Gas Leak Sparks Panic: ଭୁବନେଶ୍ୱରରେ ବଡ଼ ଅଘଟଣ! ଡ୍ରେନ୍ ଖୋଳୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍

Oct 09, 2026 - 08:13
Gas Leak Sparks Panic: ଭୁବନେଶ୍ୱରରେ ବଡ଼ ଅଘଟଣ! ଡ୍ରେନ୍ ଖୋଳୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍

ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ଡ୍ରେନ୍ ସଫା ବେଳେ ଜେସିବି ବାଜି ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍। ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଗତକାଲି ରାତିରେ ସାଇ ମନ୍ଦିର ଛକ ନିକଟରେ ଡ୍ରେନ୍ କାମ ପାଇଁ ଖୋଳାଖୋଳି ଚାଲିଥିବା ବେଳେ ହଠାତ୍ ମାଟି ତଳେ ଥିବା ଗ୍ୟାସ୍ ପାଇପଟି ଫାଟି ଯାଇଥିଲା। ପ୍ରାୟ ୪୦ ମିନିଟ୍ ଯାଏଁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହାକୁ ଦେଖି ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ଭୟଭୀତ ହୋଇପଡ଼ିଥିଲେ। 

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ। ଅଘଟଣକୁ ରୋକିବାକୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଚନ୍ଦ୍ରଶେଖରପୁର ପୋଲିସ ପାଇପ୍ ଲାଇନ୍ ନିକଟକୁ ଲୋକଙ୍କୁ ନ ଯିବା ପାଇଁ ପିସିଆର୍ ମୁତୟନ କରି ଅଞ୍ଚଳକୁ କର୍ଡନ କରିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ କର୍ପୋରେଟର ଏବଂ ଗ୍ୟାସ୍ ପ୍ରୋଭାଇଡର୍ କମ୍ପାନୀର ବୈଷୟିକ ଦଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିଥିଲେ।

ବିଳମ୍ବିତ ରାତିରେ ଫାଟିଥିବା ପାଇପର ସମ୍ପୂର୍ଣ୍ଣ ମରାମତି କରାଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରଶ୍ନ ଉଠୁଛି-ଡ୍ରେନ୍ କାମ ପୂର୍ବରୁ ସର୍ଭେ ହୋଇଥିଲା ତ? ଗ୍ୟାସ୍ ପାଇପ୍ ଥିବା ସତ୍ତ୍ୱେ ଜେସିବି କିପରି ଖୋଳିଲା ? ବଡ଼ ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।