Ganja Hidden in Milk Jars: କ୍ଷୀର ଜାରରେ ଗଞ୍ଜେଇ ଚାଲାଣ, ବାଇକରେ ନେବା ବେଳେ ଧରିଲା ଅବକାରୀ ବିଭାଗ
କ୍ଷୀର ଜାରରେ ଗଞ୍ଜେଇ ଚାଲାଣ। କ୍ଷୀର ବେପାରୀ ସାଜି କରୁଥିଲେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାର । ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀରକୁ ଚାଲାଣ ବେଳେ ଦେଓଗାଁ ଥାନା କୁକୁରଖାଇ ଛକରେ ଚଢାଉ କରିଥିଲା ତୁଷୁରା ଅବକାରୀ ବିଭାଗ।
କ୍ଷୀର ଜାରରୁ ୪୩ କେଜି ଗଞ୍ଜେଇ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ଛତିଶଗଡ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମାହାନ ଓ ରାଜୁ ବଂଶଲ । ସେମାନଙ୍କ ଠାରୁ ଅଲଗା ଅଲଗା ରାଜ୍ୟର ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ତଦନ୍ତ ଜାରି ରଖିଛି ପୋଲିସ୍।
କ୍ଷୀର ବେପାର ଆଳରେ ଗଞ୍ଜେଇ ଚାଲାଣ
କ୍ଷୀର ବେପାରି ସାଜି ଆନ୍ତରାଜ୍ୟ ଗଞ୍ଜେଇ ବେପାର
ଛତିଶଗଡ ବିଳାସପୁର ଅଞ୍ଚଳର ୩ ଗିରଫ
ଦେଓଗାଁ କୁକୁରଖାଇରେ ଧରିଲା ଅବକାରୀ ବିଭାଗ
୨ଟି ବାଇକ୍ ରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ
କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।