Gold and Silver Become Cheaper: ଧନତେରାସରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ; ସୁନା ୨୫୬୦ କମିଲା, ରୁପା ବି ଆହୁରି ଖସିଲା
ଆଜି ଧନତେରାସ।
ସୁନା ଓ ରୁପା କିଣିବା ପାଇଁ ବଜାରରେ ଗ୍ରାହକଙ୍କ ଭିଡ଼ ଜମୁଥିବା ବେଳେ ମିଳିଛି ଆଶ୍ୱସ୍ତିକର ଖବର।
ଧନତେରାସରେ ହିଁ ଖସିଛି ସୁନା ଓ ରୁପା ଦର।
ଘରୋଇ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦାମ୍ ହ୍ରାସ ପାଇଥିବାରୁ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।
Advertisment ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଡିସେମ୍ବର ଡେଲିଭରି ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୨,୩୯୫ ଟଙ୍କା ହ୍ରାସ ପାଇ ୧,୪୧,୭୦୦ ଟଙ୍କା ନିକଟରେ କାରବାର କରିଥିଲା।
ସେହିପରି ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୩,୧୩୯ ଟଙ୍କା ଖସି ୧,୮୪,୦୦୧ ଟଙ୍କା ନିକଟରେ ପହଞ୍ଚିଥିଲା।
କେତେ ରହିଛି ସୁନା ଦର?
ନଭେମ୍ବର ୬ ତାରିଖରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨୫୬୦ ଟଙ୍କା ହ୍ରାସ ପାଇ ୧,୪୩,୪୬୦ ଟଙ୍କା ରହିଛି।
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨୩୫୦ ଟଙ୍କା କମି ୧,୩୧,୫୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧,୯୩୦ ଟଙ୍କା କମି ୧,୦୭,୫୯୦ ଟଙ୍କା ରହିଛି।
Advertisment ସେହିପରି ରୁପା ଦର ୫୦୦୦ ଟଙ୍କା କମିଛି।
୧ କେଜି ପିଛା ରୁପା ଦର ୨,୦୫,୦୦୦ ଟଙ୍କା ରହିଛି।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ହାଇଦ୍ରାବାଦ – ୧,୪୩,୪୬୦ ଟଙ୍କା (୨୪ କ୍ୟାରେଟ୍), ୧,୩୧,୫୦୦ (୨୨ କ୍ୟାରେଟ୍), ୧,୦୭,୫୯୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୪୩,୪୬୦ ଟଙ୍କା (୨୪ କ୍ୟାରେଟ୍), ୧,୩୧,୫୦୦ (୨୨ କ୍ୟାରେଟ୍), ୧,୦୭,୫୯୦ (୧୮ କ୍ୟାରେଟ୍) • ଦିଲ୍ଲୀ – ୧,୪୩,୬୧୦ ଟଙ୍କା (୨୪ କ୍ୟାରେଟ୍), ୧,୩୧,୬୫୦ (୨୨ କ୍ୟାରେଟ୍), ୧,୦୭,୬୪୦ (୧୮ କ୍ୟାରେଟ୍) • କୋଲକାତା – ୧,୪୩,୪୬୦ ଟଙ୍କା (୨୪ କ୍ୟାରେଟ୍), ୧,୩୧,୫୦୦ (୨୨ କ୍ୟାରେଟ୍), ୧,୦୭,୫୯୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୪୩,୩୫୦ ଟଙ୍କା (୨୪ କ୍ୟାରେଟ୍), ୧,୩୧,୪୦୦ (୨୨ କ୍ୟାରେଟ୍), ୧,୦୭,୬୦୦ (୧୮ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।