G. Udayagiri: କଳିଙ୍ଗା ଘାଟିରେ ଗାର୍ଡ ୱାଲ୍ ଧସିବା ଘଟଣା: ସ୍ଥିତି ପରଖିଲେ ଘୁ.ଉଦୟଗିରି ବିଧାୟକ
"ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଗତ ୨୩ ତାରିଖରେ ଧସିଯିବା ଘଟଣାକୁ ନେଇ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ।
ସେ କଳିଙ୍ଗା ଘାଟିରେ ପହଞ୍ଚିଥିଲେ।
କଳିଙ୍ଗାରେ ପହଞ୍ଚିବା ପରେ ଘାଟିର ଆରମ୍ଭରେ ନାକା ଯାଞ୍ଚ ହେଉଥିବା ସ୍ଥାନରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ବିଧାୟକଙ୍କ ସହ ଆଲୋଚନା କରିଥିଲେ ।Advertisment ରାସ୍ତା ଧସିଥିବା ସ୍ଥାନକୁ ନ ଯିବା ପାଇଁ ତହସିଲଦାର ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ଘାଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋବାଇଲରେ ଉତ୍ତୋଳନ କରାଯାଇଥିବା ଭିଡିଓ ଦେଖାଇ ତହସିଲଦାର ବିଧାୟକଙ୍କୁ ସୂଚନା ଦେଇଥିଲେ।
ଘାଟିରେ ଲଗାତାର ରାସ୍ତା ଧସି ଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଧସିଥିବା ସ୍ଥାନକୁ ନ ଯିବା ପାଇଁ ତହସିଲଦାର ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ।
ଭୂସ୍ଖଳନ ଆଶଙ୍କା କରି କନ୍ଧମାଳଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୩ ଏବଂ ୨୪ରେ କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ।
ହେଲେ ଘାଟିର ଅନ୍ଧାରକୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର କିଛି ସମୟପରେ ଭୂସ୍ଖଳନ ସ୍ଥଳରେ ଏକ ବିରାଟ ପଥର ତଳକୁ ଖସି ପଡ଼ିଥିଲା।
ଏହା ପରେ କନ୍ଧମାଳ ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଯାତାୟତ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ଏହି ନିର୍ଦେଶନାମା ଜାରି ପରେ କନ୍ଧମାଳ ଏବଂ ଗଞ୍ଜାମ ସୀମାନ୍ତ ବର୍ତ୍ତି ଅଞ୍ଚଳବାସୀଙ୍କ ସମସ୍ୟା ବଢିଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।