Shocking Discovery: ୪୦ ଦିନ ପରେ ଖୋଳାଗଲା ସମାଧି, ଗାଏବ ମୃତ ଯୁବତୀଙ୍କ ମୁଣ୍ଡ!

Nov 06, 2026 - 14:09
Shocking Discovery: ୪୦ ଦିନ ପରେ ଖୋଳାଗଲା ସମାଧି, ଗାଏବ ମୃତ ଯୁବତୀଙ୍କ ମୁଣ୍ଡ!

ମଶାଣିରେ ହାଇଡ୍ରାମା।

ସମାଧି ଭିତରୁ ଗାଏବ ହୋଇଗଲା ମୃତ ଯୁବତୀଙ୍କ ମୁଣ୍ଡ।

୪୦ ଦିନ ପରେ ସାମ୍ନାକୁ ଆସିଲା ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ।

ନବରଙ୍ଗପୁର ଜିଲ୍ଲା ନରସିଂହଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା ।

ପ୍ରାୟ ୪୦ ଦିନ ତଳେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କୁ ଗାଁ ମଶାଣିରେ ସମାଧି ଦିଆଯାଇଥିଲା।

ହେଲେ ଏବେ ସମାଧିରୁ ଯୁବତୀଙ୍କ ମୁଣ୍ଡ ଗାଏବ ଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପଛରେ ତନ୍ତ୍ରବିଦ୍ୟାର ସନ୍ଦେହ କରାଯାଉଥିବା ବେଳେ ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି।

Advertisment ତେନ୍ତୁଳିଖୁଣ୍ଟି ପୋଲିସ ନରସିଂହଗୁଡ଼ା ମଶାଣିରେ ପହଞ୍ଚିଛି।

ଘଟଣାର ଗମ୍ଭୀରତାକୁ ଦେଖି ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି।

ସମସ୍ତଙ୍କ ଉପସ୍ଥିତିରେ ମୃତ ଯୁବତୀଙ୍କ ସମାଧି ଖୋଳାଯାଇ ତଦନ୍ତ ଚାଲିଛି।

ସମାଧି ଭିତରେ ପ୍ରକୃତରେ କ'ଣ ଘଟିଛି ?

ମୁଣ୍ଡ ଗାଏବ ହେବା ପଛରେ କାହାର ହାତ ଅଛି?

ଏହା କୌଣସି ଅନ୍ଧବିଶ୍ୱାସ ଓ ତନ୍ତ୍ରବିଦ୍ୟା ସହ ଜଡ଼ିତ, ନା ଆଉ କୌଣସି କାରଣ ରହିଛି?

ଏସବୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ତଦନ୍ତ ଉପରେ ନିର୍ଭର କରୁଛି।

ମଶାଣିରେ ହାଇଡ୍ରାମା ସମାଧି ଭିତରୁ ମୃତ ଯୁବତୀଙ୍କ ମୁଣ୍ଡ ଗାଏବ ନବରଙ୍ଗପୁର ନରସିଂହଗୁଡ଼ା ଗାଁରେ ଘଟିଛି ଘଟଣା ତନ୍ତ୍ରବିଦ୍ୟା ସନ୍ଦେହରେ ସମାଧି ଖୋଳା ୪୦ ଦିନ ପରେ ଗାଏବ ଯୁବତୀଙ୍କ ମୁଣ୍ଡ ମଶାଣିରେ ପୋଲିସର ତନାଘନା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।