Ginger Tulsi Tea Benefits: ଗଳା ଦରଜ ଓ କାଶରୁ ମିଳିବ ଆରାମ? କେତେ ଫଳପ୍ରଦ ଅଦା-ତୁଳସୀ ଚା’
ଋତୁ ପରିବର୍ତ୍ତନ ହେଲେ ସର୍ଦ୍ଦି, କାଶ ଓ ଗଳା ଦରଜ ସମସ୍ୟା ଦେଖାଦେବା ସାଧାରଣ କଥା।
ଏଥିରୁ ଆରାମ ପାଇବା ପାଇଁ ଅନେକ ଲୋକ ଅଦା-ତୁଳସୀ ଚା' ପିଇଥାନ୍ତି।
ଦୀର୍ଘ ବର୍ଷ ଧରି ଏହାକୁ ଏକ ପାରମ୍ପରିକ ଘରୋଇ ଉପଚାର ଭାବେ ବ୍ୟବହାର କରାଯାଉଛି।
କିନ୍ତୁ ପ୍ରକୃତରେ ଏହି ଚା' ସର୍ଦ୍ଦି-କାଶ ଦୂର କରିବାରେ କେତେ ସହାୟକ?
ଜାଣନ୍ତୁ।
Advertisment ଅଦା-ତୁଳସୀ ଚା' ପିଇଲେ କ'ଣ ମିଳେ ଆରାମ?
ଅଦାରେ ଜିଞ୍ଜେରଲ୍ସ ଭଳି ସକ୍ରିୟ ଉପାଦାନ ରହିଛି ।
ସେହିପରି ତୁଳସୀରେ ମଧ୍ୟ ବିଭିନ୍ନ ଜୈବ-ସକ୍ରିୟ ଉପାଦାନ ରହିଛି।
ତେବେ ଅଦା ଓ ତୁଳସୀ ଚା' ପିଇବା ଦ୍ୱାରା ସାଧାରଣ ସର୍ଦ୍ଦି କିମ୍ବା କାଶର ପ୍ରଭାବଶାଳୀ ଚିକିତ୍ସା ହୋଇପାରେ ବୋଲି ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ନାହିଁ।
ଗରମ ଚା' ପିଇବା ଦ୍ୱାରା ଗଳା ଦରଜ, ଜଳାପୋଡ଼ା ଓ କାଶଜନିତ ଅସ୍ୱସ୍ତିରୁ କିଛି ସମୟ ପାଇଁ ଆରାମ ମିଳିପାରେ।
ଏହା ସହ ଶରୀରରେ ଜଳୀୟ ଅଂଶ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇପାରେ।
ତେବେ ଏହାକୁ ସର୍ଦ୍ଦି-କାଶର ନିଶ୍ଚିତ ଚିକିତ୍ସା ବୋଲି ଭାବିବା ଠିକ୍ ନୁହେଁ।
Advertisment ଚା'ରେ ମହୁ ମିଶାଇ ପିଇଲେ କମିପାରେ କାଶ ଗରମ ଚା'ରେ ଅଳ୍ପ ମହୁ ମିଶାଇ ପିଇଲେ କାଶରୁ ଆରାମ ମିଳିପାରେ।
ଏହା ବିଶେଷକରି ଏକ ବର୍ଷରୁ ଅଧିକ ବୟସର ଶିଶୁ ଓ ବୟସ୍କଙ୍କ ପାଇଁ ଉପକାରୀ ହୋଇପାରେ।
କିନ୍ତୁ ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଭୁଲ୍ରେ ବି ମହୁ ଦିଅନ୍ତୁ ନାହିଁ।
ଅଦା ଚା' ପିଇବା ପୂର୍ବରୁ ଏହି କଥା ଜାଣନ୍ତୁ ଅଦା କେତେକ ଲୋକଙ୍କଠାରେ ପେଟରେ ଅଶ୍ୱସ୍ତି ସୃଷ୍ଟି କରିପାରେ।
ତେଣୁ ଏହାକୁ ସନ୍ତୁଳିତ ମାତ୍ରାରେ ସେବନ କରନ୍ତୁ।
ସର୍ଦ୍ଦି-କାଶ ହେଲେ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ ଏବଂ ପ୍ରଚୁର ତରଳ ପଦାର୍ଥ ପିଅନ୍ତୁ।
ତେବେ ଶ୍ୱାସ ନେବାରେ କଷ୍ଟ, ଛାତିରେ ଯନ୍ତ୍ରଣା, କାଶ ସହ ରକ୍ତ ପଡ଼ିବା କିମ୍ବା ଦୀର୍ଘ ସମୟ ଧରି ତୀବ୍ର ଜ୍ୱର ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଛୋଟ ପିଲା, ବୟସ୍କ ଓ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏ କ୍ଷେତ୍ରରେ ବିଶେଷ ସତର୍କ ରହିବା ଜରୁରୀ।
ମନେ ରଖନ୍ତୁ : ଅଦା-ତୁଳସୀ ଚା' ସର୍ଦ୍ଦି-କାଶରେ ଆରାମ ଦେବା ପାଇଁ ଏକ ଘରୋଇ ଉପାୟ ହୋଇପାରେ, କିନ୍ତୁ ଏହା ଔଷଧର ବିକଳ୍ପ ନୁହେଁ।
ଲକ୍ଷଣ ଦୀର୍ଘ ସମୟ ଧରି ରହିଲେ କିମ୍ବା ଅବସ୍ଥା ବିଗିଡ଼ିଲେ ଚିକିତ୍ସକଙ୍କ ପରାମର୍ଶ ନେବା ହିଁ ସବୁଠାରୁ ଭଲ ଉପାୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।