Lawn Bowls 2026: ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ଅକ୍ଟୋବର ୨୩ରୁ ଜାତୀୟ ଲନ୍‌ ବଲ୍‌ ପ୍ରତିଯୋଗିତା

Oct 06, 2026 - 16:56
Lawn Bowls 2026: ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ଅକ୍ଟୋବର ୨୩ରୁ ଜାତୀୟ ଲନ୍‌ ବଲ୍‌ ପ୍ରତିଯୋଗିତା

"ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଜାତୀୟ ଲନ୍‌ ବଲ୍‌ ପ୍ରତିଯୋଗିତାର ଆୟୋଜନ ହେବ।

ଚଳିତ ଅକ୍ଟୋବର ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ବଲାଙ୍ଗୀରର ନବନିର୍ମିତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଅନ୍ତର୍ଜାତୀୟ ଲନ୍‌ ବଲ୍‌ କୋର୍ଟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ପ୍ରଥମ ଜାତୀୟ ୧୮ ବ‌ର୍ଷରୁ କମ୍‌ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍‌ ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ଏହା ଖେଳାଯିବ।

ଏହି ୪ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ସମେତ ୧୮ ରାଜ୍ୟରୁ ପ୍ରାୟ ୨୫୦ ଖେଳାଳି ଓ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ରାଜ୍ୟ ବୋଲିଂ ସଂଘ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Advertisment ରାଜ୍ୟ ସଂଘ ଉପସଭାପତି ମନ୍ମଥ ସିଂହ ଦେଓ ଏବଂ ସମ୍ପାଦକ ସୁମିତ ରଂଜନ ପୁରୋହିତ ମଙ୍ଗଳବାର ଆୟୋଜିତ ସାମ୍ବିଦକ ସମ୍ମଳିନୀରେ ପ୍ରକାଶ କରିଛନ୍ତି, ଭାରତୀୟ ବୋଲିଂ ମହାସଂଘ ଆନୁକୂଲ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି।

ଏହି ସମ୍ମିଳନୀରେ ଖୋରଧା ସଂଘ ସମ୍ପାଦକ ତଥା ରାଜ୍ୟ ପରିଚାଳନା କମିଟି ସଦସ୍ୟ ସୁରେଶ କୁମାର ସ୍ବାଇଁ ଏବଂ ରାଜ୍ୟ ସଂଘର ଅନ୍ୟକର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ପ୍ରସ୍ତୁତି ଶିବିର ଜାରିଓଡ଼ିଶା ସମ୍ଭାବ୍ୟ ଦଳର ପ୍ରସ୍ତୁତି ଶିବିର ଅକ୍ଟୋବର ପହିଲାରୁ ଆର୍‌ଏନ୍‌ ସିଂହ ‌ଦେଓ ଅନ୍ତର୍ଜାତୀୟ ଲନ୍‌ ବଲ୍‌ କୋର୍ଟରେ ଜାରି ରହିଚି।

ଏହା ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବା ପରେ ଚୂଡ଼ାନ୍ତ ଓଡ଼ିଶା ଦଳ ଚୟନ କରାଯିବ।

ଓଡ଼ିଶାରୁ ଦୁଇଟି ଦଳ ବି ଅଂଶଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଲନ୍‌ ବଲ୍‌ରୁ ଐତିହାସିକ ପଦକ ନିଶ୍ଚିତ "ଲନ୍‌ ବଲ୍‌"ରେ ଓଡ଼ିଶାର ସଫଳତାସୂଚନାଯୋଗ୍ୟ, ଓଡ଼ିଶାରେ ଲନ୍‌ ବଲ୍‌ ଖେଳର ପ୍ରଚାର ଓ ପ୍ରସାର ଗୋଟିଏ ଦଶନ୍ଧି ଟପିନଥିଲେ ମଧ୍ୟ ଆଶାଜନକ ସଫଳତା ଅର୍ଜନ କରିଛି।

ବିଗତ ଦୁଇ ଜାତୀୟ କ୍ରୀଡ଼ାରୁ ୪ ପଦକ (୩ କାଂସ୍ୟ ଓ ରୌପ୍ୟ) ମିଳି ସାରିଛି।

ସେହିଭଳି ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଗତ ପଞ୍ଚମ ଜାତୀୟ ୨୫ ବ‌ର୍ଷରୁ କମ୍‌ ବର୍ଗରେ ମଧ୍ୟ ଓଡ଼ିଶା ୩ କାଂସ୍ୟ ପଦକ ହାସଲ କରିଥିଲା। ‌ସେଠାରେ ଭଲ ପ୍ରଦର୍ଶନ କରିଥିବାରୁ ରୋଶନୀ ସାହୁ ଓ ରାଜେଶ୍ବରୀ ସେଠ୍‌ ଏସୀୟ ଶିବିରରେ ସ୍ଥାନ ପାଇଥିଲେ।

ଏସୀୟ ଲନ୍‌ ବଲ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜେଶ୍ବରୀ ସେଠ୍‌ ମଧ୍ୟ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଲନ୍‌ ବଲ୍‌ ଖେଳାଳି ହେବାର ‌ସୌଭାଗ୍ୟ ଅର୍ଜନ କରିଛନ୍ତି।

ରୋଶନୀ ଏଥର ୧୮ ବର୍ଷରୁ କମ୍‌ ଦଳରେ ଏବଂ ରାଜେଶ୍ବରୀ ୨୫ ବ‌ର୍ଷରୁ କମ୍‌ ଦଳରେ ଖେଳିବାକୁ ଯାଉଥିବାରୁ ଉଭୟଙ୍କଠାରୁ ଓଡ଼ିଶା ନିଶ୍ଚିତ ପଦକ ଆଶା ରଖିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି।

ଏହି ଦୁଇ ଜଣଙ୍କ ବାଦ୍ ଗତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳକୁ କାଂସ୍ୟ ଜିତାଇବେରେ ପ୍ରମୁଖ ଭୂମିକା ତୁଲାଇଥିବା ପଦ୍ମାସିନୀ ପୁଟେଲ ମଧ୍ୟ ୨୫ ବର୍ଷରୁ କମ୍‌‌ରେ ଖେଳିବେ।

ତେଣୁ ଓଡ଼ିଶା ଏକାଧିକ ପଦକ ଆଶାରେ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।