Gold and Silver Price Update: ୩ ଦିନରେ ସୁନା ୩,୬୦୦ ଟଙ୍କା ଶସ୍ତା, ରୁପା ଦର ବି କମିଲା

Oct 24, 2026 - 14:20
Gold and Silver Price Update: ୩ ଦିନରେ ସୁନା ୩,୬୦୦ ଟଙ୍କା ଶସ୍ତା, ରୁପା ଦର ବି କମିଲା

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସୁନା ଏବଂ ରୂପା ମୂଲ୍ୟକୁ ମଧ୍ୟ ପ୍ରଭାବିତ କରୁଛି।

ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ଭୟ ଏବଂ ଆମେରିକା ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧିର ଅନିଶ୍ଚିତତା ମଧ୍ୟରେ ମୂଲ୍ୟବାନ ଧାତୁ ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ଗତ ତିନି ଦିନ ମଧ୍ୟରେ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୩,୬୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୩୩୦୧ ଟଙ୍କା ହ୍ରାସ ପାଇଛି।

ରୂପା ମଧ୍ୟ ତିନି ଦିନ ମଧ୍ୟରେ କିଲୋଗ୍ରାମ ପିଛା ୧୦,୦୦୦ ଟଙ୍କା ହ୍ରାସ ପାଇଛି।

Advertisment କିନ୍ତୁ ଗତ କାଲି ତୁଳନାରେ ଆଜି ସୁନା ମୂଲ୍ୟ ସାମାନ୍ୟ ବଢିଛି।

୨୪ ଓ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୧୦୦ ଟଙ୍କା ବଢିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୮୦ ଟଙ୍କା ବଢିଛି।

ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୨,୫୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୩୦,୭୦୦ ଟଙ୍କା ରହିଛି।

ସେହିପରି ୧୮ କ୍ୟାରେଟ୍ ସୁନା ୧,୦୬,୯୪୦ ଟଙ୍କା ହୋଇଛି।

୨୪ କ୍ୟାରେଟ୍ ସୁନା ସବୁଠାରୁ ବିଶୁଦ୍ଧ, ଯେତେବେଳେ ୨୨ କ୍ୟାରେଟ୍ ସୁନା ସାଧାରଣତଃ ଅଳଙ୍କାରରେ ବ୍ୟବହୃତ ହୁଏ।

ଅନ୍ୟପଟେ ରୁପା ଦର ୫୦୦୦ ଟଙ୍କା କମିଛି।

ଆଜି ଭୁବନେଶ୍ୱରରେ ୧ କେଜି ରୁପା ଦର ୨,୨୦,୦୦୦ ଟଙ୍କା ରହିଛି।

Advertisment ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ହାଇଦ୍ରାବାଦ – ୧,୪୨,୫୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୦,୭୦୦ (୨୨ କ୍ୟାରେଟ୍), ୧,୦୬,୯୪୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୪୨,୫୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୦,୭୦୦ (୨୨ କ୍ୟାରେଟ୍), ୧,୦୬,୯୪୦ (୧୮ କ୍ୟାରେଟ୍) • ଦିଲ୍ଲୀ – ୧,୪୨,୭୩୦ ଟଙ୍କା (୨୪ କ୍ୟାରେଟ୍), ୧,୩୦,୮୫୦ (୨୨ କ୍ୟାରେଟ୍), ୧,୦୭,୦୯୦ (୧୮ କ୍ୟାରେଟ୍) • କୋଲକାତା – ୧,୪୨,୫୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୦,୭୦୦ (୨୨ କ୍ୟାରେଟ୍), ୧,୦୬,୯୪୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୪୨,୫୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୦,୭୦୦ (୨୨ କ୍ୟାରେଟ୍), ୧,୦୬,୯୪୦ (୧୮ କ୍ୟାରେଟ୍)

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।