Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା
"ନୂଆଦିଲ୍ଲୀ: ଦିଲ୍ଲୀରେ ମେଟ୍ରୋ ଷ୍ଟେସନ ବନ୍ଦ ରଖିବା ଓ ଟ୍ରେନ୍ ଚଳାଚଳ ବାତିଲ କରିବା ଘଟଣାକୁ ନେଇ ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର ହୋଇଛି।
ଅକ୍ଟୋବର ୯ରେ ସୁପ୍ରିମ୍କୋର୍ଟ ସାଧାରଣ ପରିବହନ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଅମାନ୍ୟ କରିଥିବା ଆବେଦନରେ ଅଭିଯୋଗ କରାଯାଇଛି।
Advertisment ଶନିବାର ଯନ୍ତରମନ୍ତରରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ସିଜେପିର ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଥିଲା।
ଆଇନଜୀବୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ଏହି ଅଦାଲତ ଅବମାନନା ଆବେଦନ ଦାଏର କରିଛନ୍ତି।
କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି)ର ଅଧ୍ୟକ୍ଷ ଡି ଥାରାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି।
ଏହି ଅଧିକାରୀମାନେ ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଅମାନ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି।
ଅକ୍ଟୋବର ୯ରେ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମେଟ୍ରୋ ଓ ରେଳ ସେବା ଉପରେ ଲାଗିଥିବା କଟକଣାକୁ ବିଚାର କରିଥିଲେ।
ଦିଲ୍ଲୀ ପୁଲିସ ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖିବାକୁ ଡିଏମ୍ଆର୍ସିକୁ ନିର୍ଦ୍ଦେଶ ଦେଇଥିବା ଏବଂ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନକୁ ଆସୁଥିବା କେତେକ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଥିବା ପ୍ରସଙ୍ଗ ଅଦାଲତଙ୍କ ସାମ୍ନାକୁ ଆସିଥିଲା।
ASSOCHAM"s O-LEAD 2026: ଆସୋଚାମ୍ର "ଓ-ଲିଡ୍ ୨୦୨୬" ଉଦ୍ଯାପିତ ସାଧାରଣ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅତ୍ୟଧିକ କଟକଣା ବୋଲି ଦର୍ଶାଇ ଖଣ୍ଡପୀଠ ମେଟ୍ରୋ ଓ ରେଳ ସେବାକୁ ଉପଯୁକ୍ତ ନିୟନ୍ତ୍ରଣ ସହ ଚାଲୁ ରଖିବାକୁ କହିଥିଲେ।
ଯାତ୍ରୀଙ୍କ ଅସୁବିଧା ଏଡ଼ାଇବା ପାଇଁ ଯାତାୟାତ ସମ୍ପର୍କିତ ସୂଚନା ମଧ୍ୟ ବ୍ୟାପକ ଭାବେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଡିଏମ୍ଆର୍ସି ପ୍ରଥମେ ୫୭ଟି ଷ୍ଟେସନ ବନ୍ଦ ରଖିବାକୁ ଘୋଷଣା କରିଥିବା ବେଳେ ପରେ ସଂଖ୍ୟାକୁ ୪୫କୁ କମାଇଥିଲା।
ତଥାପି କଟକଣା ଜାରି ରହିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।
ମେଟ୍ରୋ ଓ ରେଳ ସେବା ସ୍ୱାଭାବିକ ଭାବେ ଚାଲୁ କରିବା ଏବଂ ଯାତାୟାତ ସମ୍ପର୍କିତ ସୂଚନା ତୁରନ୍ତ ପ୍ରକାଶ କରିବାକୁ ସେ ଅନ୍ତରୀଣ ନିର୍ଦ୍ଦେଶ ଲୋଡ଼ିଛନ୍ତି।
ତେବେ ଆବେଦନରେ ଆସିଥିବା ଅଭିଯୋଗ ଉପରେ ସୁପ୍ରିମ୍କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏ ଆସିନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।