From IIT Topper to Spiritual Teacher: IIT ଗୋଲ୍ଡ ମେଡାଲିଷ୍ଟ, ଲକ୍ଷାଧିକ ଟଙ୍କାର ଦରମା; ହେଲେ ବାନ୍ଧି ପାରିଲାନି ମୋହ, ହୋଇଗଲେ ସନ୍ନ୍ୟାସୀ
ସାଧାରଣତଃ ଜଣେ ଛାତ୍ର IITରୁ ଗୋଲ୍ଡ ମେଡାଲ୍ ପାଇଲେ, ପରେ MTech କରି ମାସକୁ ଲକ୍ଷାଧିକ ଟଙ୍କା ଦରମାର ଚାକିରି ପାଇଲେ, ତାଙ୍କୁ ଆମେ ସଫଳ ଜୀବନର ଉଦାହରଣ ବୋଲି କହୁ।
କିନ୍ତୁ ସନ୍ଦୀପ କୁମାର ଭଟ୍ଟଙ୍କ କାହାଣୀ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ।
Advertisment ଆଜି ସନ୍ଦୀପଙ୍କୁ ଅନେକେ ସ୍ୱାମୀ ସୁନ୍ଦର ଗୋପାଳ ଦାସ ନାମରେ ଜାଣନ୍ତି।
ପଢ଼ାରେ ଅତ୍ୟନ୍ତ ମେଧାବୀ ସନ୍ଦୀପ ୨୦୦୨ ମସିହାରେ IIT Delhiରୁ BTechରେ ଗୋଲ୍ଡ ମେଡାଲ୍ ହାସଲ କରିଥିଲେ।
ପରେ ସେହି ସଂସ୍ଥାରୁ MTech ମଧ୍ୟ ସମାପ୍ତ କରିଥିଲେ।
ପଢ଼ା ଶେଷ ପରେ ତାଙ୍କ କ୍ୟାରିୟର ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା।
୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ଏକ ବଡ଼ କମ୍ପାନୀରେ କାମ କରିଥିଲେ।
ମାସିକ ଦରମା ଲକ୍ଷେ ଟଙ୍କାରେ ଥିଲା ଏବଂ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ଲାଗୁଥିଲା।
Advertisment କୁହାଯାଏ, ଯେଉଁଦିନ ସେ ଚାକିରି ଛାଡ଼ିବାକୁ ମନସ୍ଥ କରିଥିଲେ, ସେହିଦିନ ତାଙ୍କ ପାଖକୁ ପ୍ରମୋସନ୍ ଲେଟର୍ ଆସିଥିଲା।
ଯେଉଁଥିରେ ତାଙ୍କ ଦରମା ପ୍ରାୟ ଦୁଇଗୁଣା ହେବାର ସୂଚନା ଥିଲା।
ଅର୍ଥାତ୍ ମାସକୁ ପ୍ରାୟ ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ଦରମା ହେବାର ସୁଯୋଗ ଥିଲା।
କିନ୍ତୁ ସେତେବେଳେ ୨୭-୨୮ ବର୍ଷର ସନ୍ଦୀପଙ୍କ ମନରେ ଚାଲିଥିଲା ଆଉ ଏକ ଚିନ୍ତା।
ତାଙ୍କ ମତରେ, ଦେଶରେ ସେତୁ, ମେସିନ୍ ଏବଂ ଟେକ୍ନୋଲୋଜି ନିର୍ମାଣ ପାଇଁ ଇଞ୍ଜିନିୟରଙ୍କ ଅଭାବ ନାହିଁ, କିନ୍ତୁ ମଣିଷର ଚରିତ୍ର ଓ ମୂଲ୍ୟବୋଧ ଗଢ଼ିବା ପାଇଁ ଲୋକଙ୍କ ଆବଶ୍ୟକତା ଅଧିକ।
ମେସିନ୍ ସୁଧୁରୁଛି, ମଣିଷ ବିଗୁଡ଼ୁଛି!
ସ୍ୱାମୀ ସୁନ୍ଦର ଗୋପାଳ ଦାସଙ୍କ ମତରେ, ଆଜି ବିଜ୍ଞାନ ଓ ଟେକ୍ନୋଲୋଜି ଏତେ ଆଗକୁ ବଢ଼ିଛି ଯେ ମଣିଷ ପାଖରେ ସମସ୍ତ ପ୍ରକାର ସୁବିଧା ରହିଛି।
କିନ୍ତୁ ଏତେ ସୁବିଧା ସତ୍ତ୍ୱେ ମଣିଷର ମନରେ ଅଶାନ୍ତି, ଚାପ ଓ ଏକାକୀପଣ ବଢ଼ୁଛି।
ତାଙ୍କ ମତରେ, ଆମ ଶିକ୍ଷା ବ୍ୟବସ୍ଥା ଯୁବପିଢ଼ିକୁ ଭଲ କ୍ୟାରିୟର କିପରି ଗଢ଼ିବାକୁ ହୁଏ ଶିଖାଉଛି, କିନ୍ତୁ ଜୀବନର କଠିନ ସମୟକୁ କିପରି ସମ୍ଭାଳିବାକୁ ହୁଏ ସେନେଇ ପର୍ଯ୍ୟାପ୍ତ ଶିକ୍ଷା ଦେଉନାହିଁ।
ତାଙ୍କ କହିବା ଅନୁସାରେ, ଫିଜିକ୍ସ, କେମିଷ୍ଟ୍ରି କିମ୍ବା ଗଣିତର ବଡ଼ ବଡ଼ ସମସ୍ୟା ସମାଧାନ କରୁଥିବା ମେଧାବୀ ଛାତ୍ରଛାତ୍ରୀ ମଧ୍ୟ କେବେ କେବେ ଜୀବନର ଛୋଟ ଛୋଟ ସମସ୍ୟା ଆଗରେ ଭାଙ୍ଗି ପଡ଼ୁଛନ୍ତି।
ତେଣୁ କେବଳ ଚାକିରି କିମ୍ବା ଟଙ୍କା ନୁହେଁ, ମାନସିକ ଦୃଢ଼ତା ଓ ଜୀବନ ମୂଲ୍ୟବୋଧ ମଧ୍ୟ ଜରୁରୀ।
ଇଚ୍ଛାର ଦୌଡ଼ରେ ହଜିଯାଉଛି ଜୀବନ ସ୍ୱାମୀ ସୁନ୍ଦର ଗୋପାଳ ଦାସଙ୍କ କହିବା କଥା, ମଣିଷର ଆବଶ୍ୟକତା ସୀମିତ, କିନ୍ତୁ ଇଚ୍ଛା ଅସୀମ।
ଯେତେ ଅଧିକ ମିଳିଲେ ମଧ୍ୟ ଆଉ କିଛି ପାଇବାର ଆକାଂକ୍ଷା ଶେଷ ହୁଏନାହିଁ।
ଏହାକୁ ବୁଝାଇବା ପାଇଁ ସେ ଏକ ସରଳ ଉଦାହରଣ ଦିଅନ୍ତି।
ଖାଦ୍ୟରେ ଲୁଣ ଦରକାର, କିନ୍ତୁ ପୂରା ଖାଦ୍ୟଟି ଯଦି ଲୁଣ ହୋଇଯାଏ ତେବେ ତାହା ଖାଇହେବ ନାହିଁ।
ସେହିପରି ଜୀବନରେ ଟଙ୍କା ଦରକାର, କିନ୍ତୁ ଯଦି ପୂରା ଜୀବନର ଲକ୍ଷ୍ୟ କେବଳ ଟଙ୍କା ହୋଇଯାଏ, ତେବେ ଜୀବନର ଆନନ୍ଦ ହରାଇଯାଇପାରେ।
ଆଧ୍ୟାତ୍ମିକତାରେ ଖୋଜିଲେ ଉତ୍ତର ସ୍ୱାମୀ ସୁନ୍ଦର ଗୋପାଳ ଦାସଙ୍କ ମତରେ, ଆଧ୍ୟାତ୍ମିକତା ମାନେ ସବୁକିଛି ଛାଡ଼ିଦେବା ନୁହେଁ।
ବରଂ ନିଜକୁ ବୁଝିବା, ନିଜ ଚିନ୍ତାଧାରାକୁ ସଠିକ୍ ଦିଗ ଦେବା ଏବଂ ଜୀବନର ଉଦ୍ଦେଶ୍ୟକୁ ଜାଣିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।
ସେ କହନ୍ତି, ଯେତେବେଳେ ବିଦେଶର ଲୋକମାନେ ଶାନ୍ତି ଖୋଜିବା ପାଇଁ ଭାରତ ଆସୁଛନ୍ତି, ଗୀତା ଓ ଭାରତୀୟ ଦର୍ଶନ ପଢ଼ୁଛନ୍ତି, ସେତେବେଳେ ଭାରତୀୟମାନେ ନିଜର ଐତିହ୍ୟ ଓ ମୂଲ୍ୟବୋଧକୁ ଭୁଲି କେବଳ ଭୌତିକ ସଫଳତା ପଛରେ ଧାଉଛନ୍ତି।
ତାଙ୍କ ମତରେ, ଭୌତିକ ସୁଖ ଦରକାର, ଟଙ୍କା ମଧ୍ୟ ଦରକାର, କିନ୍ତୁ ଜୀବନର ଅର୍ଥ କେବଳ ଏତିକି ନୁହେଁ।
ସତ୍ୟ ଶାନ୍ତି ପାଇବାକୁ ହେଲେ ମଣିଷକୁ ନିଜ ଭିତରେ ଥିବା ନୈତିକ ମୂଲ୍ୟ, ସଂଯମ ଓ ଆତ୍ମଚେତନାକୁ ମଧ୍ୟ ଜାଗ୍ରତ କରିବାକୁ ପଡ଼ିବ।
IITର ଗୋଲ୍ଡ ମେଡାଲ୍, ବଡ଼ ଚାକିରି ଏବଂ ଉଚ୍ଚ ଦରମା ଛାଡ଼ି ସନ୍ଦୀପ କୁମାର ଭଟ୍ଟଙ୍କ ଏହି ଜୀବନ ଯାତ୍ରା ଏବେ ଏକ ଭିନ୍ନ ପ୍ରଶ୍ନ ଉଠାଉଛି—ସଫଳତା କ'ଣ କେବଳ ଟଙ୍କା ଓ ପଦବୀରେ ସୀମିତ, ନା ମନର ଶାନ୍ତି ଓ ଜୀବନର ଉଦ୍ଦେଶ୍ୟ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ?
୨୦୦୨ରେ IIT Delhiରୁ BTechରେ ଗୋଲ୍ଡ ମେଡାଲ୍ ପରେ IIT Delhiରୁ MTech ସମାପ୍ତ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ବଡ଼ କମ୍ପାନୀରେ ଚାକିରି ଲକ୍ଷେ ଟଙ୍କାର ଦରମା ଏବଂ ପ୍ରମୋସନ୍ ସୁଯୋଗ ପ୍ରମୋସନ୍ ଲେଟର୍ ଆସିଥିବା ଦିନେ ଚାକିରି ଛାଡ଼ିବାର ନିଷ୍ପତ୍ତି ପରେ ଆଧ୍ୟାତ୍ମିକ ଜୀବନକୁ ବାଛିଲେ ଆଜି ସ୍ୱାମୀ ସୁନ୍ଦର ଗୋପାଳ ଦାସ ଭାବେ ପରିଚିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।