Gidipabali village: ଗିଡିପାବାଲି ଗାଁରେ ଭୂସ୍ଖଳନର ତାଣ୍ଡବ, ଧ୍ୱଂସସ୍ତୂପ ତଳେ ଚାପି ହୋଇଛି ଗାଁର ଅତୀତ

Nov 06, 2026 - 09:50
Gidipabali village: ଗିଡିପାବାଲି ଗାଁରେ ଭୂସ୍ଖଳନର ତାଣ୍ଡବ, ଧ୍ୱଂସସ୍ତୂପ ତଳେ ଚାପି ହୋଇଛି ଗାଁର ଅତୀତ

ଭଞ୍ଜନଗର(ବିଶ୍ବମ୍ବର ଜେନା): ଗାଁ ଚାରି ଦିଗରେ ଘେରି ରହିଛି ଜଙ୍ଗଲ ଓ ପାହାଡ଼।

ପ୍ରକୃତି ର କୋଳରେ ଯେଭଳି ଛୋଟ ଗାଁ ଟି ହସିଖେଳି ଦିନ ବିତାଉଥିଲା।

ଆଉ ଏହି ପାହାଡ଼ ହିଁ ଗାଁକୁ ଦେଇଥିଲା ସ୍ବତନ୍ତ୍ର ପରିଚୟ।

କେଉଁ ପୂର୍ବଜ ଅମଳରୁ ଏହି ଜନବସତି ବସି ଥିବା ବେଳେ ତାର ନାଁ ପଡିଥିଲା ଗିଡିପାବାଲି।

ଗାଁକୁ ଯିବା ପାଇଁ ଅଙ୍କାବଙ୍କା ନାଳ,ଓଣ ଓସାରିଆ ଜଙ୍ଗଲି ପାହାଡ ରାସ୍ତା ଅତିକ୍ରମ କରି ଯିବାକୁ ପଡୁଥିଲା।

ତଥାପି ଏଠାରେ ରହୁଥିବା ପରିବାର କେବେ ପରବାୟ ନଥିଲା।

ବିକାଶ ଅପହଞ୍ଚ ହୋଇଥିଲେ ବି କେବେ ଏମାନଙ୍କ କ୍ଷୋଭ ପ୍ରକାଶ କରୁନଥିଲେ।

ସହରର କୋଳାହଳ ଠାରୁ ବହୁ ଦୂରରେ ଦୁର୍ଗମରେ ସେମାନଙ୍କ ହସଖୁସିର ବସତି ଗଢି ତୋଳିଥିବା ବେଳେ ‌ଏବେ ସେଠାରେ ଧ୍ବଂସର ବିଧ୍ବସ୍ତର ଚିତ୍କାର।‌ ଯେଉଁ ପାହାଡ ଦିନେ ସେମାନଙ୍କ ପରିଚୟ ଥିଲା ସେହି ପାହାଡ ହିଁ ଦିନେ ତାଙ୍କ ଗ୍ରାମକୁ ଗ୍ରାସ କରିବା କେହି କଳ୍ପନା ମଧ୍ୟ କରିନଥିଲେ।

ଧ୍ବଂସ ସ୍ତୁପ ତଳେ ଏବେ ବି ବାହୁନି କାନ୍ଦୁଛି ଗାଁର ଅତୀତ।

ଗ୍ରାମବାସୀଙ୍କ ନିତିଦିନ ବ୍ୟବହାରରେ ଆସୁଥିବା ଜିନିଷ ସବୁ ସତେ ଯେଭଳି ଅଲୋଡା ଭାବେ ପଡି ରହିଛି।

ଅତୀର ଅନେକ ଚିତ୍ର ଅଛି କିନ୍ତୁ ବର୍ତ୍ତମାନର ବାସ୍ତବତା ଆଗରେ ସତେ ଯେମିତି ନୀରବି ଯାଇଛି।

Advertisment ହସ ଖୁସି ଓ ସ୍ବପ୍ନର ସଂସାର ଗଢି ତୋଳିଥିବା ବେଳେ ଅକ୍ଟୋବର ୨୮ ତାରିଖର ରାତି ସେମାନଙ୍କ ପାଇଁ କାଳ ରାତ୍ରୀ ପାଲଟିବ ବୋଲି କେହି କଳନା ମଧ୍ୟ କରିନଥିଲେ।

ବାହାରୁ କେହି ତାଙ୍କ ଗ୍ରାମକୁ ଆସୁଥିବା ବେଳେ ସବୁଜିମା ପାହାଡକୁ ଦେଖି ବିମୋହିତ ହେଉଥିବା ଆଉ ତାକୁ ନେଇ ଗ୍ରାମବାସୀ ଗର୍ବ କରୁଥିବା ବେଳେ ସେହି ପାହାଡ ହିଁ ଆଜି ସେମାନଙ୍କ ଗ୍ରାମକୁ ମାନଚିତ୍ରରୁ ହଜାଇ ଦେଇଛି।

ବଡ଼ ବଡ଼ପଥର ଓ ମାଟି ଅତଡା ଆଜି ତାଙ୍କ ଗ୍ରାମକୁ ସଂପୂର୍ଣ୍ଣ ଅଚ୍ଛାଦିତ କରି ଛାତିଥରା ଦୃଶ୍ୟ ତିଆରି କରିଛି।

ଆଜି ମାଟି ତଳେ ସମାଧି ତିଆରି କରି ଦେଇଛି।

ହାତରେ ଗଢି ତୋଲି ଥିବା ଘର ଆଜି ମାଟିରେ ମିଶିଛି, ଆଜି ପର୍ଯ୍ୟନ୍ତ ୧୧ ଜଣଙ୍କ ପତ୍ତା ମିଳି ପାରିନି।

ମାଟି ତଳୁ ୨ ଜଣଙ୍କ ମୃତ ଶରୀର ଉଦ୍ଧାରକାରୀ ଦଳ ସନ୍ଧାନ କରି ପାଇଥିବା ବେଳେ ଗ୍ରାମର ମହିଳା ସଦସ୍ୟ ଶେଷ ଥର ପାଇଁ ସେମାନଙ୍କ ଚେହେରା ଦେଖିବାରୁ ମଧ୍ୟ ବଞ୍ଚିତ ରହିଯାଇଛନ୍ତି।

ଯଦି ଅନ୍ୟ ମାନେ ମଧ୍ୟ ମାଟି ତଳେ ରହିଯାଇଥିବେ କିମ୍ବା ତାଙ୍କର ଏଭଳି ମୃତ୍ୟୁ ଘଟିଥିବ,ଏହା ଭାବି ଅନେକ ଆଜି ବି ଶେଷ ଥର ପାଇଁ ନିଜର ପ୍ରିୟଜନଙ୍କ ଚେହେରା ଟିକେ ଦେଖିବାକୁ ବ୍ୟାକୁଳ ରହିଛନ୍ତି।

ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା ସୁବିଧା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଏହି ଗ୍ରାମର ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା ସୁବିଧା।

ବର୍ଷା ଦିନେ ଗ୍ରାମବାସୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଉଥିଲା।

ରାତି ଅଧରେ କାହାରି ଦେହ ଖରାପ ହେଲେ ଦୟନୀୟ ଅବସ୍ଥା।

ଗ୍ରାମରେ ୨୫ ଜଣ ଏବେ ରହୁଥିବା ବେଳେ ସବୁ ଦିନିଆ ରାସ୍ତା ନିର୍ମାଣ ହୋଇନଥିଲା।

ବାଇବାଲି ମୁଖ୍ୟ ରାସ୍ତାରେ ଥିବା ଗୁନାଗିଆ ଠାରୁ ତଡ଼ମା ଗ୍ରାମ ନିକଟ ଯାଏଁ ପିଚୁ ରାସ୍ତା ରହିଛି।

ତଡମାକୁ ଏକ ନାଳ ପାର ହୋଇଯିବା ପରେ ସେଠାରୁ ଗିଡିପାବାଲି ଯିବାକୁ ହେଲେ ସେଠାରୁ ଚାଲି ଚାଲି ପାହାଡ଼ ଓ ନାଳ ,ପଥୁରିଆ ରାସ୍ତା ଅତିକ୍ରମ କରି ଗ୍ରାମକୁ ଯିବାକୁ ପଡୁଥିଲା।

ଗ୍ରାମରେ କାହାରି ପକ୍କା ଘର ନଥିବା ବେଳେ ଲୋକେ ଝାଟିମାଟି ଘରେ ଜୀବନ କାଟୁଥିଲେ।

ପ୍ରତି ପରିବାରରେ ସୋଲାର ଲାଇଟ ସଂଯୋଗ ଥିଲା।

ଅଧିକାଂଶ ପରିବାର ଗାଈ,ଛେଳି,ମେଣ୍ଡା ପାଳନ ସହ ଧାନ ହଳଦୀ ଚାଷ ସହ ପତ୍ର ସିଲେଇ ମଧ୍ୟ କରି ପରିବାର ପ୍ରତିପୋଷଣ ମାଧ୍ୟମ ଥିଲା।

Air India: ଦିଲ୍ଲୀ ଓ ମୁମ୍ବାଇରୁ ସିଧାସଳଖ ଆମେରିକା ଉଡ଼ାଣ: ଇରାକ୍ ଆକାଶମାର୍ଗ ଖୋଲିବା ପରେ ୩ ଘଣ୍ଟା କମିଲା ଯାତ୍ରା ସମୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।