Gidipabali Tragedy: ଭୂସ୍ଖଳନ ପରେ ଗିଡ଼ିପାବଲିର ସ୍ଥିତି ସଂଗୀନ; ସପ୍ତାହେ ପରେ ବି ନିଖୋଜ ୧୧ଙ୍କ ମିଳୁନି ପତ୍ତା

Nov 04, 2026 - 19:42
Gidipabali Tragedy: ଭୂସ୍ଖଳନ ପରେ ଗିଡ଼ିପାବଲିର ସ୍ଥିତି ସଂଗୀନ; ସପ୍ତାହେ ପରେ ବି ନିଖୋଜ ୧୧ଙ୍କ ମିଳୁନି ପତ୍ତା

ଆଖି ଆଗରେ ମାଟି ତଳେ ପୋତି ହୋଇଗଲା ପରିବାର।

ଗିଡ଼ିପାବଲି ଭୂସ୍ଖଳନକୁ ବିତିଗଲାଣି ସପ୍ତାହେ, ହେଲେ ଏବେ ବି ୧୧ ନିଖୋଜଙ୍କର ମିଳୁନି ପତ୍ତା।

ଏପଟେ ଉଦ୍ଧାର କାର୍ଯ୍ୟରେ ବିଶାଳ ପଥର ଓ ମାଟି ଅତଡ଼ା ସାଜିଛି ବାଧକ।

ସେପଟେ ଅପେକ୍ଷା କରି କରି ଭାଙ୍ଗିପଡ଼ିଲେଣି ପରିବାର।

କିନ୍ତୁ ହାର ମାନିନାହାନ୍ତି ନିଖୋଜଙ୍କ ସଂପର୍କୀୟ।

Advertisment ଉଦ୍ଧାରକାରୀ ଦଳ ସହ ମିଶି ନିଜ ଲୋକଙ୍କୁ ଖୋଜିବାକୁ ଘଟଣାସ୍ଥଳକୁ ଯାଉଛନ୍ତି।

ସେପଟେ ଗିଡ଼ିପାବଲିର ଦୁଃଖଦ କାହାଣୀ ପରେ ପାହାଡ଼ିଆ ଅଞ୍ଚଳରେ ସର୍ଭେ ସହ ବାସହରାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର।

ପ୍ରକୃତିର ପ୍ରକୋପରେ ମାଟି ତଳେ ଚାପି ହୋଇଗଲା ସବୁକିଛି।

ରାତିରେ ଶୋଇଥିବା ବେଳେ ଭୂସ୍ଖଳନ ଘଟି ହଠାତ୍ ଧସି ଆସିଲା ମାଟି ଓ ବଡ଼ ବଡ଼ ପଥର।

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗିଡ଼ିପାବଲିର ସେହି ଦୁଃଖଦ ଚିତ୍ର ଏବେ ବି ମନରୁ ଲିଭିନି।

ଭୂସ୍ଖଳନକୁ ବିତିଗଲାଣି ସପ୍ତାହେ।

ପାଞ୍ଚ ଦିନ ପରେ ଉଦ୍ଧାର ହୋଇଥିଲା ଦୁଇଟି ମୃତଦେହ।

Advertisment ଏବେ ବି ୧୧ ଜଣ ନିଖୋଜ।

ବଡ଼ ବଡ଼ ପଥର ଓ ମାଟି ଅତଡ଼ା ତଳେ ଚାଲିଛି ଖୋଜାଖୋଜି।

ଉଦ୍ଧାରକାରୀ ଦଳ ପାଇଁ ପ୍ରତି ପାଦରେ ବିପଦ।

ସେପଟେ ଆଗକୁ ପୁଣି ଭୂସ୍ଖଳନର ଆଶଙ୍କା।

ମାଟି ତଳେ ଦୀର୍ଘ ସମୟ ରହିଲେ ମୃତଦେହ ନଷ୍ଟ ହୋଇଯିବାର ଭୟ।

ଦିନ ପରେ ଦିନ ବିତୁଛି, ନିଜ ଲୋକଙ୍କ ଫେରିବା ଆଶା କ୍ଷୀଣ ହେଉଛି।

ତଥାପି ହାର ମାନିନାହାନ୍ତି ନିଖୋଜଙ୍କ ସଂପର୍କୀୟ।

କିଛି ସଂପର୍କୀୟ ଉଦ୍ଧାରକାରୀ ଦଳ ସହ ମିଶି ନିଜ ଲୋକଙ୍କୁ ଖୋଜିବାକୁ ଘଟଣାସ୍ଥଳକୁ ଯାଇଛନ୍ତି।

ଏପଟେ ନିଖୋଜଙ୍କ ପରିବାରବର୍ଗ ରହିଛନ୍ତି କିଲାପଙ୍ଗା ଆଶ୍ରୟସ୍ଥଳୀରେ।

ଆଗକୁ ଏଭଳି ବିପର୍ଯ୍ୟୟ ଯେପରି କାହାର ଜୀବନ ନନେଉ, ସେଥିପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି।

କାହିଁକି ହେଉଛି ଭୂସ୍ଖଳନ ?

ପାହାଡ଼ ଉପରେ ଓ ତଳେ କେତେ ପରିବାର ବିପଦରେ ଅଛନ୍ତି ?

ତାହାର ସଠିକ୍ ସର୍ଭେ କରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।

ଗିଡ଼ିପାବଲିର ଛାତିଥରା ଘଟଣାରେ ଚେତିଛନ୍ତି ରାଜ୍ୟ ସରକାର।

କନ୍ଧମାଳ ଓ ଗଜପତିର ବିପଦପୂର୍ଣ୍ଣ ପାହାଡ଼ିଆ ଅଞ୍ଚଳ ଚିହ୍ନଟ ପାଇଁ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି।

ପାହାଡ଼ ଉପରେ ଓ ପାଦଦେଶରେ ରହୁଥିବା ପରିବାରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର।

ନୂଆ ବସ୍ତି ସହ ଘର ଯୋଗାଇବାକୁ ଯୋଜନା କରୁଛନ୍ତି ସରକାର।

ଗିଡ଼ିପାବଲିର ବାସହରା ପରିବାରଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ଓ ଏନଡିଆରଏଫ୍ ଟିମର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗତକାଲି ରେଲୱେର ସ୍ବତନ୍ତ୍ର ବ୍ଲାଷ୍ଟିଂ ଏକ୍ସପର୍ଟଙ୍କ ଦ୍ବାରା ପଥର ଫଟା ଯାଇଛି।

ସନ୍ଧାନୀ କୁକୁର ଜରିଆରେ ଆଖପାଖରେ ଖୋଜାଖୋଜି ହେଉଛି।

ହେଲେ ବିଶାଳ ପଥର ଓ ମାଟି ଅତଡ଼ା ସାଜିଛି ବାଧକ।

ବନ୍ୟା ଓ ବର୍ଷା ପରବର୍ତ୍ତୀ ପରିସ୍ଥିତିରେ ଗିଡ଼ିପାବଲିର ରେସ୍କ୍ୟୁ ଅପରେସନ୍ ପାଲଟିଛି ଏକ ବଡ଼ ଆହ୍ୱାନ।

ଉଦ୍ଧାର କାର୍ଯ୍ୟରେ କେବେ ମିଳିବ ସଫଳତା ?

କେବେ ଫେରିବ ନିଖୋଜଙ୍କ ସନ୍ଧାନ ?

ବାସ୍ତବ ରୂପ ନେବ ତ ସରକାରଙ୍କ ସ୍ଥାନାନ୍ତର ଯୋଜନା ?

ଏବେ ତା ଅପେକ୍ଷାରେ ଗିଡ଼ିପାବଲିବାସୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।