GDP: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ: ଆଇଏମ୍ଏଫ୍ ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ
"ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରି ଏହାକୁ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ କହିଚି।
ଶକ୍ତି ସଙ୍କଟ ଓ ବିଶ୍ବସ୍ତରରେ ବିଭିନ୍ନ ପ୍ରକାର ଆହ୍ବାନ ଲାଗିରହିଥିବା ସତ୍ତ୍ବେ ଭାରତୀୟ ଅର୍ଥନୀତି ଏହାର ଦ୍ରୁତ ଗତି ବଜାୟ ରଖିପାରିଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ଜଣାଇଛି।
ଚଳିତ ଆର୍ଥିକବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଦେଶର ବାସ୍ତବ ଜିଡିପି ୭.୮% ବୃଦ୍ଧି ପାଇଛି।
ଏହି ଅଭିବୃଦ୍ଧି ଆଶାଠାରୁ ଅଧିକ ବୋଲି ଆଇଏମ୍ଏଫ୍ କହିଛି।Advertisment ଆଇଏମ୍ଏଫ୍ର ମୁଖପାତ୍ର ଜୁଲି କୋଜାକ୍ଙ୍କ ଅନୁଯାୟୀ, ଭାରତର ଏହି ଅଭିବୃଦ୍ଧିରେ ସେବା କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଓ ରପ୍ତାନି ବୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ବିଶ୍ୱ ବଜାରରେ ଶକ୍ତି ମୂଲ୍ୟ ବୃଦ୍ଧି ଭଳି ଆହ୍ବାନ ସତ୍ତ୍ବେ ଭାରତୀୟ ଅର୍ଥନୀତି ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରିଛି।
ଚଳିତ ବର୍ଷର ଏପ୍ରିଲ-ଜୁନ୍ ତ୍ରୈମାସିକରେ ୭.୮% ଅଭିବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଆକଳନ ୭%ଠାରୁ ମଧ୍ୟ ଅଧିକ।
୨୦୨୫-୨୬ର ଏହି ସମୟରେ ବାସ୍ତବ ଜିଡିପି ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା।
୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ତାହା ୮୧.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
Petrol Diesel Price: ପେଟ୍ରୋଲ୍, ଡିଜେଲ୍ ଦର ନିଶ୍ଚିତ ବଢ଼ିବ: ଆଇଏମ୍ଏଫ୍ ଜିଡିପି ଆକଳନ ପଦ୍ଧତିରେ କରାଯାଇଥିବା ପରିବର୍ତ୍ତନ ପାଇଁ ବିଭିନ୍ନ ମହଲ ସରକାରଙ୍କୁ ସମାଲୋଚନା କରୁଛି।
କିନ୍ତୁ ଆଇଏମ୍ଏଫ୍ ସେଥିପାଇଁ ଭାରତକୁ ପ୍ରଶଂସା କରିଛି।
ନୂତନ ପଦ୍ଧତିକୁ ଏହା ସ୍ବାଗତ କରି କହିଛି, ନୂଆ ତଥ୍ୟ ଓ ଅଧିକ ସୂକ୍ଷ୍ମ ମୂଲ୍ୟ ସୂଚକ ବ୍ୟବହାର ଦ୍ୱାରା ଅର୍ଥନୀତିର ପ୍ରକୃତ ଚିତ୍ର ଆହୁରି ସଠିକ୍ ଭାବେ ଆକଳନ କରାଯାଇପାରିବ।
ବିଶ୍ୱ ଅର୍ଥନୀତିରେ ତେଲ ଦର ଓ ଭୂରାଜନୈତିକ ଅନିଶ୍ଚିତତା ଭଳି ଆହ୍ବାନ ରହିଥିବା ବେଳେ ଆଗାମୀ ଦିନରେ ଭାରତର ଅଭିବୃଦ୍ଧି ଧାରା କିଭଳି ରହିବ, ତାହା ଉପରେ ନଜର ରହିଛି।
ଆଇଏମ୍ଏଫ୍ ଅକ୍ଟୋବରରେ ନିଜର ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ଆକଳନ ପ୍ରକାଶ କରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।