8th Pay Commission Update: ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଖୁସି! ୮ମ ବେତନ କମିଶନକୁ ନେଇ ଅପେକ୍ଷା, ବଢ଼ିବ ଦରମା!

Nov 04, 2026 - 16:30
8th Pay Commission Update: ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଖୁସି! ୮ମ ବେତନ କମିଶନକୁ ନେଇ ଅପେକ୍ଷା, ବଢ଼ିବ ଦରମା!

୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ଅପେକ୍ଷା ବଢ଼ିଛି।

କମିଶନ ଗଠନକୁ ପ୍ରାୟ ବର୍ଷେ ପୂରିଥିବା ବେଳେ ୧୮ ମାସର ସମୟସୀମାର ପ୍ରାୟ ଦୁଇ-ତୃତୀୟାଂଶ ଶେଷ ହୋଇଛି।

ଏବେ ସବୁଠୁ ବଡ଼ ପ୍ରଶ୍ନ—ଦରମା କେତେ ବଢ଼ିବ?

Advertisment କେନ୍ଦ୍ର ସରକାର ୩ ନଭେମ୍ବର ୨୦୨୫ରେ ଆନୁଷ୍ଠାନିକ ଭାବେ ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ କରିଥିଲେ।

କମିଶନକୁ ଗଠନ ତାରିଖରୁ ୧୮ ମାସ ମଧ୍ୟରେ ସୁପାରିସ ଦେବାକୁ କୁହାଯାଇଛି।

ସେହି ହିସାବରେ ମେ' ୨୦୨୭ ସୁଦ୍ଧା ରିପୋର୍ଟ ଆସିବା ଆଶା କରାଯାଉଛି।

କାହା ହାତରେ ୮ମ ବେତନ କମିଶନ?

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ୮ମ ବେତନ କମିଶନର ଅଧ୍ୟକ୍ଷା ଅଛନ୍ତି।

ପ୍ରଫେସର ପୁଲକ ଘୋଷ ପାର୍ଟ-ଟାଇମ୍ ସଦସ୍ୟ ଏବଂ ପଙ୍କଜ ଜୈନ ସଦସ୍ୟ-ସଚିବ ଭାବେ ଦାୟିତ୍ୱରେ ଅଛନ୍ତି।

ଏହି କମିଶନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା, ପେନ୍‌ସନ ଓ ସେବା ସର୍ତ୍ତର ସମୀକ୍ଷା କରି ସରକାରଙ୍କୁ ସୁପାରିସ କରିବ।

Advertisment ୧ କୋଟିରୁ ଅଧିକ ଲୋକଙ୍କୁ ହୋଇପାରେ ଲାଭ ୮ମ ବେତନ କମିଶନର ସୁପାରିସ ଲାଗୁ ହେଲେ ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଭୋଗୀ ଏହାର ପ୍ରଭାବରେ ଆସିପାରନ୍ତି।

ସରକାରୀ ତଥ୍ୟ ଅନୁସାରେ ୪୫ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷରୁ ଅଧିକ ପେନ୍‌ସନଭୋଗୀ ଏହାର ସୁଫଳ ପାଇପାରନ୍ତି।

ରେଳବାଇ, ପ୍ରତିରକ୍ଷା ସମେତ ବିଭିନ୍ନ କେନ୍ଦ୍ରୀୟ ବିଭାଗର କର୍ମଚାରୀ ମଧ୍ୟ ଏଥିରେ ସାମିଲ ହେବେ।

ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନଜର କର୍ମଚାରୀଙ୍କ ପାଇଁ ସବୁଠୁ ବଡ଼ ଚର୍ଚ୍ଚା ହେଉଛି ଫିଟମେଣ୍ଟ ଫ୍ୟାକ୍ଟର।

ନୂଆ ବେତନ ମ୍ୟାଟ୍ରିକ୍ସ ନିର୍ଦ୍ଧାରଣ ବେଳେ ଏହି ଫ୍ୟାକ୍ଟର ମୌଳିକ ବେତନ ଉପରେ ପ୍ରଭାବ ପକାଏ।

ତେବେ ୮ମ ବେତନ କମିଶନ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର କେତେ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ।

ବେତନ ସହ ମହଙ୍ଗା ଭତ୍ତା ବା DA, ପେନ୍‌ସନର୍‌ଙ୍କ DR, ଘରଭଡ଼ା ଭତ୍ତା ବା HRA, ପଦୋନ୍ନତି, ବାର୍ଷିକ ଇନ୍‌କ୍ରିମେଣ୍ଟ ଓ ଅନ୍ୟ ସେବା ସୁବିଧାର ସମୀକ୍ଷା ମଧ୍ୟ କମିଶନର କାର୍ଯ୍ୟକ୍ଷେତ୍ରରେ ରହିଛି।

ସେହି ସମୟରେ ଦେଶର ଅର୍ଥନୈତିକ ସ୍ଥିତି, ସରକାରଙ୍କ ଆର୍ଥିକ କ୍ଷମତା ଓ କଲ୍ୟାଣମୂଳକ ଯୋଜନା ପାଇଁ ଆବଶ୍ୟକ ପାଣ୍ଠିକୁ ମଧ୍ୟ କମିଶନ ବିଚାରକୁ ନେବ।

କେତେ ଆଗକୁ ବଢ଼ିଛି କାମ?

ମାର୍ଚ୍ଚ ୨୦୨୬ରେ କମିଶନ କର୍ମଚାରୀ, ପେନ୍‌ସନଭୋଗୀ, ସଂଘ ଓ ବିଭିନ୍ନ ସଂଗଠନଙ୍କଠାରୁ ମତାମତ ଏବଂ ମେମୋରାଣ୍ଡମ୍ ଆହ୍ୱାନ କରିଥିଲା।

ଏଥିପାଇଁ ଏପ୍ରିଲ୍ ୩୦, ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ଏହାପରେ କମିଶନ ବିଭିନ୍ନ ରାଜ୍ୟ, କର୍ମଚାରୀ ସଂଘ ଓ ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି।

ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଓ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଆଲୋଚନା ଓ ଗସ୍ତ ସମ୍ପର୍କିତ ସୂଚନା କମିଶନର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି।

କେବେ ବଢ଼ିବ ଦରମା?

କମିଶନ ମେ' ୨୦୨୭ ସୁଦ୍ଧା ସୁପାରିସ ଦେବା ଆଶା ଥିଲେ ମଧ୍ୟ ରିପୋର୍ଟ ଆସିଲେ ସଙ୍ଗେସଙ୍ଗେ ବଢ଼ିଥିବା ଦରମା ମିଳିବ ବୋଲି କହିହେବ ନାହିଁ।

ପ୍ରଥମେ କେନ୍ଦ୍ର ସରକାର ସୁପାରିସଗୁଡ଼ିକର ସମୀକ୍ଷା କରିବେ ଏବଂ ପରେ କେଉଁ ପ୍ରସ୍ତାବ କେବେଠାରୁ ଲାଗୁ ହେବ ତାହା ନିଷ୍ପତ୍ତି ହେବ।

ତେଣୁ ଏବେ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ନଜର ଦୁଇଟି ବଡ଼ ବିଷୟ ଉପରେ—ନୂଆ ଫିଟମେଣ୍ଟ ଫ୍ୟାକ୍ଟର କେତେ ହେବ ଏବଂ ନୂଆ ବେତନ ଢାଞ୍ଚାରେ ମୌଳିକ ଦରମା କେତେ ବଢ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।