Gajapati: ଲଘୁଚାପ ବର୍ଷାରେ ଗଜପତି ବେହାଲ: ଗଛ ପଡ଼ି ୩୨୬(ଏ) ରାଜପଥ ଅବରୋଧ
"ପାରଳାଖେମୁଣ୍ଡି(ସୁଜିତ୍ ବିଷୋୟୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି।
ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିବାରୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।
କେଉଁଠି ଗଛ ପଡ଼ି ରାଜପଥ ଅବରୋଧ ହୋଇଛି ତ ଆଉ କେଉଁଠି ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିଛି।
ଆର୍.ଉଦୟଗିରି ବ୍ଲକ୍ ତିଳିଗାଁରେ ତିନିଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଛି।
ଆର୍.ଉଦୟଗିରି ବ୍ଲକ୍ ପରିସଲ ଗାଁ ନିକଟରେ ଗଛ ପଡ଼ିବାରୁ ରାମଗିରି-ମୋହନା-ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ୩୨୬(ଏ) ଜାତୀୟ ରାଜପଥ ଅବରୋଧ ହୋଇଥିଲା।
ଗଛ ରାସ୍ତା ଉପରେ ପଡ଼ି ରହିବାରୁ ପ୍ରାୟ ଦୁଇ ଘଣ୍ଟା ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ଆର୍.ଉଦୟଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ହଟାଇଥିଲା।
ଏହାପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା।Advertisment ଆହୁରି ପଢନ୍ତୁ: Cricket: ତିନି ଥର ବିଶ୍ବ ବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପାଣି ପିଆଇ ଦେଇଛି ଜାପାନ ପାହାଡ଼ରୁ ଖସିଲା ମାଟି, ପଥରବର୍ଷା ଯୋଗୁଁ ଆର୍.ଉଦୟଗିରି ବ୍ଲକ୍ ପାରିବେଟା ଗାଁ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ପଡ଼ିଥିଲା।
ହଠାତ୍ ରାସ୍ତା ଉପରେ ମାଟି ଓ ପଥର ଖସିବାରୁ ଅଞ୍ଚଳବାସୀ ଭୟଭୀତ ହୋଇଥିଲେ।
ରାସ୍ତାରେ ଯାତାୟାତ ପ୍ରଭାବିତ ହେବା ଆଶଙ୍କା ଦେଖାଦେବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ଲଗାଇ ମାଟି ଅତଡ଼ା ଓ ପଥର ହଟାଯାଇଥିଲା।
ତିଳିଗାଁରେ ୩ ଘର କ୍ଷତିଗ୍ରସ୍ତଲଗାଣ ବର୍ଷାରେ ତିଳିଗାଁରେ ମହେଶ୍ୱର ବେହେରଦଳାଇ, ନରସିଂହ ସାହୁ ଓ ମହାଙ୍କାଳ ସାହୁଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି।
ଘରର କାନ୍ଥ ଭାଙ୍ଗିପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ କରୁଛନ୍ତି।
ଆହୁରି ପଢନ୍ତୁ: Pakistan"s PM: ୩୭ ମିନିଟର ଭାଷଣରେ ୪ ବଡ଼ ମିଛ କହିଲେ ଟ୍ରମ୍ପ: ଅପରେସନ ସିନ୍ଦୂର ନେଇ ପୁଣି ବିଳିବିଳେଇଲେ ମୋହନାରେ ସର୍ବାଧିକ ୧୪୫ ମିମିଲଘୁଚାପ ପ୍ରଭାବରେ ଆଜି ଜିଲ୍ଲାର ୮ଟି ବର୍ଷାମାପକ କେନ୍ଦ୍ରରେ ମୋଟ ୬୩୩.୫ ମିମି ବର୍ଷା ରେକର୍ଡ ହୋଇଛି।
ଜିଲ୍ଲାର ହାରାହାରି ବର୍ଷା ପରିମାଣ ୭୯.୧୯ ମିମି ରହିଛି।
ମୋହନାରେ ସର୍ବାଧିକ ୧୪୫ ମିମି ବର୍ଷା ହୋଇଥିବାବେଳେ ଆର୍.ଉଦୟଗିରିରେ ୧୦୨.୩ ମିମି ରେକର୍ଡ ହୋଇଛି।
ସେହିପରି ପାରଳାଖେମୁଣ୍ଡିରେ ୮୭.୮ ମିମି, ନୂଆଗଡ଼ରେ ୭୭.୬ ମିମି, ଗୋଷାଣୀରେ ୬୮ ମିମି, ଗୁମ୍ମାରେ ୫୫ ମିମି, କାଶୀନଗରରେ ୪୯ ମିମି ଓ ରାୟଗଡ଼ରେ ୪୮.୮ ମିମି ବର୍ଷା ରେକର୍ଡ ହୋଇଛି।
ଲଗାଣ ବର୍ଷା ଜାରି ରହିଥିବାରୁ ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଓ ପଥର ଖସିବା ସହ ରାସ୍ତା ଅବରୋଧ ଆଶଙ୍କା ଲାଗି ରହିଛି।
ବର୍ଷା ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ବିଭିନ୍ନ ବିଭାଗକୁ ଆବଶ୍ୟକ ସ୍ଥଳରେ ତୁରନ୍ତ ରାସ୍ତା ସଫା କରିବାକୁ ପଡ଼ୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।