Geographical: ଓଡ଼ିଶାର ଭୌଗୋଳିକ ସ୍ଥିତି ଯୋଗୁଁ ଚଳିତବର୍ଷ ଅଧିକ ମୌସୁମୀ ବର୍ଷା ହେଲା: ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ
"ଅନେକ ପ୍ରାକୃତିକ ବିପର୍ଯ୍ୟୟର ଅବଗଣନା କରି ଏବଂ ଠିକଣା ସମୟରେ ଓଡ଼ିଆ ଚାଷୀଙ୍କୁ ଉଚିତ ମାର୍ଗଦର୍ଶନ ଦେଇ ରାଜ୍ୟର ଘରେ ଘରେ ସେ ପରିଚିତ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସେବାନିବୃତ୍ତ ହେବାପରେ ମଧ୍ୟ କୃଷି ପାଣିପାଗ ଉପରେ ଉଚ୍ଚତର ଗବେଷଣା ଜାରି ରଖିଛନ୍ତି।
କୃଷିକ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି କେମିତି ଅଧିକରୁ ଅଧିକ ହେବ ଏବଂ ନୂଆ ପିଢ଼ି କିଭଳି ଏ ଦିଗରେ ଅଧିକ ମନୋନିବେଶ କରିବେ, ସେ ସଂପର୍କରେ ପରାମର୍ଶ ଦେଇ ଆସୁଛନ୍ତି ସେ।
ଏ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ବି ସେ ଗୁର୍ୁତ୍ବ ଆରୋପ କରୁଛନ୍ତି।
ଓଡ଼ିଶାରୁ ମୌସୁମୀର ବିଳମ୍ବିତ ବିଦାୟ, ଅଧିକ ବର୍ଷା ଏବଂ ୨୦୨୬ ସେପ୍ଟେମ୍ବରର ବାତ୍ୟା ବିପଦ ପରେ ଅକ୍ଟୋବରରେ ପୁଣି ଏକ ବାତ୍ୟାର ଆଶଙ୍କା ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ସାକ୍ଷାତ କରିଥିଲେ ଭାରତ ମାଝୀAdvertisment ଗତ ମାସରେ ଏକ ବାତ୍ୟାର ଭୟ ଆମ ମନରୁ ଲିଭିନାହିଁ।
ଏବେ କେତେକ ବିଦେଶୀ ପାଣିପାଗ ବିଜ୍ଞାନ ସଂସ୍ଥା ପୁଣି ଏକ ଘୂର୍ଣ୍ଣିବାତ୍ୟାର ସଙ୍କେତ ଦେଲେଣି।
ସମ୍ଭାବ୍ୟ ବିପଦ ଉପରେ କ"ଣ କହିବେ?୧୨ ଅକ୍ଟୋବର, ୨୦୨୬ ପାଖାପାଖି ଆଣ୍ଡାମାନ୍ ସାଗରରେ ଏକ ସିଷ୍ଟମ୍ ଗଠିତ ହେବାର ସମ୍ଭାବନା ଅଛି।
୧୪ ଅକ୍ଟୋବରେର ଏହା ଲଘୁଚାପ ରୂପେ ସ୍ଥିର ହୋଇପାରେ।
ପରେ ଡିପ୍ରେସନ୍ର ସମ୍ଭାବନା ଥାଏ, ହେଲେ ଏବେ ସେହି ସ୍ଥିତି ସ୍ପଷ୍ଟ ନୁହେଁ।
ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯାହା ଘନୀଭୂତ ହେବା ପାଇଁ ଉପଯୁକ୍ତ ନୁହେଁ।
ଏଥିସହିତ, ଉତ୍ତର ଓ ମଧ୍ୟ ଭାରତରୁ ମୌସୁମୀ ଦ୍ରୁତ ଅପସାରିତ ହେବାରୁ ବଙ୍ଗୋପସାଗରକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହା ଘନୀଭୂତ ହେବା ଲାଗି ଅନୁକୂଳ ନୁହେଁ।
ଏଲ୍ନିନୋ ବର୍ଷରେ ପ୍ରାୟତଃ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଡ଼କୁ ଟ୍ରାକ୍ ଯାଏ।
ତେଣୁ, ବର୍ତ୍ତମାନ ଓଡ଼ିଶା ପାଇଁ ଆଶଙ୍କା ନାହିଁ।
ତେବେ ୧୭-୧୯ ଅକ୍ଟୋବରରେ ଓଡ଼ିଶା, ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି।
Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ ଚଳିତବର୍ଷ ମୌସୁମୀ ଓଡ଼ିଶାରେ ଅଧିକ ସମୟ ରହିବାର କିଛି କାରଣ ଦେଖୁଛନ୍ତି କି?୨୦୨୬ ମସିହାରେ ଓଡ଼ିଶାରେ ମୌସୁମୀ ବର୍ଷା ସାଧାରଣରୁ ଅଧିକ ହୋଇଥିଲା, ପୂର୍ବାନୁମାନ ଅନୁରୂପ ହୋଇନଥିଲା, ଯଦିଓ ଏଲ୍ନିନୋ ବର୍ଷ ଥିଲା।
ସେପଟେ ଦେଶରେ ସାମଗ୍ରିକ ଭାବେ ୧୫%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି।
ଏହାର ପ୍ରମୁଖ କାରଣ, ଯେହେତୁ ଓଡ଼ିଶା ଭୌଗୋଳିକ ଭାବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଖରେ ରହିଛି।
ବଙ୍ଗୋପସାଗର ବାରମ୍ବାର ଲଘୁଚାପ ଓ ଅବପାତ ସୃଷ୍ଟି କରିଥିଲା, ଯାହା ଉତ୍ତର-ପଶ୍ଚିମ ଟ୍ରାକ୍ରେ ଓଡ଼ିଶାରେ ବର୍ଷା ଆଣିଥିଲା।
ସେପଟେ ଆନ୍ଧ୍ରରେ ଲ୍ୟାଣ୍ଡ୍ଫଲ୍ ହୋଇଥିବା ସିଷ୍ଟମ୍ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗକୁ ଯାଇଥିଲା, କାରଣ ରେନ୍ବ୍ୟାଣ୍ଡ୍ କିଛି ଶହ କିଲୋମିଟର୍ ଉତ୍ତର ପର୍ଯ୍ୟନ୍ତ ଥିଲା।
ଏହି କାରଣରୁ ସମଗ୍ର ଓଡ଼ିଶାରେ ବର୍ଷା ହୋଇଥିଲା।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ପାଣିପାଗରେ ବଡ଼ ଧରଣର ବ୍ୟତିକ୍ରମ ଦେଖାଯାଉଛି।
ଜଣେ କୃଷି ପାଣିପାଗ ବିଜ୍ଞାନୀ ଭାବେ ଆପଣ ଏହାକୁ କିପରି ଦେଖୁଛନ୍ତି?ଚାଷୀ ବର୍ଷର ମୋଟ ବର୍ଷାକୁ ନେଇ ଚାଷ କରେନାହିଁ; ଫସଲର ନିର୍ଦ୍ଦିଷ୍ଟ ଅବସ୍ଥାରେ କେତେ ବର୍ଷା ଓ କିପରି ପାଣିପାଗ ରହିଲା, ତାହା ହିଁ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶା ପାଇଁ ଚିନ୍ତା କେବଳ ବର୍ଷା ବଢ଼ିବା ବା କମିବା ନୁହେଁ।
ତାପମାତ୍ରା, ବର୍ଷାର ସମୟ ଓ ତୀବ୍ରତା, ଲଗାତାର ଶୁଖିଲା ଦିନ ଓ ଚରମ ପାଣିପାଗରେ ଅନିଶ୍ଚିତତା ବଢୁଛି।
ସ୍ୱାଭାବିକ ମୌସୁମୀ ବର୍ଷା ହେଲେ ମଧ୍ୟ ଭୁଲ୍ ସମୟରେ ଅତିବର୍ଷା ବା ଦୀର୍ଘ ଶୁଖିଲା ସମୟ ଫସଲର କ୍ଷତି କରିପାରେ।
ତେଣୁ ଚାଷକୁ କ୍ୟାଲେଣ୍ଡର୍ ଅନୁସାରେ ନୁହେଁ, ପାଣିପାଗ ଓ ଜଳବାୟୁ ସୂଚନା ଅନୁସାରେ ପରିଚାଳନା କରିବାକୁ ପଡ଼ିବ।
ଅଦିନିଆ ବର୍ଷା, ବାତ୍ୟା ଓ ମରୁଡ଼ି ପରିସ୍ଥିତି ଆମ ଭାତହାଣ୍ଡି ଉପରେ ପ୍ରଭାବ ପକାଇବ କି?
କେଉଁ ବିକଳ୍ପ ଚାଷ ପାଇଁ ଆପଣ ପରାମର୍ଶ ଦେବେ?ଜଳବାୟୁ ସହନଶୀଳ ଚାଷର ଅର୍ଥ ଧାନ ଚାଷ ଛାଡ଼ିଦେବା ନୁହେଁ; ତାହା ହେଉଛି- ଗୋଟିଏ ଫସଲ, ଗୋଟିଏ କିସମ ଓ ଗୋଟିଏ ଧରାବନ୍ଧା ଚାଷ ପଦ୍ଧତି ଉପରେ ନିର୍ଭର ନ କରିବା।
ଧାନ ଓଡ଼ିଶାର ପ୍ରମୁଖ ଖାଦ୍ୟ ଫସଲ ହୋଇ ରହିବ।
ଉପଯୁକ୍ତ ଖାଲୁଆ ଜମିରେ ଧାନଚାଷ ଚାଲିବ; ମରୁଡ଼ିପ୍ରବଣ ଢିପ ଜମିରେ ଡାଲି, ତୈଳବୀଜ, ମିଲେଟ୍ ଓ ଅନ୍ୟ ଉପଯୁକ୍ତ ଫସଲକୁ ଗୁରୁତ୍ୱ ଦେବା ଦରକାର।
ଫସଲ ସହ ଉଦ୍ୟାନ ଚାଷ, ପଶୁପାଳନ ଓ ମାଛଚାଷକୁ ମିଶାଇ ସମନ୍ୱିତ ଚାଷ କଲେ ପାଣିପାଗ ଓ ଆୟ- ଉଭୟର ବିପଦ କମିବ।
ସଂକ୍ଷେପରେ ସୁରେନ୍ଦ୍ରନାଥ୧୯୫୬ ମସିହା ମେ" ପହିଲାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ର ବଡ଼ଗଡ଼ରେ ସୁରେନ୍ଦ୍ରନାଥ ପଶୁପାଳକ ଜନ୍ମଗ୍ରହଣ କରିଥିଲେ।
ବାପା ଥିଲେ ସୋମନାଥ ପଶୁପାଳକ ଓ ମା" କନକ ପଶୁପାଳକ।
ଉତ୍ତରାଖଣ୍ଡର ପନ୍ତନଗରସ୍ଥିତ ଗୋବିନ୍ଦବଲ୍ଲଭ ପନ୍ଥ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରୁ ଆଗ୍ରୋନୋମିରେ ପିଏଚ୍ଡି ଡିଗ୍ରି ପାଇବା ପରେ ସେ କମନ୍େୱଲ୍ଥ ଫେଲୋ ଭାବେ କାନାଡାର ସାସ୍କାଚେୱାନ୍ ବିଶ୍ବବିଦ୍ୟାଳୟରେ କୃଷି ପାଣିପାଗ ବିଜ୍ଞାନରେ ପୁଣି ଥରେ ପିଏଚ୍ଡି ଡିଗ୍ରି ହାସଲ କରିଥିଲେ।
୧୯୯୫ରୁ ଓଡ଼ିଶାର ଚାଷୀମାନଙ୍କ ପାଇଁ କୃଷି ପାଣିପାଗ କ୍ଷେତ୍ରରେ ଗବେଷଣା କରିଆସୁଥିବା ଡକ୍ଟର ପଶୁପାଳକ ପରବର୍ତ୍ତୀ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଅବସ୍ଥାପିତ ଥିଲେ।
ଅବସର ପରେ ମଧ୍ୟ ସେ ଚାଷୀଙ୍କ ପାଇଁ ବୁଲେଟିନ୍ ପ୍ରକାଶନ ଜାରି ରଖିବା ସହ ବିଭିନ୍ନ ପୁସ୍ତକ ରଚନା ତଥା ଏଆଇ ଓ ଏମ୍ଏଲ୍ ମଡେଲିଂ ଉପରେ କାମ କରୁଛନ୍ତି।
ତାଙ୍କ ପତ୍ନୀ ନମିତା ପଶୁପାଳକ କାନାଡାରେ ଉଚ୍ଚଶିକ୍ଷା ଗ୍ରହଣ ପରେ ନିଜ ଗାଁରେ ଏକ ଜୁନିୟର୍ ମହାବିଦ୍ୟାଳୟ ସ୍ଥାପନ କରି ୧୭ ବର୍ଷ ହେଲା ଅବୈତନିକ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ।
ବଡ଼ପୁଅ ସାମ ପଶୁପାଳକ ଆମେରିକାର ନ୍ୟୁୟର୍କ ଓ ସାନପୁଅ ସୁମିତ ପଶୁପାଳକ କାନାଡାର ଟରୋଣ୍ଟୋଠାରେ ଅବସ୍ଥାପିତ।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ ପାଣିପାଗ ଆଧାରିତ ଆଧୁନିକ ଚାଷ ପାଇଁ ଚାଷୀଙ୍କୁ କିପରି ପ୍ରଶିକ୍ଷଣ ଓ ସହାୟତା ଦରକାର?ପାଣିପାଗ ପୂର୍ବାନୁମାନ ଶୁଣି ଚାଷୀଙ୍କ ପ୍ରଥମ ପ୍ରଶ୍ନ- ଏବେ ମୁଁ କ"ଣ କରିବି?
ବିହନ ବୁଣିବି, ପାଣି ଦେବି, ସାର ପକାଇବି, ଔଷଧ ସିଞ୍ଚିବି ନା ଫସଲ କାଟିବି?
ତେଣୁ ପୂର୍ବାନୁମାନକୁ ଫସଲ ଓ ତା"ର ଅବସ୍ଥା ଅନୁସାରେ କାମରେ ଲାଗିବା ଭଳି ପରାମର୍ଶରେ ବଦଳାଇବା ଦରକାର।
କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଓ ଗାଁ ସ୍ତରର ପ୍ରଶିକ୍ଷଣରେ ସ୍ଥାନୀୟ ଉଦାହରଣକୁ ଗୁରୁତ୍ୱ ଦିଆଯାଉ।
ସଫଳ ଓ ଅଭିଜ୍ଞ ଚାଷୀମାନେ ମଧ୍ୟ ଅନ୍ୟ ଚାଷୀଙ୍କ ପ୍ରଶିକ୍ଷକ ହୋଇପାରିବେ।
କୃଷି-ଶିକ୍ଷା ଓ ଗବେଷଣାରେ ପାଣିପାଗ ବିଜ୍ଞାନକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ?କୃଷି ପାଣିପାଗ ବିଜ୍ଞାନ କେବଳ ପାଣିପାଗ ବୁଝାଇବାରେ ସୀମିତ ନ ରହି, ଚାଷର ନିଷ୍ପତ୍ତି ନେବାର ବିଜ୍ଞାନ ହେବା ଦରକାର।
ଛାତ୍ରଛାତ୍ରୀଙ୍କୁ ପାଣିପାଗ ଯନ୍ତ୍ର, ସ୍ବୟଂଚାଳିତ ପାଣିପାଗ ଷ୍ଟେସନ୍, ରିମୋଟ୍ ସେନ୍ସିଂ, ଜିଆଇଏସ୍, କ୍ରପ୍ ମଡେଲ୍ ଓ ଏଆଇ ଆଦି ବିଷୟରେ ବ୍ୟାବହାରିକ ଶିକ୍ଷା ଦରକାର।
ଗବେଷଣାର ପ୍ରଶ୍ନ କେବଳ "ପାଣିପାଗରେ ଅମଳ କେତେ ବଦଳିଲା" ନ ହୋଇ "ଏପରି ପାଣିପାଗ ଆସିଲେ ଚାଷୀ କେଉଁ ନିଷ୍ପତ୍ତି ବଦଳାଇବେ" ହେବା ଉଚିତ୍।
ମୋବାଇଲ୍ ଆପ୍ ଓ ଉପଗ୍ରହର ପାଣିପାଗ ସୂଚନା ଗାଁର ଚାଷୀଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି?ପାଣିପାଗ ସୂଚନା ମୋବାଇଲ୍ରେ ପହଞ୍ଚିଗଲେ ହିଁ ଚାଷୀଙ୍କ ପାଖରେ ପହଞ୍ଚିଗଲା ବୋଲି କହିହେବ ନାହିଁ; ଚାଷୀଙ୍କ ନିଷ୍ପତ୍ତିରେ କାମଦେଲେ ହିଁ ତାହା ସଫଳ ହେବ।
ପରାମର୍ଶ ସ୍ଥାନୀୟ, ଫସଲଭିତ୍ତିକ ଓ ସରଳ ଓଡ଼ିଆରେ ହେବା ଦରକାର।
ମୋବାଇଲ୍ ଆପ୍, ହ୍ବାଟ୍ସ ଆପ୍, ଭଏସ୍ ମେସେଜ୍, କେଭିକେ, କୃଷି କର୍ମଚାରୀ ଓ ଚାଷୀଗୋଷ୍ଠୀ ଆଦି ସବୁ ମାଧ୍ୟମ ବ୍ୟବହାର ହେଉ।
ପ୍ରକ୍ରିୟାଟି ହେଉ- ପୂର୍ବାନୁମାନ, ସ୍ଥାନୀୟ ବିଶ୍ଳେଷଣ, ଫସଲ ପରାମର୍ଶ ଓ ଚାଷୀଙ୍କ ନିଷ୍ପତ୍ତି।
ବିଗତ କିଛି ଦଶନ୍ଧିରେ କୃଷି-ଶିକ୍ଷାରେ କେଉଁ ବଡ଼ ପରିବର୍ତ୍ତନ ଓ ଦୁର୍ବଳତା ଆପଣ ଦେଖୁଛନ୍ତି?ଆଜି ତଥ୍ୟ ଆମ ଆଙ୍ଗୁଠି ଟିପରେ ଅଛି; କିନ୍ତୁ ସେଥିପାଇଁ ଜ୍ଞାନ ମୁଣ୍ଡରେ ଓ ଦକ୍ଷତା ହାତରେ ଆପେ ଆପେ ଆସିଯାଏ ନାହିଁ।
କୃଷି-ଶିକ୍ଷାରେ ଜଳବାୟୁ, ଉଦ୍ୟୋଗ, ଡିଜିଟାଲ୍ ପ୍ରଯୁକ୍ତି ଓ ଏଆଇ ଯୋଡ଼ିହୋଇଛି।
କିନ୍ତୁ ବ୍ୟାବହାରିକ ଶିକ୍ଷା ପ୍ରତି ଆଗ୍ରହ କମିବା ଏବଂ ନିଜେ ଚିନ୍ତା ନ କରି ଏଆଇ ତିଆରି ଉତ୍ତର ଉପରେ ନିର୍ଭର କରିବା ଚିନ୍ତାର ବିଷୟ।
ଏଥିରେ ବୁଝିବା, ବିଶ୍ଳେଷଣ, ସମନ୍ୱୟ ଓ ପ୍ରୟୋଗ କ୍ଷମତା କମିପାରେ।
ଦ୍ରୁତ ବଦଳୁଥିବା ଏଆଇ ଓ ଡିଜିଟାଲ୍ ପ୍ରଯୁକ୍ତି ସହ ଶିକ୍ଷକ, ବୈଷୟିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ତାଲିମ ମଧ୍ୟ ନିୟମିତ ଭାବେ ବଢ଼ିବା ଦରକାର।
Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା କୃଷି ଛାତ୍ରଛାତ୍ରୀଙ୍କ ବ୍ୟାବହାରିକ ଜ୍ଞାନ କିପରି ବଢ଼ାଯାଇପାରିବ?ଚାଷୀଙ୍କ କ୍ଷେତ ହିଁ କୃଷି ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହର ଏକ ବିସ୍ତାର ହେବା ଦରକାର।
ପନ୍ତନଗର ଓ କାନାଡାର ସାସ୍କାଟୁନ୍ସ୍ଥିତ ୟୁନିଭର୍ସିଟି ଅଫ୍ ସାସ୍କାଚେୱାନ୍ରେ ମୋର ଅଭିଜ୍ଞତା ବ୍ୟାବହାରିକ ଶିକ୍ଷା ପ୍ରତି ମୋର ଦୃଷ୍ଟିକୋଣକୁ ଆହୁରି ଦୃଢ଼ କରିଥିଲା।
ଓୟୁଏଟିର କୁଳପତି ଥିବାବେଳେ ପ୍ରାକ୍ଟିକାଲ୍ କ୍ଲାସ୍କୁ ମୁଁ ସର୍ବାଧିକ ଗୁରୁତ୍ୱ ଦେଇ ଲାବୋରାଟୋରି ଓ ଫିଲ୍ଡ ପ୍ରାକ୍ଟିକାଲ୍ ନିଜେ ପରିଦର୍ଶନ କରୁଥିଲି।
ଓୟୁଏଟିକୁ ପ୍ରାକ୍ଟିକାଲ୍ ଶିକ୍ଷା ଉପରେ ଏହି ଗୁରୁତ୍ୱ ଜାରି ରଖିବାକୁ ହେବ।
ଛାତ୍ରଛାତ୍ରୀ ସମସ୍ୟା ଦେଖନ୍ତୁ, କାରଣ ଖୋଜନ୍ତୁ, ସମାଧାନ ବାହାର କରନ୍ତୁ ଓ ଚାଷୀଙ୍କ କ୍ଷେତରେ ତାହା ପରୀକ୍ଷା କରନ୍ତୁ।
ଯୁବପିଢ଼ି ଚାଷ ପ୍ରତି ବିମୁଖ ହେଉଛନ୍ତି।
ଜଳବାୟୁ ପରିବର୍ତ୍ତନ ମଧ୍ୟରେ କୃଷିକୁ ଜେନ୍ ଜି ପାଇଁ କିପରି ଆକର୍ଷଣୀୟ କରାଯାଇପାରିବ?ପ୍ରଥମେ ଚାଷକୁ ଲାଭଜନକ କରିବାକୁ ପଡ଼ିବ; ନହେଲେ ଜେନ୍ ଜି ଏହି ପେସା କରିବାକୁ କହିବାର ଅର୍ଥ ନାହିଁ।
ଦ୍ୱିତୀୟରେ, ମାଟି, ପାଣି, ଜଳବାୟୁ ବିପଦ ଓ ବଜାରର ସୁପରିଚାଳନା ଦ୍ୱାରା ଏହି ଲାଭକୁ ଦୀର୍ଘସ୍ଥାୟୀ କରିବାକୁ ହେବ।
ତୃତୀୟରେ, ଚାଷ କାମର ଢାଞ୍ଚା ବଦଳିବା ଦରକାର।
କାଦୁଅ କ୍ଷେତର ଅନାବଶ୍ୟକ ଶାରୀରିକ ପରିଶ୍ରମକୁ ଯନ୍ତ୍ରୀକରଣ, ଡ୍ରୋନ୍, ସେନ୍ସର୍, ଏଆଇ ଓ ଆଧୁନିକ କୃଷି ଉଦ୍ୟୋଗ ଦ୍ୱାରା କମାଇବାକୁ ହେବ।
ଏଭଳି କୃଷି ଦରକାର, ଯେଉଁଠି ଯୁବକଯୁବତୀ ଜିନ୍ସ ପିନ୍ଧି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ଗର୍ବର ସହ ସଫଳ କୃଷି-ଉଦ୍ୟୋଗୀ ହୋଇପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।