Gajapati and Kandhamal Face Nature’s Fury: ବାତ୍ୟା ଅର୍ଣ୍ଣବ ଚାଲିଗଲା, ପଛରେ ଛାଡ଼ିଗଲା ଧ୍ୱଂସର ଭୟଙ୍କର ଚିତ୍ର

Oct 29, 2026 - 20:29
Gajapati and Kandhamal Face Nature’s Fury: ବାତ୍ୟା ଅର୍ଣ୍ଣବ ଚାଲିଗଲା, ପଛରେ ଛାଡ଼ିଗଲା ଧ୍ୱଂସର ଭୟଙ୍କର ଚିତ୍ର

ପାଦ ପଶିଯାଉଛି, ଆଗକୁ ବଢ଼ିବାକୁ ଛାତି ଥରି ଯାଉଛି, ଆଗରେ ପାହାଡ଼, ଉପରୁ ବର୍ଷା ଆଉ ତଳେ ମୃତ୍ୟୁ।

ବାତ୍ୟା ଅର୍ଣ୍ଣବ ଆସିଲା ଆଉ ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ବିଭୀଷିକା।

କୋଉଠି ଧସୁଛି ପାହାଡ଼...କୋଉଠି ଭାସୁଛି ଘର...କେମିତି ଆଉ କେତେ ଦୃଶ୍ୟକୁ ଦେଖିବେ, କେମିତି ସେସବୁକୁ ବର୍ଣ୍ଣନା କରିବେ...ଉତ୍ତରାଖଣ୍ଡ ଭଳି ଓଡ଼ିଶାରେ ପ୍ରଳୟର ତାଣ୍ଡବ।

କନ୍ଧମାଳରୁ ଗଜପତି ସବୁଠି ଧସୁଛି ପାହାଡ, ରାସ୍ତା ଉପରକୁ ମାଡ଼ି ଆସିଛି ନଦୀ, ଗାଁ ଭିତରେ ଗର୍ଜନ କରି ପଶିଛି ପାଣି।

କନ୍ଧମାନ ରାଇକିଆ ବ୍ଲକ ଡଙ୍ଗୀସୀ ପାହାଡ଼ରେ ରେସ୍କ୍ୟୁ ପାଇଁ ଯାଇଥିବା ଟିମ୍ ଆଗକୁ ବଢ଼ି ପାରୁନାହାନ୍ତି, ସନ୍ଧାନ କରିବେ କେମିତି।

ପାହାଡ଼ରୁ ମାଟି ଅତଡ଼ା ସହ ପ୍ରଖର ବେଗରେ ପାଣି ମାଡ଼ିଆସି ଗାଁର ବହୁ ଘରକୁ ନିଜ ସହ ପୋତି ପକାଇଛି।କୁକୁରଟେ ବି ପ୍ରାଣ ବିକଳରେ ଆଗକୁ ବଢ଼ୁଛି ହେଲେ ତା ପାଦ ଏତେ ହାଲୁକା ଯେ ସେ ବି ଦୁଇ ସେକେଣ୍ଡ ଛିଡ଼ା ହୋଇପାରୁନି।

Advertisment ସେପଟେ କନ୍ଧମାଳର କଳିଙ୍ଗା ଘାଟିରେ ବି ପୁଣି ଭୂସ୍ଖଳନ।

ଅନ୍ଧାରୀକୋଟ ନିକଟରେ ପାହାଡ଼ରୁ ଖସିଛି ବିରାଟକାୟ ପଥର।

ବାଟ ବନ୍ଦ, ରାସ୍ତା ଜାମ୍...ପାହାଡ଼ ଆଉ ପଥରର ଏକ ଭୟଙ୍କର ଦୃଶ୍ୟ କନ୍ଧମାଳର ବିତ୍ପାତକୁ ବଖାଣୁଛି।

ଏହି ଦୃଶ୍ୟ, ଉତ୍ତରାଖଣ୍ଡ ଆଉ ନେପାଳର କଥାକୁ ମନେ ପକାଇ ଦେଉଛି।

କିନ୍ତୁ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ପାହାଡ଼ ଉପରେ ଥିବା ଶାନ୍ତ ପ୍ରାୟ ନଦୀ ଓ ମଝିରେ ଥିବା ଶିବମନ୍ଦିର ଆଜି ଉଗ୍ର।

ବିରାଟକାୟ ଢେଉ ଆକାରରେ ଏଠି ଲହଡ଼ୀ ଭାଙ୍ଗୁଛି ନଦୀ।

ଏଇ ପାଣି ତଳ ମୁଣ୍ଡକୁ ଗଲେ କେତେ ବଡ଼ ବିତ୍ପାତ କରିବ ସେ କଥା ଭାବିଲା ବେଳେ ଛାତି ଥରି ଯାଉଛି।...ଆଉ ୟେ ସୁନ୍ଦର ତୁପ୍ତିର ଭରା ଅଶାନ୍ତ ଗଣ୍ଡାହାତୀ ଜଳପ୍ରପାତ।

Advertisment ଅର୍ଣ୍ଣବ ଯିବା ପରେ ଗଜପତି ଜିଲ୍ଲାରେ ସଙ୍ଗୀନ ସ୍ଥିତି।

କଇଁପୂର-ଗଙ୍ଗାବାଡ଼ ମୁଖ୍ୟ ରାସ୍ତାରେ ପାହାଡ଼ ଧସି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ମାଟି ଓ ପଥର ଜମି ରହିଛି।

ମୋହନାର ବାଲିବାଡ଼ ଘାଟିରେ ମଧ୍ୟ ସମାନ ଦୃଶ୍ୟ।

ବାତ୍ୟା ସିନା ଯାଉଛି ପାହାଡ଼ିଆଙ୍କ ପାଇଁ ପାଇଁ ଏବେ ବଡ଼ ବିପଦ ଟଳିନି।

ଫୁଲୁଛି ଗଜପତି ଜିଲ୍ଲାର ଦୁଇ ମୁଖ୍ୟ ନଦୀ ବଂଶଧାରା ଓ ମହେନ୍ଦ୍ରତନୟା।

ତେଣୁ ପ୍ରତିଟି ମୁହୂର୍ତ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।