Ganjam Flood Crisis: ବନ୍ୟାଞ୍ଚଳରେ ପାନୀୟ ଜଳ ସଙ୍କଟ, ପହଞ୍ଚିଲା ୱାଟର ଟ୍ରିଟମେଣ୍ଟ ଭ୍ୟାନ୍

Oct 30, 2026 - 10:22
Ganjam Flood Crisis: ବନ୍ୟାଞ୍ଚଳରେ ପାନୀୟ ଜଳ ସଙ୍କଟ, ପହଞ୍ଚିଲା ୱାଟର ଟ୍ରିଟମେଣ୍ଟ ଭ୍ୟାନ୍

ବାତ୍ୟା ଓ ବନ୍ୟାର ବିଭୀଷିକା ମଧ୍ୟରେ ଜଳବନ୍ଦୀ ଜୀବନ ବିତାଉଥିବା ବନ୍ୟା ବିପନ୍ନଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ବିଶୁଦ୍ଧ ପାନୀୟ ଜଳ।

ଗାଁ ଗାଁରେ ବନ୍ୟାଜଳ ଲହଡ଼ି ମାରୁଥିବା ବେଳେ ପ୍ରାୟ ସମସ୍ତ ଜଳ ଉତ୍ସ ଗୋଳିଆ ଓ ଦୂଷିତ ହୋଇପଡ଼ିଛି।

ଫଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେବା ସହ ଲୋକଙ୍କ ମଧ୍ୟରେ ଜଳବାହିତ ରୋଗର ଆଶଙ୍କା ବଢ଼ିଛି।

Advertisment ଏଭଳି ସଙ୍କଟଜନକ ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି।

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୱାଟର ଟ୍ରିଟମେଣ୍ଟ ଭ୍ୟାନ୍ ଗୁଡ଼ିକ ଗଞ୍ଜାମ ଜିଲ୍ଲା ସମେତ ସାନଖେମୁଣ୍ଡି ଅଞ୍ଚଳରେ ପହଞ୍ଚିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।