Ganjam Road Infrastructure Damage: ଜୀବନକୁ ବାଜି ଲଗାଇ ଡ୍ୟୁଟି! ଏସ୍କାଭେଟରରେ ନାଳ ପାର୍ ହେଲେ ଆଶା ଓ ANM ଦିଦି
ଏସ୍କାଭେଟରରେ ନାଳ ପାର ହେଲେ ଆଶା ଦିଦି।
ରାସ୍ତା ନଥିବାରୁ ଲାଇଫ୍ ରିସ୍କ୍ ନେଇ ଡ୍ୟୁଟିକୁ ଗଲେ ଆଶା ଓ ANM ଦିଦି।
ଗଂଜାମ ଜିଲ୍ଲା ଗାଜଲ୍ ବାଡ଼ି ଅଞ୍ଚଳରୁ ଆସିଛି ଏ ଦୃଶ୍ୟ।
ଯାହା ଦେଖିଲେ, ଆପଣ ବି କିଛି ସମୟ ଅଟକି ଯିବେ।
ବାତ୍ୟା ଅର୍ଣ୍ଣବ ପାଇଁ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ଭୁଶୁଡ଼ି ଯାଇଛି ଭିତ୍ତିଭୂମି।
Advertisment କେଉଁଠି ରାସ୍ତା ନାହିଁ, ତ କେଉଁଠି ଭୁଶୁଡ଼ି ଯାଇଛି ପୋଲ।
ଆଜି ଗାଜଲବାଡ଼ି ଯିବାକୁ ଥିବା ବେଳେ ଆଶା ଓ ANM କର୍ମୀ ରାସ୍ତା ପାଇନଥିଲେ।
ତେଣୁ ବାଧ୍ୟ ହୋଇ ସେମାନଙ୍କ ପାଇଁ ଏକ ଏସ୍କାଭେଟରର ବ୍ୟବସ୍ଥା ହୋଇଥିଲା।
ଆଉ ସାହସର ସହିତ ସେହି ମାଟି ଖୋଳା ଯାଉଥିବା ଏସ୍କାଭେଟରରେ ଛିଡ଼ା ହୋଇ ଘାଇ ପାର ହୋଇଥିଲେ ଦୁଇ ମହିଳାକର୍ମୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।