From Despair to Happiness: ସପ୍ତାହେ ପରେ ମାଆ କୋଳକୁ ଫେରିଲେ ଦୁଇ ପୁଅ, ଚେନ୍ନାଇରୁ ଉଦ୍ଧାର

ସପ୍ତାହେ ପରେ ମାଆ କୋଳକୁ ଫେରିଲେ ଦୁଇ ନିଖୋଜ ପୁଅ।

ଚେନ୍ନାଇରୁ ଉଦ୍ଧାର ହେଲେ ବାଲେଶ୍ୱର ନୀଳଗିରିର ଦଶମ ଶ୍ରେଣୀର ଛାତ୍ର ଆୟୁଷ ପତି ଓ ଆକାଶ ସିଂ।

ପୁଅଙ୍କୁ ଖୋଜି ଖୋଜି ଆଖିରୁ ଲୁହ ଶୁଖୁନଥିଲା ଦୁଇ ମାଆଙ୍କର।

ହାତରେ ଥିଲା ପୁଅଙ୍କ ଫଟୋ, ମନରେ ଥିଲା ଫେରି ପାଇବାର ଆଶା।

ଶେଷରେ ଆଜି ସେହି ଆଶା ପୂରଣ ହୋଇଛି।

Advertisment ନିଖୋଜ ଛାତ୍ରଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ଭାଇରାଲ୍ ଭିଡିଓ ଜରିଆରେ ଚେନ୍ନାଇରେ ରହୁଥିବା ଭଦ୍ରକ ଅଞ୍ଚଳର ସୁକାନ୍ତ ମାଝୀ ଦୁଇ ପିଲାଙ୍କୁ ଷ୍ଟେସନ ନିକଟରେ ଦେଖିବାକୁ ପାଇଥିଲେ।

ପରେ ସେ ସେମାନଙ୍କୁ ଉଦ୍ଧାର କରି ରଖିବା ସହ ମାଆମାନଙ୍କୁ ଯୋଗାଯୋଗ କରିଥିଲେ।

ଆଜି ସକାଳେ ଚେନ୍ନାଇରେ ପହଞ୍ଚି ଦୁଇ ମାଆ ନିଜ ପୁଅଙ୍କୁ ଫେରି ପାଇଛନ୍ତି।

ଦୀର୍ଘ ସପ୍ତାହର ପରେ ଏବେ ଦୁଇ ପରିବାରରେ ଖୁସିର ଲହରୀ।

ପୁଅଙ୍କୁ ଫେରି ପାଇବା ପରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ମାଆ।...

ଭାଇରାଲ୍ ଭିଡିଓରୁ ମିଳିଲା ସୁରାକ୍ ମାଆ କୋଳକୁ ଫେରିଲେ ଦୁଇ ନିଖୋଜ ପୁଅ ସପ୍ତାହେ ପରେ ମାଆ କୋଳକୁ ଫେରିଲେ ଦୁଇ ନିଖୋଜ ପୁଅ ଚେନ୍ନାଇରୁ ଉଦ୍ଧାର ହେଲେ ନୀଳଗିରିର ଦୁଇ ନିଖୋଜ ଛାତ୍ର ଦୁଇ ମାଆଙ୍କ ଆଖିରୁ ଶୁଖିଲା ଲୁହ, ଫେରିଲେ ଆୟୁଷ ଓ ଆକାଶ ଭାଇରାଲ୍ ଭିଡିଓରୁ ମିଳିଲା ସୁରାକ୍, ଚେନ୍ନାଇରେ ମିଳିଲେ ଦୁଇ ଛାତ୍ର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।