Declared Dead While Alive: ଜୀବିତ ମାଆଙ୍କୁ ମୃତ ଦର୍ଶାଇ ଜମି ଓ ଘର ହାତେଇଲେ ପୁଅ, ଏସପି ଅଫିସ ଆଗରେ ଧାରଣାରେ ବସିଲେ ବୃଦ୍ଧା

Aug 08, 2026 - 15:28
Declared Dead While Alive: ଜୀବିତ ମାଆଙ୍କୁ ମୃତ ଦର୍ଶାଇ ଜମି ଓ ଘର ହାତେଇଲେ ପୁଅ, ଏସପି ଅଫିସ ଆଗରେ ଧାରଣାରେ ବସିଲେ ବୃଦ୍ଧା

ଜନ୍ମ ଦେଲା, ରକ୍ତ ନିଗାଡ଼ି ପାଳି ପୋଷି, କୋଳେଇ କାଖେଇ ମଣିଷ କଲା। କିନ୍ତୁ ଶେଷରେ ସେଇ ପୁଅମାନେ ସମ୍ପତ୍ତି ଲୋଭରେ ମାଆକୁ କାଗଜପତ୍ରରେ ମାରିଦେଲେ। ଏମିତି ଅଭିଯୋଗ ଆସିଛି ଭଦ୍ରକରୁ। ମାଆ ତୀର୍ଥଯାତ୍ରାରେ ଯାଇଥିବା ବେଳେ ଏମିତି କାରନାମା କରିଛନ୍ତି ଦୁଇ ପୁଅ। ଅସହାୟ ମାଆ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ଏସପି ଅଫିସ ଆଗରେ ଧାରଣାରେ ବସିଲେ ମାଆ। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଜୟନଗର ମୌଜାର ୭୦ ବର୍ଷୀୟ ଆଇଶା ବିବି ନିଜ ପୁଅଙ୍କ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି, ୨୦୨୩ରେ ତୀର୍ଥଯାତ୍ରାରେ ଯାଇଥିବା ବେଳେ ଦୁଇ ପୁଅ ମାଆଙ୍କର ୪୦ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ବୋଲି ମିଛ ସତ୍ୟପାଠ କରିଥିଲେ। ଏହି ଘଟଣାରେ ଧାମନଗର ଆରଆଇ ପ୍ରକାଶ ମଲ୍ଲିକ ଗ୍ରାଉଣ୍ଡରେ ତଦନ୍ତ ନକରି ଆଇଶାଙ୍କୁ ମୃତ ବୋଲି ସରକାରୀ ରିପୋର୍ଟ ଦେଇଥିବା ଅଭିଯୋଗ କରିଛନ୍ତି ଆଇଶା। ଯେଉଁ ରିପୋର୍ଟ ଆଧାରରେ ତାଙ୍କ ଘର, ଜମି ସବୁକିଛି ପୁଅ-ବୋହୂଙ୍କ ନାଁରେ ହୋଇଗଲା।

ଜୁଲାଇ ୧୦ ତାରିଖରେ ଆଇଶା ଧାମନଗର ଥାନାରେ ଦୁଇ ପୁଅ, ବୋହୂ ଓ ସମ୍ପୃକ୍ତ ଆର୍ ଆଇଙ୍କ ନାଁରେ ଏତଲା ଦେଇଥିଲେ। ଏଥିରେ ସ୍ବାମୀଙ୍କ ନାଁରେ ବି ଷଡ଼ଯନ୍ତ୍ର ଅଭିଯୋଗ କରିଛନ୍ତି ଆଇଶା। ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ନିଜକୁ ଜୀବିତ ପ୍ରମାଣିତ କରିବା ପାଇଁ ଭଦ୍ରକ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏସପି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ। ପୋଲିସ ଘଟଣାର ତଦନ୍ତ କରି ଆଇଶାଙ୍କ ଜଣେ ପୁଅକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍ ଅଛି। ଅନ୍ୟପଟେ ଅଭିଯୋଗ ଉପରେ ସଂପୃକ୍ତ ଆରଆଇଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି। ... 

ଜୀବିତ ମାଆକୁ କାଗଜପତ୍ରରେ ମାରିଦେଲେ ପୁଅ !
ଜୀବିତ ମାଆଙ୍କୁ ମୃତ ଦର୍ଶାଇ ଜମି, ଘର ହାତେଇଥିବା ଅଭିଯୋଗ
ଭଦ୍ରକରୁ ଆସିଲା ସାଂଘାତିକ ଅଭିଯୋଗ
ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମାଆଙ୍କ ଧାରଣା
ଭଦ୍ରକ ଏସପିଙ୍କ ଅଫିସ ଆଗରେ ମାଆର ଧାରଣା
କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଭଦ୍ରକ ଏସପି
ତଦନ୍ତ ପରେ ଜଣେ ପୁଅ ଗିରଫ, ଅନ୍ୟ ଜଣେ ଫେରାର୍
ଧାମନଗର RIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଅଭିଯୋଗ ଉପରେ ମିଳିନି ସଂପୃକ୍ତ RIଙ୍କର ପ୍ରତିକ୍ରିୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।