Gate Bazar Overbridge Faces Quality Check: ଗେଟ୍ ବଜାର ଓଭରବ୍ରିଜରେ OBCC ଟିମ୍‌ର ଯାଞ୍ଚ, ଖୋଳତାଡ଼ ହେବ ନିର୍ମାଣ କାମ

Sep 29, 2026 - 16:08
Gate Bazar Overbridge Faces Quality Check: ଗେଟ୍ ବଜାର ଓଭରବ୍ରିଜରେ OBCC ଟିମ୍‌ର ଯାଞ୍ଚ, ଖୋଳତାଡ଼ ହେବ ନିର୍ମାଣ କାମ

ବ୍ରହ୍ମପୁର ଗେଟ୍ ବଜାର ଓଭର ବ୍ରିଜ ଯାଞ୍ଚ କରୁଛି OBCC ଟିମ୍। ବ୍ରିଜ୍ କାମରେ ଅନିୟମିତତା, ନିମ୍ନ ମାନର ସିମେଣ୍ଟ, ବାଲି ବ୍ୟବହାର ନେଇ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ଜଣିଆ ଟିମ ଓଭରବ୍ରିଜର ଯାଞ୍ଚ କରୁଛି।

ସମସ୍ତ ପିଲର୍ ସହ ବ୍ରିଜ୍ କାମର ତଦନ୍ତ କରିବ ଏହି ଟିମ୍। ଯାଞ୍ଚ ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଟିମ୍। ଗେଟ୍ ବଜାର ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାମ ଯୋଗୁଁ ବମିଖାଲ ଓଭରବ୍ରିଜ ଭଳି ସ୍ଥିତି ଉପୁଜିବାର ଆଶଙ୍କାକୁ ନେଇ ସହରବାସୀ ଭୟଭୀତ ଥିବା ନେଇ ଦର୍ଶାଇଥିଲେ । ଖୁବଶୀଘ୍ର ନିର୍ମାଣ ବିଭାଗ ପକ୍ଷରୁ ଟେକ୍ନିକାଲ ଅଡିଟ୍ କରାଯାଉ ଓ ଓଭରବ୍ରିଜ ନିର୍ମାଣରେ ବ୍ୟବହୃତ  ନିମ୍ନମାନର ସାମଗ୍ରୀକୁ ରୋକାଯାଉ ବୋଲି ଦାବି କରିଥିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ। 

ଗେଟ୍ ବଜାର ଓଭର ବ୍ରିଜ ଯାଞ୍ଚ କରୁଛି obcc ଟିମ୍
ବ୍ରିଜ୍ କାମରେ ଅନିୟମିତତା ଅଭିଯୋଗ କରିଥିଲେ ସାଂସଦ
ବ୍ରିଜ ନିର୍ମାଣରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।