Ganja seized ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ

Oct 06, 2026 - 16:56
Ganja seized ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ

"ମାଲକାନଗିରି:  ମାଲକାନଗିରି ରାଜନୀତିରେ ହଡକମ୍ପ!

ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱାମୀ ଦିଲୀପ କୁମାର ହିଣ୍ଡିଆ ୨୪୫ କେଜି ଗଞ୍ଜେଇ ସହ ଗିରଫ ହୋଇଛନ୍ତି।

ଛତିଶଗଡ଼ର ପାଣ୍ଡରୀ ଥାନା ପୁଲିସ ଜାଗୁଆର ବସକୁ ଅଟକାଇ ଯାଞ୍ଚ ବେଳେ ବସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ତାଙ୍କର ଅନ୍ୟ ଜଣେ ସହଯୋଗୀ ଭୀମସେନ କେଉଁଟ ମଧ୍ୟ ଗିରଫ ହୋଇଛନ୍ତି।

Advertisment Riamaal Ganja Seizure: ୩ କ୍ବିଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ, ଗାଡ଼ି ଛାଡ଼ି ଚାଳକ ଫେରାରସୂଚନା ଅନୁସାରେ, ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଜାଗୁଆର ନାମକ ଏକ ଘରୋଇ ବସ୍‌କୁ ପାଣ୍ଡରୀ ଥାନା ପୁଲିସ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ବେଳେ ବସ୍‌ର ଡିକି ଓ ସିଟ୍ ତଳୁ ୩ଟି ବସ୍ତାରୁ ୪୯ ପ୍ୟାକେଟ ଗଂଜେଇ ମିଳିଥିଲା।

ଏହାର ଓଜନ ୨୪୫ କେଜି ହୋଇଥିବା ଜଣାପଡିଛି।

ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୨୨ ଲକ୍ଷ ଟଂକା ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତ ଦିଲୀପ କୁମାର ମାଲକାନଗିରିର ଜଣେ ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱାମୀ ବୋଲି ଜଣାପଡିଛି।

Cannabis trafficking: ଇ-କମର୍ସ ଜରିଆରେ ଗଞ୍ଜେଇ କାରବାର: ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ଏହି ଘଟଣା ପରେ ମାଲକାନଗିରି ବିଜେଡି ଶିବିରରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ଦିଲୀପ କୁମାର ବିଜେଡି ବଡ ବଡ ନେତାଙ୍କ ସହ ଫଟୋ ଉଠାଇ ଏହାର ଫାଇଦା ଉଠାଉଥିଲା ବୋଲି କୁହାଯାଇଛି।

ପୋଲିସ ତିନି ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି।

ଏହି ଗଞ୍ଜେଇ ଚାଲାଣ ପଛରେ ଆଉ କିଏ ଅଛନ୍ତି ତାର ଖୋଳତାଡ଼ କରୁଛି ପୁଲିସ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।