Gold Chain Snatched: କଳା ପଲସର୍ ଆତଙ୍କ, ଦିନ ଦ୍ୱିପ୍ରହରରେ ସୁନା ଚେନ୍ ଝାମ୍ପି ଦୁର୍ବୃତ୍ତ ଫେରାର
ଜଳେଶ୍ୱରରେ କଳା ପଲସର୍ ଆତଙ୍କ।
ଦିନ ଦ୍ୱିପ୍ରହରରେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ।
ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଜଳେଶ୍ୱର ପୌରପାଳିକାର ୬ ନମ୍ବର ଓ୍ୱାର୍ଡସ୍ଥିତ ସରକାରୀ ଡାକ୍ତରଖାନା ନିକଟରେ ଘଟିଛି ଲୁଟ୍।
Advertisment ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଫୁଟେଜ୍ ଆଧାରରେ ପୁଲିସର ତଦନ୍ତ ଜାରି ରହିଛି।
ଲୁଟ୍ ର ଶିକାର ହୋଇଥିବା ଶିକ୍ଷୟିତ୍ରୀ ହେଉଛନ୍ତି ଗୌରୀବାଳା ମହାନ୍ତି।
ସେ ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଏକ କଳା ପଲସର୍ ରେ ଆସିଥିବା ଦୁଇ ଦୁର୍ବୃତ୍ତ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।